Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘ଇତିହାସରେ ହୋଇଥିବା ଭୁଲଗୁଡିକୁ ଏବେ ସୁଧାରୁଛି ଭାରତ’, କଂଗ୍ରେସକୁ ଟାର୍ଗେଟ୍ କରି ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

IPL 2022: ଲକ୍ଷ୍ନୌ ଦଳରେ ସାମିଲ୍ ହୋଇ ପାରନ୍ତି ରାହୁଲ, ରଶିଦ ଓ ହାର୍ଦ୍ଦିକ, ଓ୍ଵାର୍ଣ୍ଣର-ଆୟରଙ୍କୁ ରଖିପାରେ ଅହମ୍ମଦାବାଦ

1/12/2021 at 4:18 PM

ନୂଆଦିଲ୍ଲୀ ୦୧।୧୨: ଆଇପିଏଲ ୨୦୨୨ର ମେଗା ନିଲାମ ପୂର୍ବରୁ ସମସ୍ତ ଆଠ ଫ୍ରାଞ୍ଚାଇଜି ନିଜର ରିଟେନ୍ ଖେଳାଳିଙ୍କ ତାଲିକା ପ୍ରକାଶ କରିଛନ୍ତି। ମୋଟ୍ ୨୭ ଖେଳାଳିଙ୍କୁ ରିଟେନ୍ କରାଯାଇଛି ଏବଂ ସବୁ ଦଳରେ ଅନେକ ଗୁରୁତ୍ଵପୂର୍ଣ୍ଣ ଖେଳାଳି ସାମିଲ୍ ହୋଇ ସାରିଛନ୍ତି। ରିଟେନ୍ ହୋଇନଥିବା ଖେଳାଳି ଏବେ ଆଇପିଏଲର ଦୁଇ ନୂତନ ଦଳରେ ସାମିଲ୍ ହୋଇ ପାରନ୍ତି। ଦୁଇ ନୂତନ ଦଳ ଲକ୍ଷ୍ନୌ ଓ ଅହମ୍ମଦାବାଦ ତିନି ଜଣ ଖେଳାଳି(ଦୁଇ ଜଣ  ଭାରତୀୟ ଓ ଜଣେ  ବିଦେଶୀ)ଙ୍କୁ ଦଳରେ ରଖି ପାରିବେ।

ଆଇପିଏଲର ସମସ୍ତ ଦଳ ଯେଉଁ  ବଡ ଖେଳାଳିଙ୍କୁ ନିଲାମ ପାଇଁ ଛାଡିଛନ୍ତି, ସେଥିରେ ଅଧିକାଂଶ ବିଦେଶୀ ଖେଳାଳି ରହିଛନ୍ତି। ତେବେ ଲକ୍ଷ୍ନୌ ଓ ଅହମ୍ମଦାବାଦ ସର୍ବାଧିକ ଜଣେ ଜଣେ ଲେଖାଏଁ ବିଦେଶୀ ଖେଳାଳିଙ୍କୁ ନିଜ ସହିତ ରଖି ପାରିବେ। ଏମିତିରେ କେବଳ ଦୁଇ ଜଣ  ବିଦେଶୀ ଖେଳାଳିଙ୍କୁ ନିଲାମ ପୂର୍ବରୁ ଦଳରେ ସାମିଲ୍ କରାଯାଇପାରେ। ଏଥିରେ ଡେଭିଡ୍ ଓ୍ଵାର୍ଣ୍ଣର ଏବଂ ରଶିଦ ଖାନଙ୍କ ନାମ ସର୍ବାଗ୍ରେ ରହିଛି।

ଲକ୍ଷ୍ନୌରେ ସାମିଲ୍ ହୋଇ ପାରନ୍ତି ଏହି ତିନି ଖେଳାଳି

ଲକ୍ଷ୍ନୌ ଦଳ ୨୦୨୨ ଜାନୁଆରୀରେ ହେବାକୁ ଥିବା ମେଗା ନିଲାମ ପୂର୍ବରୁ ଲୋକେଶ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା ଓ ରଶିଦ ଖାନଙ୍କୁ ନିଜ ଦଳରେ ସାମିଲ୍ କରିପାରେ। ଖବର ଏହା ମଧ୍ୟ ରହିଛି ଯେ, ପ୍ରଥମ ଦୁଇ ଖେଳାଳି ଲକ୍ଷ୍ନୌ ଫ୍ରାଞ୍ଚାଇଜିଙ୍କ ସହ ଯୋଗାଯୋଗରେ ଅଛନ୍ତି। ତେଣୁ ରାହୁଲ ଓ ହାର୍ଦ୍ଦିକ ଲକ୍ଷ୍ମୌ ଦଳରେ ସାମିଲ୍ ହେବାର ଅଧିକ ସମ୍ଭାବନା ରହିଛି। ରାହୁଲଙ୍କୁ ଲକ୍ଷ୍ନୌର ଅଧିନାୟକ କରାଯାଇପାରେ। ଅନ୍ୟପଟେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମଧ୍ୟ ମେଗା ନିଲାମ ପୂର୍ବରୁ ଲକ୍ଷ୍ନୌ ନିଜ ଦଳରେ ନେଇପାରେ।

ଏହି ସବୁ ଖେଳାଳିଙ୍କ ଉପରେ ମଧ୍ୟ ରହିବ ନଜର

ହର୍ଷଲ ପଟେଲ୍, ଅଭେଶ ଖାନ, ଫାଫ ଡୁପ୍ଲେସିସ୍, ମହମ୍ମଦ ଶାମି, କାଗିସୋ ରାବଡା, ଶିଖର ଧାଓ୍ଵନ, ବେନ ଷ୍ଟୋକ୍ସ, ଜୋଫ୍ରା ଆର୍ଚର, ଟ୍ରେଣ୍ଟ  ବୋଲ୍ଟ ଓ ଜାସନ ରୟଙ୍କ ପରି ଖେଳାଳିଙ୍କ ମଧ୍ୟ ଏହି ଦୁଇ ନୂତନ ଫ୍ରାଞ୍ଚାଇଜିଙ୍କ ନଜର ରହିବ।

ଅହମ୍ମଦାବାଦରେ ସାମିଲ୍ ହୋଇ ପାରନ୍ତି ଏହି ତିନି ଖେଳାଳି

ଅହମ୍ମଦାବାଦ ଦଳ ଡେଭିଡ୍ ଓ୍ଵାର୍ଣ୍ଣର, ଶ୍ରେୟସ ଆୟର ଓ ୟୁଜବେନ୍ଦ୍ର ଚହଲଙ୍କୁ ନିଜ ଦଳରେ ସାମିଲ୍ କରିପାରେ। ଓ୍ଵାର୍ଣ୍ଣର ୨୦୨୧ ଆଇପିଏଲରେ ଖରାପ ଫର୍ମ ଦେଇ ସଂଘର୍ଷ କରିଥିଲେ। ମାତ୍ର ପରେ  ବିଶ୍ଵ କପ୍‌ରେ ସେ ଦମଦାର ପ୍ରଦର୍ଶନ କରି ଅଷ୍ଟ୍ରେଲିଆକୁ ପ୍ରଥମ ଟି-୨୦  ବିଶ୍ଵ କପ୍  ଜିତାଇଛନ୍ତି। ତାଙ୍କ ବ୍ୟତୀତ ଶ୍ରେୟସ ଆୟରଙ୍କୁ ମଧ୍ୟ ଦଳ ନିଜ ସହ ସାମିଲ୍ କରିବାକୁ ଚାହିଁବ। ଏହି ଦୁଇ ଖେଳାଳିଙ୍କ ମଧ୍ୟରୁ ଜଣଙ୍କୁ ଅହମ୍ମଦାବାଦ ଅଧିନାୟକ କରିପାରେ। ୟୁଜବେନ୍ଦ୍ର ଚହଲ କିମ୍ବା ମହମ୍ମଦ ଶାମିଙ୍କୁ ଦଳ ସାମିଲ୍ କରିପାରେ।

   Related Posts