ଘୁଞ୍ଚିବ ଆଇପିଏଲ! କରୋନା ପାଇଁ ପ୍ରଭାବିତ ହୋଇପାରେ ଏହି ଟୁର୍ଣ୍ଣାମେଣ୍ଟ

Published By : Prameya-News7 Bureau | March 07, 2020 IST

ନାଗପୁର ୦୭।୦୩- ମହାରାଷ୍ଟ୍ରର ସ୍ଵାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ ଶନିବାର କହିଛନ୍ତି ଯେ, ସମଗ୍ର ଦେଶରେ କରୋନା ଭୂତାଣୁର ବଢୁଥିବା ପ୍ରକୋପକୁ ଦୃଷ୍ଟିରେ ରଖି ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ର ଆୟୋଜନ ପରେ କରାଯାଇପାରେ।

ଟୋପେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଯେବେ ବଡ ସଂଖ୍ୟାରେ  ଲୋକ ଗୋଟିଏ ଜାଗାରେ ଜମା ହୁଅନ୍ତି ତେବେ ସଂକ୍ରାମକ ରୋଗ କ୍ଷୀପ୍ର ଗତିରେ ବ୍ୟାପିବାର ଆଶଙ୍କା ରହିଥାଏ। ଏମିତି ସ୍ଥିତିରେ  ଆଇପିଏଲ ଆୟୋଜନ ପାଇଁ ଏହା ଉପଯୁକ୍ତ  ସମୟ ନୁହଁ। ଏହାକୁ ପରେ ଆୟୋଜନ କରାଯିବା ଉଚିତ୍।

{"id":234687,"sizeSlug":"large"}

ଟୋପେ ଏହା ମଧ୍ୟ କହିଛନ୍ତି ଯେ, ଆଇପିଏଲ ସ୍ଥଗିତ କରିବା ସମ୍ବନ୍ଧରେ ଆନୁଷ୍ଠାନିକ ସ୍ତରରେ ଆଲୋଚନା ଜାରି ରହିଛି ଏବଂ ଶୀଘ୍ର ଏହି ବିଷୟରେ କୌଣସି ଘୋଷଣା ହୋଇପାରେ। ମହାରାଷ୍ଟ୍ରର ମନ୍ତ୍ରୀଙ୍କ ଏହି ବୟାନ  ଠିକ୍ ଏମିତି ସମୟରେ ଆସିଛି ଯେବେ ଆଇପିଏଲ ଆରମ୍ଭ ହେବାକୁ ଗୋଟିଏ ମାସରୁ କମ ସମୟ ରହିଛି। ଆଇପିଏଲ ମାର୍ଚ୍ଚ ୨୯ରେ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ମ୍ୟାଚ୍ ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ଓ୍ଵାଙ୍ଖେଡା ଷ୍ଟାଡିୟମରେ ଖେଳାଯିବ। ମନ୍ତ୍ରୀଙ୍କ ଏହି ବୟାନର ଗୋଟିଏ ଦିନ ପୂର୍ବେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଥିଲେ ଯେ, ଆଇପିଏଲର ଆୟୋଜନ ନିର୍ଦ୍ଧାରିତ ତାରିଖରେ ହିଁ ହେବ ଓ କରୋନା ଭୂତାଣୁର ମୁକାବିଲା ଲାଗି ଯଥା ସମ୍ଭବ ପଦକ୍ଷେପ ନିଆଯିବ।

{"id":234688,"sizeSlug":"large"}

ଗାଙ୍ଗୁଲି ଏହା ମଧ୍ୟ ସ୍ପଷ୍ଟ କରିଥିଲେ ଯେ, ଆଇପିଏଲ ମାଲିକ ଓ ବୋର୍ଡ ଟୂର୍ଣ୍ଣାମେଣ୍ଟର ସୂଚାରୁ ଆୟୋଜନକୁ ନେଇ ଯଥା ସମ୍ଭବ ପଦକ୍ଷେପ ନେବାକୁ ପ୍ରସ୍ତୁତ। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ମିଳିଥିବା ଆନୁଷ୍ଠାନିକ ତଥ୍ୟ ମୁତାବକ ଅଦ୍ୟାବଧି ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪ରେ ପହଞ୍ଚିଛି।

ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ବୋର୍ଡ ସରକାରଙ୍କ ଗାଇଡ ଲାଇନର ପାଳନ କରି କରୋନା ଭୂତାଣୁ ବିଷୟରେ ଜରୁରୀ ପଦକ୍ଷେପ ନେବାକୁ ପ୍ରସ୍ତୁତ। ଏହି ସମ୍ବନ୍ଧରେ ସମସ୍ତ ଷ୍ଟେକହୋଲର୍ଡ୍‌ସ, ଖେଳାଳି, ଫ୍ରାଞ୍ଚାଇଜି, ଏୟାରଲାଇନ୍ସ, ଟିମ୍ ହୋଟେଲ୍, ବ୍ରଡକାଷ୍ଟିଙ୍ଗ ସଦସ୍ୟ ଓ ଏହି ଲିଗରେ ଜଡିତ ସମସ୍ତ ପକ୍ଷଙ୍କୁ ଜରୁରୀ ସାବଧାନତା ଓ ସତର୍କତା ରହିବାକୁ ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରିବାକୁ କୁହାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.