ଆଇପିଏଲ ୨୦୨୨: ସର୍ବାଧିକ ୪ ଖେଳାଳିଙ୍କୁ ରିଟେନ୍ କରି ପାରିବେ ଫ୍ରାଞ୍ଚାଇଜି, ଚେନ୍ନାଇ ରଖିବ ଏହି ୪ ଜଣଙ୍କୁ !

Published By : Prameya-News7 Bureau | October 22, 2021 IST

ନୂଆଦିଲ୍ଲୀ ୨୨।୧୦: ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)୨୦୨୨ ପାଇଁ ଖେଳାଳିଙ୍କ ରିଟେନସନ ପଲିସି ପ୍ରାୟତଃ ସ୍ପଷ୍ଟ ହୋଇ ଯାଇଛି। ଏହାର ଯଥେଷ୍ଟ ସମ୍ଭାବନା ଯେ, ଫ୍ରାଞ୍ଚାଇଜିଙ୍କୁ ସର୍ବାଧିକ ୪ ଖେଳାଳିଙ୍କୁ ରିଟେନ୍ କରିବାର ଅନୁମତି ମିଳିବ। ଏମିତି ହେଲେ ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ ମହେନ୍ଦ୍ର ସିଂହ ଧୋନୀ, ରବୀନ୍ଦ୍ର ଜାଡେଜା, ଋତୁରାଜ ଗାଏକଓ୍ଵାଡ ଓ ଫାଫ ଡୁପ୍ଲେସିସ୍‌ କିମ୍ବା ଡ୍ଵେନ ବ୍ରାଭୋଙ୍କ ମଧ୍ୟରୁ ଜଣଙ୍କୁ ରିଟେନ୍ କରି ପାରିବ।

ଏଥିସହ ଦୁଇ ନୂତନ ଆଇପିଏଲ ଟିମକୁ ନିଲାମ ବ୍ୟତୀତ ୨ କିମ୍ବା ୩ ଖେଳାଳିଙ୍କୁ ଚୟନ କରିବାର ଅନୁମତି ଦିଆଯିବ। ଏଥିରେ ବିଦେଶୀ ଖେଳାଳି ମଧ୍ୟ ସାମିଲ୍ ରହିବେ। ମେଗା ନିଲାମ ପାଇଁ ଆଇପିଏଲ ଦଳଗୁଡିକୁ  ଆରଟିଏସ କାର୍ଡ ମିଳିବାର ସମ୍ଭାବନା ନାହିଁ।

କ୍ରିକବଜ୍‌ର ରିପୋର୍ଟ ଅନୁଯାୟୀ, ୟୁଏଇରେ ସମାପ୍ତ ଆଇପିଏଲର ଶେଷ ପର୍ଯ୍ୟାୟ ସମୟରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଓ ଟିମ୍‌ର ପ୍ରତିନିଧି ମଧ୍ୟରେ ଅନୌପଚାରିକ ବୈଠକ ବସିଥିଲା। ଏଥିରେ ଦଳ ଗୁଡିକ ରିଟେସନ ପଲିସି ଉପରେ ସହମତି ବ୍ୟକ୍ତ କରିଥିଲେ।

କ୍ରିକବଜ ନିଜ ରିପୋର୍ଟରେ ସୂଚନା ଦେଇଥିଲା ଯେ, ଦଳଗୁଡିକୁ ସର୍ବାଧିକ ୩ ଭାରତୀୟ ଖେଳାଳି ଏବଂ ଦୁଇ ବିଦେଶୀ ଖେଳାଳିଙ୍କୁ ରଖିବାକୁ ଅନୁମତି ଦିଆଯିବ। ଏହି ପାଞ୍ଚ ଖେଳାଳିଙ୍କ ମଧ୍ୟରୁ ଦଳଗୁଡିକୁ କେବଳ ୪ ଖେଳାଳି ରିଟେନ୍ କରି ପାରିବେ। ଅନକ୍ୟାପ୍‌ଡ ଖେଳାଳିଙ୍କୁ ମଧ୍ୟ ରିଟେନ୍ କରିବାର ସୀମା ରହିପାରେ। ଗୋଟିଏ ଦଳକୁ ଦୁଇରୁ ଅଧିକ ଅନକ୍ୟାପ୍‌ଡ ଖେଳାଳିଙ୍କୁ ରିଟେନ୍  କରିବାର ଅନୁମତି ମିଳିବ ନାହିଁ।

ସୂଚନାଯୋଗ୍ୟ, ଗୋଟିଏ ଫ୍ରାଞ୍ଚାଇଜିଙ୍କୁ ଖେଳାଳି କିଣିବା ପାଇଁ ସର୍ବାଧିକ ୯୦ କୋଟି ଟଙ୍କା ଖର୍ଚ୍ଚ କରିବାର ଅନୁମତି ରହିଛି। ଏଥିରୁ କୌଣସି ଦଳ ଅଧିକ ଖର୍ଚ୍ଚ କରି ପାରିବେ ନାହିଁ। ହେଲେ ଆଇପିଏଲ ୨୦୨୨ରେ ଏହି ଅର୍ଥ ରାଶିକୁ ୯୦ କୋଟିରୁ ବଢାଇ ୯୫ କିମ୍ବା ୧୦୦ କୋଟି କରାଯାଇପାରେ। ଯଦି କୌଣସି ଫ୍ରାଞ୍ଚାଇଜି ଚାରି ଖେଳାଳିଙ୍କ ରିଟେନ୍ କରନ୍ତି ତେବେ ନିଜ ପର୍ସରୁ ପ୍ରାୟ ୪୦ ରୁ ୪୫ ପ୍ରତିଶତ ଖର୍ଚ୍ଚ କରିବାକୁ ପଡିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.