କରୋନା ପାଇଁ ଘୁଞ୍ଚିଲା ଆଇପିଏଲ, ଏହି ତାରିଖରୁ ଆରମ୍ଭ ହେବ ଟୁର୍ଣ୍ଣାମେଣ୍ଟ

Published By : Prameya-News7 Bureau | March 13, 2020 IST

ନୂଆଦିଲ୍ଲୀ, ୧୩|୦୩: ଆଇପିଏଲକୁ ନେଇ ସବୁଠାରୁ ବଡ ଖବର ସାମ୍ନାକୁ ଆସିଛି। କରୋନା ଭାଇରସର ପ୍ରକୋପକୁ ଦେଖି ଆଇପିଏଲ ୨୦୨୦କୁ ୨ ସପ୍ତାହ ପାଇଁ ଘୁଞ୍ଚାଇ ଦିଆଯାଇଛି। ଏବେ ଟୁର୍ଣ୍ଣାମେଣ୍ଟର ତ୍ରୟୋଦଶ ସିଜିନ ଏପ୍ରିଲ ୧୫ରୁ ଆରମ୍ଭ ହେବ। ପୂର୍ବରୁ ଏହା ମାର୍ଚ୍ଚ ୨୯ରେ ଆରମ୍ଭ ହେବ ବୋଲି ଧାର୍ଯ୍ୟ ହୋଇଥିଲା।

ମାର୍ଚ୍ଚ ୨୯ରେ ଆୟୋଜନ ହେବାକୁ ଥିବା ଚଳିତ ସିଜିନର ପ୍ରଥମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପକକିଙ୍ଗସ୍ ମଧ୍ୟରେ ଖେଳାଯାଇଥାନ୍ତା। ବିସିସିଆଇର କହିବାନୁସାରେ, ଭାରତ ସରକାର ଗାଇଡଲାଇନ ଜାରି କରିଥିଲେ। ଏହାକୁ ଭିତ୍ତି କରି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବୋର୍ଡ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, ବୋର୍ଡ ସମ୍ପାଦକ ଜୟ ଶାହ ଓ ଆଇପିଏଲର ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଏଥିରେ ମାର୍ଚ୍ଚ ୨୯ରେ ହେବାକୁ ଥିବା ଆଇପିଏଲକୁ ସ୍ଥଗିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହାକୁ ଏପ୍ରିଲ ୧୫ ଯାଏଁ ଘୁଞ୍ଚାଇ ଦିଆଯାଇଛି।

{"id":237566,"width":744,"height":495,"sizeSlug":"large"}

ଏହାପୂର୍ବରୁ ଆଇପିଏଲର ଆୟୋଜନକୁ ନେଇ ମାର୍ଚ୍ଚ ୧୪ରେ ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥାନ୍ତା। ଯେଉଁଥିରେ ସମସ୍ତ ଦଳର ମାଲିକଙ୍କୁ ଉପସ୍ଥିତ ରହିବା ପାଇଁ କୁହାଯାଇଥିଲା। ଗୁରୁବାର ଦିଲ୍ଲୀ ସରକାର ଆଇପିଏଲ ମ୍ୟାଚ ଉପରେ ରୋକ ଲଗାଇଥିଲେ। ସେହିପରି କର୍ଣ୍ଣାଟକ ସରକାର ମଧ୍ୟ ଏହାକୁ ରାଜ୍ୟରେ ନକରିବା ପାଇଁ ଚିଠି ଲେଖିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.