Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

IPL 2022: ଏମଏସ ଧୋନୀ, ରୋହିତ ଶର୍ମା ଓ ବିରାଟ କୋହଲି ହେଲେ ରିଟେନ୍, ମେଗା ନିଲାମକୁ ଓହ୍ଲାଇବେ ହାର୍ଦ୍ଦିକ ଓ ରଶିଦ ଖାନ

30/11/2021 at 9:42 PM

ନୂଆଦିଲ୍ଲୀ ୩୦।୧୧: ଆଇପିଏଲ ୨୦୨୨ ପୂର୍ବରୁ ହେବାକୁ ଯାଉଛି ମେଗା ନିଲାମ। ତେବେ ଏହା ପୂର୍ବରୁ ମଙ୍ଗଳବାର ସମସ୍ତ ୮ ଫ୍ରାଞ୍ଚାଇଜି ନିଜର ରିଟେନ୍ ଖେଳାଳିଙ୍କ ତାଲିକା ବିସିସିଆଇକୁ ପ୍ରଦାନ କରିଛନ୍ତି। ଡିଫେଣ୍ଡିଂ ଚାମ୍ପିଅନ ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ, ବିରାଟ କୋହଲି, ରୋହିତ ଶର୍ମା, ଯଶପ୍ରୀତ ବୁମରା, ସୁନିଲ ନାରିନେ, ଆନ୍ଦ୍ରେ ରସେଲ ଓ ଗ୍ଲେନ ମ୍ୟାକ୍ସଓ୍ଵେଲ କିଛି ବଡ ଖେଳାଳିଙ୍କୁ ନିଜ ଦଳ ରିଟେନ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଓ ଇଶାନ କିଶନ ପରି ବିସ୍ଫୋରକ ବ୍ୟାଟସମ୍ୟାନ ଏଥର ମେଗା ନିଲାମରେ  ସାମିଲ ହେବେ।   ସନରାଇଜର୍ସ ହାଇଦ୍ରାବାଦର ବୋଲର ରଶିଦ ଖାନ ନିଜ ଦଳ ଛାଡିବା ପ୍ରାୟତଃ ନିଶ୍ଚିତ ହୋଇ ଯାଇଛି। ଦଳ ତାଙ୍କୁ ରିଟେନ୍ କରିବାକୁ ଚାହୁଁଥିଲେ ମଧ୍ୟ ସେ ଦଳରେ ରହିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି। ହାଇଦ୍ରାବାଦ କେନ ଓ୍ଵିଲିୟମସନଙ୍କ ସହିତ ଜାମ୍ମୁ-କାଶ୍ମୀରର ଯୁବ ଖେଳାଳି ଉମରାନ ମଲିକ ଏବଂ ଅବଦୁଲ ସମଦଙ୍କୁ ଦଳରେ ରଖିଛି। ଏଥିରୁ ସ୍ପଷ୍ଟ ଯେ, କେନ ଓ୍ଵିଲିୟମସନ ଏବେ ସନରାଇଜର୍ସ  ହାଇଦ୍ରାବାଦର ସ୍ଥାୟୀ ଅଧିନାୟକ  ହୋଇ ପାରନ୍ତି।

ମୁମ୍ବାଇ ଇଣ୍ଡିଆନ୍ସ କିରଣ ପୋଲାର୍ଡ ଓ ସୂର୍ଯ୍ୟକୁମାର ଯାଦବଙ୍କୁ ରିଟେନ୍ କରିଛି। ଏହା ପୂର୍ବରୁ ଦଳ ଯଶପ୍ରୀତ ବୁମରା ଓ ରୋହିତ ଶର୍ମାଙ୍କୁ ଦଳରେ ରଖି ସାରିଛି। ଏହାର ଅର୍ଥ ହାର୍ଦ୍ଦିକ ପାଣ୍ଡ୍ୟା ଓ ଇଶାନ କିଶନଙ୍କୁ ଏଥର ନିଲାମରେ ସାମିଲ ହେବାକୁ ପଡିବ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟ ତିନି ଖେଳାଳିଙ୍କୁ ଦଳରେ ରଖିବାକୁ ନିଷ୍ପତ୍ତି ନେଇଛି। ଏଥିରେ ବିରାଟ କୋହଲି, ଗ୍ଲେନ ମ୍ୟାକ୍ସଓ୍ଵେଲ ଏବଂ ଦ୍ରୁତ ବୋଲର ମହମ୍ମଦ ସିରାଜ ସାମିଲ। ରାଜସ୍ଥାନ ରୟାଲ୍ସ ସଞ୍ଜୁ ସାମସନଙ୍କ ସହିତ ଜୋସ ବଟଲର ଏବଂ ଯଶସ୍ଵୀ ଜୟସଓ୍ଵାଲଙ୍କୁ ଦଳରେ ରଖିଛି।

ରିଟେନ୍ ହୋଇଥିବା ଖେଳାଳି

ଚେନ୍ନାଇ ସୁପର କିଙ୍ଗ୍ସ- ରବୀନ୍ଦ୍ର ଜାଡେଜା, ମହେନ୍ଦ୍ର ସିଂହ ଧୋନୀ, ଋତୁରାଜ ଗାଏକଓ୍ଵାଡ, ମୋଇନ ଅଲ୍ଲୀ।

କୋଲକାତା ନାଇଟ୍ ରାଇଡର୍ସ- ସୁନିଲ ନାରିନେ, ଆନ୍ଦ୍ରେ ରସେଲ, ବରୁଣ ଚକ୍ରବର୍ତ୍ତୀ, ଭେଙ୍କଟେଶ ଆୟର।

ସନରାଇଜର୍ସ ହାଇଦ୍ରାବାଦ- କେନ ଓ୍ଵିଲିୟମସନ, ଉମରାନ ମଲିକ, ଅବଦୁଲ ସାମଦ।

ମୁମ୍ଵାଇ ଇଣ୍ଡିଆନ୍ସ- ରୋହତି ଶର୍ମା, ଯଶପ୍ରୀତ ବୁମରା, ସୂର୍ଯ୍ୟକୁମାର ଯାଦବ ଓ କିରଣ ପୋଲାର୍ଡ।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ- ବିରାଟ କୋହଲି, ଗ୍ଲେନ ମ୍ୟାକ୍ସଓ୍ଵେଲ୍, ମହମ୍ମଦ ସିରାଜ।

ଦିଲ୍ଲୀ କ୍ୟାପିଟାଲ୍ସ- ଋଷଭ ପନ୍ତ, ପୃଥ୍ଵୀ ଶ, ଅକ୍ଷର ପଟେଲ୍, ଏନରିଚ୍ ନୋତର୍ଜେ।

ରାଜସ୍ଥାନ ରୟାଲ୍ସ- ସଞ୍ଜୁ ସାମସନ୍ସ, ଜୋସ ବଟଲର, ଯଶସ୍ଵୀ ଜୟସଓ୍ଵାଲ।

ପଞ୍ଜାବ କିଙ୍ଗ୍ସ- ମୟଙ୍କ ଅଗ୍ରଓ୍ଵାଲ, ଅର୍ଶଦୀପ ସିଂହ।

କେତେ ଟଙ୍କା ବଳକା ରହିଲା

ସିଏସକେ- ସମସ୍ତ ୪ ଖେଳାଳି ରିଟେନ୍, ନିଲାମ ପାଇଁ ବଳକା ରହିଲା ୪୮ କୋଟି ଟଙ୍କା

କେକେଆର- ସମସ୍ତ ୪ ଖେଳାଳି ରିଟେନ୍, ନିଲାମ ପାଇଁ ବଳକା ରହିଲା ୪୮ କୋଟି ଟଙ୍କା

ଡିସି- ସମସ୍ତ ୪ ଖେଳାଳି ରିଟେନ୍, ନିଲାମ ପାଇଁ ବଳକା ରହିଲା ୪୮ କୋଟି ଟଙ୍କା

ଏମଆଇ- ସମସ୍ତ ୪ ଖେଳାଳି ରିଟେନ୍, ନିଲାମ ପାଇଁ ବଳକା ରହିଲା ୪୮ କୋଟି ଟଙ୍କା

ଏସଆରଏଚ- ୩ ଖେଳାଳି ରିଟେନ୍, ନିଲାମ ପାଇଁ ବଳକା ରହିଲା ୫୭ କୋଟି ଟଙ୍କା।

ଆରସିବି- ୩ ଖେଳାଳି ରିଟେନ୍, ନିଲାମ ପାଇଁ ବଳକା ରହିଲା ୫୭ କୋଟି ଟଙ୍କା।

ଆରଆର- ୩ ଖେଳାଳି ରିଟେନ୍, ନିଲାମ ପାଇଁ ବଳକା ରହିଲା ୫୭ କୋଟି ଟଙ୍କା।

ପିବିକେଏସ- ୨ ଖେଳାଳି ରିଟେନ୍, ନିଲାମ ପାଇଁ ବଳକା ରହିଲା ୬୬ କୋଟି ଟଙ୍କା।

ନୂତନ ଫ୍ରାଞ୍ଚାଇଜିଙ୍କ ନିକଟରେ ଡିସେମ୍ବର ୧ରୁ ଡିସେମ୍ବର ୨୫ ପର୍ଯ୍ୟନ୍ତ ଦୁଇ ଭାରତୀୟ ଏବଂ ଜଣେ ବିଦେଶୀ ଖେଳାଳିଙ୍କୁ ଦଳରେ ସାମିଲ୍ କରିବାର ସମୟ ରହିଛି। ଯେଉଁ ଖେଳାଳିଙ୍କୁ ଆଠ ଫ୍ରାଞ୍ଚାଇଜି ଦଳରେ ରଖି ନାହାନ୍ତି ସେମାନଙ୍କୁ ନିଜ ଦଳରେ ସାମିଲ୍ କରି ପାରିବେ।

   Related Posts