Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ଦୁବାଇରେ ଚାଲିଛି ଆଇପିଏଲ, ଓଡିଶାରେ ଜମୁଛି ବେଟିଂ କାରବାର

25/10/2020 at 5:55 PM

ଭୁବନେଶ୍ୱର ୨୫/୧୦ : ଦୁବାଇରେ ଚାଲିଛି ଖେଳ, କିନ୍ତୁ ଓଡ଼ିଶାରେ ଗଡୁଛି ଗୋଟି। ଓଡ଼ିଶାରେ ଲୁଚିଛି ବେଟିଂର ଗୁମର। ନ୍ୟୁଜ୍ ସେଭେନର ଖୁପିଆ କ୍ୟାମେରା ଲେନ୍ସରେ କଏଦ୍ ହୋଇଛି ଏହି ରାକେଟ୍‌ର ଗୁମର। ସବୁଠୁ ସାଂଘାତିକ ଯେ, ଏହି କାରବାରରେ ଯୁବ ଗୋଷ୍ଠୀ। ଯୁବକମାନେ, ପାଠ ପଢୁଆ ପିଲାମାନେ ସାମିଲ ଆଇପିଏଲ ବେଟିଂରେ। କଣ କରୁଛି ଗୁଇନ୍ଦା ଏବଂ ପୋଲିସ ବିଭାଗ। ପୋଲିସ ପ୍ରଶାସନକୁ ଚକ୍‌ମା ଦେଇ ବିଭିନ୍ନ ସହରର ଗଳି କନ୍ଦିରେ ଚାଲିଛି ଆଇପିଏଲ ବେଟିଂ। ବେଟିଂ ବଜାରରେ ଉଡୁଛି ଲକ୍ଷ ଲକ୍ଷ ଟଙ୍କା।

ଦୁବାଇରେ ଆଇପିଏଲ ଖେଳ ଚାଲିଥିବା ବେଳେ ଓଡ଼ିଶାରେ ଗଡୁଛି ଗୋଟି। ଓଡ଼ିଶା ଚାଲିଛି ଆଇପିଏଲ ବେଟିଂ। ଛୋଟ ବଡ଼ ସହର ସବୁଠି ଯୁବ ବର୍ଗର ପିଲାମାନେ ଏଥିରେ ମଧ୍ୟ ସାମିଲ,ଯାହାକି ବେଶ ସାଂଘାତିକ ଏବଂ ସମ୍ବେଦନଶୀଳ। ଗତ ଚାରି ଦିନ ତଳେ ଆଇପିଏଲ ବେଟିଂ ଚାଲିଥିବା ବେଳେ ରେଡ୍ କରିଥିଲା ଆସିକା ପୋଲିସ। ଘଟଣାରେ ତିନି ଜଣ ହୋଇଛନ୍ତି ଗିରଫ। ଆପଣ ଟିଭି ସ୍କ୍ରିନ୍‌ରେ ଦେଖି ପାରୁଥିବେ ଗିରଫ ହୋଇଥିବା ତିନି ଜଣଙ୍କର ଦୃଶ୍ୟ। ସେମାନଙ୍କ ନିକଟରୁ ୧ ଲକ୍ଷ ୨୭ ହଜାର ୪୫୦ ଟଙ୍କା, ସ୍ମାର୍ଟଫୋନ ଏବଂ ଆଇପିଏଲ ସଂପର୍କିତ ବିଭିନ୍ନ ସାମଗ୍ରୀ ଜବତ ହୋଇଛି। ଏହା ହିଁ ବୟାନ କରୁଛି ଓଡ଼ିଶାରେ ଚାଲିଥିବା ବେଟିଂ କାରବାର ଗୁମର। ଏଭଳି ଖବର ସାମ୍ନାକୁ ଆସିବା ପରେ ନ୍ୟୁଜ୍ ସେଭେନ ଆରମ୍ଭ କରିଥିଲା ଖୋଳତାଡ଼। କେବଳ ଗଂଜାମ ଜିଲ୍ଲା କାହିଁକି ବିଭିନ୍ନ ଜାଗାରେ ଗଡୁଛି ଗୋଟି। ଆଉ ଏହା ଖୋଜୁ ଖୋଜୁ ନ୍ୟୁଜ୍ ସେଭେନ ହାତରେ ପଡିଛନ୍ତି କିଛି ଦଲାଲ ଏବଂ ଗ୍ରାହକ। …

ନ୍ୟୁଜ ସେଭେନର ଖୁପିଆ କ୍ୟାମେରା ଲେନ୍‌ସରେ ଆଇପିଏଲ ବେଟିଂ। ଆଇପିଏଲ ଚାଲିଥିବା ବେଳେ ଏବେ ଚାରିଆଡେ ସକ୍ରିୟ ଅଛନ୍ତି ବ୍ରୋକର ଅର୍ଥାତ ଦଲାଲ। ଏହି ବେଆଇନ୍ କଳା କାରବାରରୁ ମୋଟା ଅଙ୍କରେ ଅର୍ଥ ଉପାର୍ଜନ କରିବାକୁ ଏମାନେ ଲୋକଙ୍କୁ ପ୍ରଲୋଭିତ କରୁଛନ୍ତି। ଆଉ ଏହି ଜାଲରେ ଫସିଯାଉଛନ୍ତି ଯୁବ ପୀଢି। ଯେଉଁ ବୟସ ଭବିଷ୍ୟତ ଗଢିବାର, ଠିକ୍ ସେହି ସମୟରେ ଏମାନେ ଆଇପିଏଲ ବେଟିଂର ଜୁଆ ଜାଲରେ ଫସିଯାଉଛନ୍ତି।

ବେଟିଂରେ ବାଟବଣା ଯୁବ ପୀଢି। ଘରୁ ବହୁ କଷ୍ଟରେ ଉପାର୍ଜିତ ଟଙ୍କାକୁ ଆଣି ବେଟିଂରେ ଲଗାଉଛନ୍ତି ଯୁବକମାନେ। ଦଲାଲଙ୍କ ପ୍ରଲୋଭନ ଶିକାର ହେଉଛନ୍ତି ଅନେକ। ବେଟିଂରେ ଟଙ୍କା ଲଗାଇ ଏହାକୁ ହରାଉଛନ୍ତି।

   Related Posts