Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ଆଉ ଅପେକ୍ଷା ମୁଡ୍‌ରେ ନାହାଁନ୍ତି ବିସିସିଆଇ ଅଧିକାରୀ, ୨୬ ସେପ୍ଟେମ୍ବରରୁ ଆରମ୍ଭ ହୋଇ ଯାଇପାରେ ଆଇପିଏଲ

16/06/2020 at 5:37 PM

ନୂଆଦିଲ୍ଲୀ, ୧୬|୦୬: କରୋନା ଭାଇରସ ପାଇଁ ଅନେକ ଟୁର୍ଣ୍ଣାମେଣ୍ଟ ବାତିଲ ହୋଇଛି । ଆଉ କିଛି ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ମଧ୍ୟ କରାଯାଇଛି । ଚଳିତ ବର୍ଷ ହେବାକୁ ଥିବା ଟି୨୦ ବିଶ୍ୱକପକୁ ନେଇ ମଧ୍ୟ ଅନିଶ୍ଚିତତା ଦେଖାଦେଇଛି ।  ଏପରିକି ଆଇପିଏଲକୁ ମଧ୍ୟ ବିସିସିଆଇ ଅନିର୍ଦ୍ଦିଷ୍ଟ ସମୟ ପାଇଁ ସ୍ଥଗିତ କରିଦେଇଛି । ଏବେ ଆଇପିଏଲ କେବେ ହେବ ତାହାର ଏକ ସମ୍ଭାବ୍ୟ ତାରିଖ ସାମ୍ନାକୁ ଆସିଛି । ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଆଇପିଏଲ ଆୟୋଜନ ପାଇଁ ପ୍ରୟାସ କରୁଥିବା ସୂଚନା ମିଳିଛି ।

ଇନସାଇଡ୍ ସ୍ପୋର୍ଟର ସୂଚନାନୁସାରେ, ଗାଙ୍ଗୁଲି ସେପ୍ଟେମ୍ବର ୨୬ରୁ ନଭେମ୍ବର ୮ ମଧ୍ୟରେ ଆଇପିଏଲର ଆୟୋଜନ କରିବାକୁ ଚାହୁଁଛନ୍ତି । ସେ ଗତ କିଛି ଦିନ ତଳେ ସମସ୍ତ ଫ୍ରାଞ୍ଚାଇଜଙ୍କ ସହ ଆଲୋଚନା କରିଛନ୍ତି । ବିଶ୍ୱକପ୍ ସ୍ଥଗିତ ହେବା ପରେ ଅସ୍ଥାୟୀ ତାରିଖ ଉପରେ କାମ କରାଯିବ । ଜୁନ ୧୦ରେ ଆଇସିସିର ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଟି୨୦ ବିଶ୍ୱକପ ବାବଦରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ।

ବିସିସିଆଇର ଜଣେ ସଦସ୍ୟ କହିଛନ୍ତି ଯେ, ବିସିସିଆଇ ଏତେଦିନ ଧରି ଅପେକ୍ଷା କରିପାରିବ ନାହିଁ । ତେଣୁ ଆଇସିସି ବୈଠକ ଶେଷ ହେବା ପରେ ଗାଙ୍ଗୁଲି ସଦସ୍ୟ ସଙ୍ଘଙ୍କୁ ପତ୍ର ଲେଖିଥିଲେ । ଆଇସିସିକୁ ବିଶ୍ୱକପ ଉପରେ ଓ ବୋର୍ଡକୁ ନିଜସ୍ୱ ଯୋଜନା ଉପରେ ନିଷ୍ପତ୍ତି ନେବାକୁ ହେବ । ଏହି ଅନୁସାରେ ପ୍ରସ୍ତୁତି ଆରମ୍ଭ ହେବ ।

ତେବେ ଆଇପିଏଲର ଆୟୋଜନ କେଉଁଠି ହେବ ତାହାକୁ ନେଇ ବିସିସିଆଇ ଚିନ୍ତିତ ଅଛି । ଏନେଇ କୌଣସି ଆଲୋଚନା ହୋଇନାହିଁ । ତେବେ ଖାଲି ଷ୍ଟାଡିୟମରେ ଆଇପିଏଲର ଆୟୋଜନ ହେବା ବିକଳ୍ପ ଉପରେ ମଧ୍ୟ ବିଚାର ଚାଲିଛି ।

   Related Posts