Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଆଇପିଏଲ ୨୦୨୨ର ରିଟେନସନ ନିୟମ, ୪ ଖେଳାଳିଙ୍କୁ ରିଟେନ୍ କରି ପାରିବେ ପୁରୁଣା ଦଳ, ନୂଆ ଟିମ୍‌କୁ ମିଳିବ ଏହି ଫାଇଦା

28/10/2021 at 7:03 PM

ନୂଆଦିଲ୍ଲୀ ୨୮।୧୦: ଆଇପିଏଲ ୨୦୨୨ର ମେଗା ନିଲାମୀ ପୂର୍ବରୁ ସାମ୍ନାକୁ ଆସିଲା ଆଇପିଏଲ ୨୦୨୨ର ରିଟେନସନ ନିୟମ। ନୂତନ ନିୟମ ଅନୁଯାୟୀ, ପୁରୁଣା ଦଳ ସର୍ବାଧିକ ୪ ଜଣ ଖେଳାଳିଙ୍କୁ ରିଟେନ୍ କରି ପାରିବେ ଅର୍ଥାତ ଦଳରେ ୪ ଖେଳାଳିଙ୍କୁ ରଖି ପାରିବ। ଏଥିସହ ନୂତନ ଦଳକୁ ମଧ୍ୟ ଏହାର ଫାଇଦା ଦିଆଯାଇଛି। ଖେଳାଳିଙ୍କ ରିଟେନ୍ ପରେ ଏବଂ ୨୦୨୨ ନିଲାମ ପୂର୍ବରୁ ବଳକା ଖେଳାଳିଙ୍କ ମଧ୍ୟରୁ ତିନି ଜଣ ଖେଳାଳିଙ୍କୁ ଦୁଇ ନୂତନ ଟିମ୍ ରଖି ପାରିବେ।

ଆଇପିଏଲ ୨୦୨୨ର ନିଲାମ ପାଇଁ ଫ୍ରାଞ୍ଚାଇଜିଙ୍କୁ ଏଥର ୯୦ କୋଟି ଟଙ୍କା ଦିଆଯିବାର ସମ୍ଭାବନା ରହିଛି। ୨୦୨୧ ଆଇପିଏଲ ନିଲାମରେ ଫ୍ରାଞ୍ଚାଇଜିଙ୍କୁ ୮୫ କୋଟି ଟଙ୍କା ଦିଆଯାଇଥିଲା। ଇଏସପିଏନ କ୍ରିକଇନଫୋର ରିପୋର୍ଟ ମୁତାବକ, ବର୍ତ୍ତମାନର ଆଠ ଦଳ ତିନି ଜଣ ଭାରତୀୟ ଖେଳାଳି ଏବଂ ଜଣେ ବିଦେଶୀ କିମ୍ବା ଦୁଇ ଜଣ  ଭାରତୀୟ ଖେଳାଳି ଓ ଦୁଇ ଜଣ ବିଦେଶୀ ଖେଳାଳି ସମେତ ମୋଟ୍ ୪ ଖେଳାଳିଙ୍କୁ ରିଟେନ୍ କରି ପାରିବ।

ରିପୋର୍ଟ ମୁତାବକ ଯଦି ଭାରତୀୟ ଦଳର ବଡ ବଡ ଖେଳାଳି ନିଲାମରେ ସାମିଲ୍ ନହୁଅନ୍ତି ତେବେ ଦୁଇ ନୂତନ ଦଳ ହାଇଦ୍ରାବାଦ ଓ  ଲକ୍ଷ୍ନୌକୁ ନିଲାମ ପୂର୍ବରୁ ସର୍ବାଧିକ ଦୁଇ ବିଦେଶୀ ଖେଳାଳି ରଖିବାର ଅନୁମତି ଦିଆଯିବ। ଏହା ବ୍ୟତୀତ ଆଇପିଏଲର ନିଲାମରେ ପୂର୍ବରୁ ଥିବା  ଆଠ ଦଳକୁ ରାଇଟ୍ ଟୁ ମ୍ୟାଚ୍ କାର୍ଡ ବ୍ୟବହାର କରିବାର ଅନୁମତି ଦିଆଯିବ ନାହିଁ। ହେଲେ ବିସିସିଆଇ ଏ ପର୍ଯ୍ୟନ୍ତ ରିଟେନସନ ନିୟମର ଆନୁଷ୍ଠାନିକ ଘୋଷଣା କରି ନାହିଁ।

   Related Posts