Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଦେବଗଡରେ ଆଇପିଏଲ ବେଟିଂ ରାକେଟ୍ ଠାବ, ୨ ଗିରଫ, ନଗଦ ୯ ଲକ୍ଷ ୩ ହଜାର ଟଙ୍କା ଜବତ

6/10/2021 at 10:35 PM

ଦେବଗଡ ୦୬।୧୦: ଦେବଗଡ ଆଦର୍ଶ ଥାନା ପୋଲିସ ପକ୍ଷରୁ ବେଆଇନ ଭାବେ ଚାଲିଥିବା ଆଇପିଏଲ ବେଟିଂ ରାକେଟ ଉପରେ ଚଢାଉ କରାଯାଇ ଦୁଇ ଜଣ ଙ୍କୁ ଗିରଫ କରାଯାଇଛି । ଦେବଗଡ ଆଦର୍ଶ ଥାନା ଅନ୍ତର୍ଗତ ପ୍ରଭାଶୁଣୀ ଗ୍ରାମରେ ବେଆଇନ ଭାବେ ଅନଲାଇନରେ ଆଇପିଏଲ ମ୍ୟାଚ ବେଟିଂ ଚାଲିଥିବା ଖବର ପାଇ ଦେବଗଡ ଆଦର୍ଶ ଥାନା ପୋଲିସ ପକ୍ଷରୁ ଚଢାଉ କରାଯାଇଥିଲା । ଗିରଫ ଯୁବକଙ୍କ ପାଖରୁ ପୋଲିସ ନଗଦ ନଅ ଲକ୍ଷ ତିନି ହଜାର ଟଙ୍କା, ୧୭ ଗ୍ରାମ ସୁନା, ଗୋଟିଏ ଲାପଟପ,  ଚାରୋଟି ମୋବାଇଲ, ଚାରୋଟି ବ୍ୟାଙ୍କ ପାସବୁକ, ତିନୋଟି ଏଟିଏମ କାର୍ଡ, ଚାରୋଟି ପେନ ଡ୍ରାଇଭ, ଆଧାର କାର୍ଡ, ଭୋଟର କାର୍ଡ, ପାନ କାର୍ଡ ଜବତ କରିଛି ।

ପ୍ରଭାଶୁଣୀ ଗ୍ରାମର ଖଗେଶ୍ଵର ବେହେରାଙ୍କ ଘରେ ପୋଲିସ  ଚଢାଉ କରି ତାଙ୍କର ଦୁଇ ପୁଅ ବାପୁନ ବେହେରା ଓ ଲିପୁନ ବେହେରାଙ୍କୁ ପୋଲିସ ଗିରଫ କରିଛି। ଗିରଫ ବାପୁନ ମହାରାଷ୍ଟ୍ରରୁ ଚାଲିଥିବା ସଟ୍ଟାମଟ୍ଟା ନାମକ ୱେବସାଇଟ୍‌ରେ ନିଜର ଆଇଡି ଖୋଲି ସେଥିରେ ଆଇପିଏଲ ମ୍ୟାଚ ସମୟରେ ଲୋକଙ୍କ ଟଙ୍କା ବେଟିଂରେ ଲଗାଉଥିଲା । ବାପୁନଙ୍କ ଘରକୁ ଆଇପିଏଲ ମ୍ୟାଚ ସମୟରେ ଅନେକ ଲୋକ ଯାତାୟାତ କରୁଥିବା ଜଣାପଡିବା ପରେ ତାଙ୍କ ଉପରେ ସନ୍ଦେହ ସୃଷ୍ଟି ହୋଇଥିଲା।

ପୋଲିସ ସେମାନଙ୍କୁ ଧରିବା ପରେ ବାପୁନକୁ  ଦେବଗଡ ଏଚଡିଏଫସି ବ୍ୟାଙ୍କ ଓ ଆକ୍ସିସ ବ୍ୟାଙ୍କ କୁ ନେଇ ତାଙ୍କର ବିଭିନ୍ନ ଆକାଉଣ୍ଟ୍ ଯାଞ୍ଚ କରିଛନ୍ତି। ଦେବଗଡ ଆଦର୍ଶ ଥାନା ପୋଲିସ ଏହି ଘଟଣାରେ ଆଉ କିଏ କିଏ ଜଡିତ ଅଛନ୍ତି ସେ ନେଇ ଅଧିକ ଅନୁସନ୍ଧାନ ଚଳାଇଛନ୍ତି।

   Related Posts