କରୋନା ପାଇଁ ବନ୍ଦ ହେବ କି ଆଇପିଏଲ ? କଣ କହିଲେ ଗାଙ୍ଗୁଲି?

Published By : Prameya-News7 Bureau | March 06, 2020 IST

ନୂଆଦିଲ୍ଲୀ ୦୬|୦୩ ସାରା ବିଶ୍ୱରେ ଏବେ କରୋନା ଭାଇରସର ଆତଙ୍କ ଦେଖିବାକୁ ମିଳିଛି। ଏହା ମଧ୍ୟରେ ଆଇପିଏଲ ଖେଳାଯିବାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। ତେବେ ଆଇପିଏଲ ୨୦୨୦ ପୂର୍ବ ନିର୍ଦ୍ଧାରିତ ଦିନ ଓ ସମୟ ଅନୁସାରେ ଖେଳାଯିବ ବୋଲି ବିସିସିଆଇ ସ୍ପଷ୍ଟ କରିଛି।

ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କହିଛନ୍ତି ଯେ, ଆଇପିଏଲକୁ ସ୍ଥଗିତ କିମ୍ବା ରବ୍ଦ କରାଯିବ ନାହିଁ। ମାର୍ଚ୍ଚ ୨୯ରୁ ଆରମ୍ଭ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟକୁ ସୂଚାର ରୂପେ ଆୟୋଜନ କରାଯିବ। ଏଥିପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ।

{"id":233801,"width":751,"height":422,"sizeSlug":"large"}

ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଏବେସୁଦ୍ଧା ଭାରତରେ କରୋନାର ୩୧ଟି ମାମଲା ସାମ୍ନାକୁ ଆସିଛି। ତେବେ ବିସିସିଆଇର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ ବୋର୍ଡ ସରକାରଙ୍କ ତରଫରୁ ଜାରି କରାଯାଇଥିବା ସମସ୍ତ ନିର୍ଦ୍ଦେଶନାମା ପାଳନ କରିବା ପାଇଁ ପ୍ରସ୍ତୁତ ରହିଛି। ଫ୍ୟାନଙ୍କ ସହ ହାତ ନମିଳାଇବା ପାଇଁ ଖେଳାଳିଙ୍କୁ ପରାମର୍ଶ ଦିଆଯାଇଛି।

{"id":233800,"width":749,"height":499,"sizeSlug":"large"}

ସୂଚନାଯୋଗ୍ୟ, ଏବେ ସୁଦ୍ଧା କରୋନା ଭାଇରସରେ ଆକ୍ରାନ୍ତ ହୋଇ ସାରା ବିଶ୍ୱରେ ୩୦୦୦ରୁ ଅଧିକ ଜଣ ପ୍ରାଣ ହରାଇସାରିଲେଣି। ଏହାକୁ ନଜରରେ ଦେଖି ଖେଳର ଅନେକ ଟୁର୍ଣ୍ଣାମେଣ୍ଟ ସ୍ଥଗିତ କରାଯିବା ସହ ରବ୍ଦ କରାଯାଇଛି। ଏପରିକି ଅଲମ୍ପିକର ଆୟୋଜନ ଉପରେ ମଧ୍ୟ ପ୍ରଶ୍ନ ସୃଷ୍ଟି ହୋଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.