Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ଆଇପିଏଲ ୨୦୨୨: ରିଟେନ୍ ହେଲେ ଧୋନୀ, ବିରାଟ ଓ ରୋହିତ, ରିଲିଜ୍ ହେଲେ ରାହୁଲ

30/11/2021 at 4:07 PM

ନୂଆଦିଲ୍ଲୀ ୩୦।୧୧: ଆଇପିଏଲ ୨୦୨୨ ପୂର୍ବରୁ ହେବାକୁ ଯାଉଛି ମେଗା ନିଲାମ। ତେବେ ଏହା ପୂର୍ବରୁ ମଙ୍ଗଳବାର ସମସ୍ତ ୮ ଫ୍ରାଞ୍ଚାଇଜି ନିଜର ରିଟେନ୍ ଖେଳାଳିଙ୍କ ତାଲିକା ବିସିସିଆଇକୁ ପ୍ରଦାନ କରିବେ। ଡିଫେଣ୍ଡିଂ ଚାମ୍ପିଅନ ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ, ବିରାଟ କୋହଲି, ରୋହିତ ଶର୍ମା, ଯଶପ୍ରୀତ ବୁମରା, ସୁନିଲ ନାରିନେ, ଆନ୍ଦ୍ରେ ରସେଲ ଓ ଗ୍ଲେନ ମ୍ୟାକ୍ସଓ୍ଵେଲ କିଛି ବଡ ଖେଳାଳିଙ୍କୁ ନିଜ ଦଳ ରିଟେନ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅନ୍ୟପଟେ ପଞ୍ଜାବ କିଙ୍ଗ୍ସର ଅଧିନାୟକ କେଏଲ ରାହୁଲ ଏବଂ ସନରାଇଜର୍ସ ହାଇଦ୍ରାବାଦର ବୋଲର ରଶିଦ ଖାନ ନିଜ ଦଳ ଛାଡିବା ପ୍ରାୟତଃ ନିଶ୍ଚିତ ହୋଇ ଯାଇଛି।

ସୋମବାର ସନ୍ଧ୍ୟା ସୁଦ୍ଧା କ୍ରିକଇମ୍ଫୋ ଦ୍ଵାରା ପ୍ରକାଶିତ ଖବର ଅନୁଯାୟୀ ନିମ୍ନୋକ୍ତ ଖେଳାଳିଙ୍କୁ ଫ୍ରାଞ୍ଚାଇଜି ମାନେ ନିଜ ଦଳରେ ରଖିଛନ୍ତି। କିନ୍ତୁ ଏହା ଆଇପିଏଲର ସ୍ପଷ୍ଟ ରିଟେନସନ ତାଲିକା ନୁହେଁ।

ଚେନ୍ନାଇ ସୁପର କିଙ୍ଗ୍ସ- ରବୀନ୍ଦ୍ର ଜାଡେଜା, ମହେନ୍ଦ୍ର ସିଂହ ଧୋନୀ, ଋତୁରାଜ ଗାଏକଓ୍ଵାଡ, ମୋଇନ ଅଲ୍ଲୀ।

କୋଲକାତା ନାଇଟ୍ ରାଇଡର୍ସ- ସୁନିଲ ନାରିନେ, ଆନ୍ଦ୍ରେ ରସେଲ, ବରୁଣ ଚକ୍ରବର୍ତ୍ତୀ, ଭେଙ୍କଟେଶ ଆୟର।

ସନରାଇଜର୍ସ ହାଇଦ୍ରାବାଦ- କେନ ଓ୍ଵିଲିୟମସନ।

ପଞ୍ଜାବ କିଙ୍ଗ୍ସ- ମୟଙ୍କ ଅଗ୍ରଓ୍ଵାଲ, ଅର୍ଶଦୀପ ସିଂହ।

୨୦୨୨ ସିଜିନ୍‌ରେ ୧୦ଟି ଦଳ ଅଂଶଗ୍ରହଣ କରିବେ। ତେବେ ଏହା ପୂର୍ବରୁ ଖେଳାଳିଙ୍କ ମେଗା ନିଲାମ ଜାନୁଆରୀରେ ହୋଇପାରେ। ଖେଳାଳିଙ୍କୁ କିଣିବା ପାଇଁ ଫ୍ରାଞ୍ଚାଇଜିଙ୍କ ପାଇଁ ୯୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ନିଲାମରେ ଏଥିରୁ ଆଉ ଅଧିକ ଟଙ୍କା ଦଳର ମାଲିକ ଖର୍ଚ୍ଚ କରି ପାରିବେ ନାହିଁ। ଅନ୍ୟପଟେ ବର୍ତ୍ତମାନର ୮ ଦଳ ସର୍ବାଧିକ ୪ ଖେଳାଳିଙ୍କୁ ରିଟେନ୍ ଅର୍ଥାତ ଦଳରେ ରଖି ପାରିବେ। ବାକି ଦୁଇଟି ନୂତନ ଦଳ ଲକ୍ଷ୍ନୌ ଓ ଅହମ୍ମଦାବାଦ ମୂଳ ୮ ଟି ଦଳ ଖେଳାଳିଙ୍କ ରିଟେନ୍ କରିବା ପରେ ତିନି ତିନି ଖେଳାଳିଙ୍କୁ କିଣି ପାରିବେ।

ଯଦି କୌଣସି ଫ୍ରାଞ୍ଚାଇଜି ଚାରି ଖେଳାଳିଙ୍କୁ ଦଳରେ ରଖୁଛନ୍ତି, ତେବେ ସେମାନଙ୍କୁ ୪୨ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଯଦି ତିନି ଖେଳାଳି ରିଟେନ୍ କରିବେ ତେବେ ୩୩ କୋଟି ଏବଂ ଦୁଇ ଖେଳାଳିଙ୍କୁ ରିଟେନ୍ କଲେ ୨୪ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଯଦି ଖେଳାଳିଙ୍କୁ ରିଟେନ୍ କରିବେ ତେବେ ୧୪ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ।

   Related Posts