ରୋହିତ ଆର୍ମି ସହ ଲଢିବାର ମନ୍ତ୍ର ଦେଲେ ବିରାଟ କୋହଲି, ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଏମଆଇ ଓ ଆରସିବି

Published By : Prameya-News7 Bureau | April 06, 2021 IST

ନୂଆଦିଲ୍ଲୀ ୦୬।୦୪: ବିରାଟ କୋହଲି ଆଇପିଏଲର ଉଦ୍‌ଘାଟନୀ ମ୍ୟାଚ୍‌ ପୂର୍ବରୁ ନିଜ ଦଳକୁ ଲଢିବାର ମନ୍ତ୍ର ଦେଇଛନ୍ତି। ଆଇପିଏଲର ୧୪ତମ ସଂସ୍କରଣର ପ୍ରଥମ ମୁକାବିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ। ମୁମ୍ବାଇ ଇଣ୍ଡିଆନ୍ସ ପାଞ୍ଚ ଥର ଚମ୍ପିଆନ ହୋଇଥିବା ବେଳେ ବେଙ୍ଗାଲୁରୁ ହାତରେ ଗୋଟିଏ ବି ଟାଇଟଲ ନାହିଁ। ତେଣୁ ଦଳ ୧୪ତମ ସିଜିନ୍‌ରେ ଚମ୍ପିଆନ ହେବାକୁ ଅଣ୍ଟା ଭିଡିଛି।

wp:html /wp:html

ବିରାଟ କୋହଲି ଟ୍ଵିଟ୍‌ରେ ଲେଖିଛନ୍ତି ଯେ, ଆରସିବି ପ୍ରଶଂଶକ ଆମେ ଫେରି ଆସିଲୁ। ଆମେ ରେଡ୍ ଓ ଗୋଲଡେନ୍ ବ୍ରିଗେଡ୍‌ର ପ୍ରତିନିଧିତ୍ଵ କରି ଗର୍ବିତ। ଏକ କଡା ମୁକାବିଲା ଆମକୁ ଅପେକ୍ଷା କରିଛି। ଆମେ ନିଜର ପ୍ରଥମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ସହ ମୁହାଁମୁହିଁ ହେବୁ। ଆମକୁ ବିଜୟର ମନ୍ତ୍ର ଦିଅନ୍ତୁ ଏବଂ ହ୍ୟାସଟ୍ୟାଗ୍ ‘Play Bold’ ଦେଇଛନ୍ତି। ଏହାର ଅର୍ଥ ସାହାସର ସହ ଖେଳ। ଏଥିରୁ ହିଁ କୋହଲିଙ୍କ ରଣନୀତି ବିଷୟରେ ଆଭାସ୍ ମିଳୁଛି। କେବଳ ଏତିକି ନୁହେଁ ସେ ଏପ୍ରିଲ ୯ରେ ଖେଳାଯିବାକୁ ଥିବା ମ୍ୟାଚ୍‌କୁ ମଧ୍ୟ ମନେ ପକାଇଛନ୍ତି। ଗତ ସିଜିନ୍‌ରେ ବେଙ୍ଗାଲୁରୁ ଚତୁର୍ଥ ନମ୍ବରରେ ଥିଲା। ଦଳ ତିନି ଥର ୨୦୦୯, ୨୦୧୧ ଓ ୨୦୧୬ରେ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଥରୁଟିଏ ଟାଇଟଲ୍ ଜିତି ପାରିନାହିଁ।

{"id":434332,"width":832,"height":557,"sizeSlug":"large","linkDestination":"none"}

ବିରାଟ କୋହଲି ପ୍ରଶଂସକଙ୍କୁ ବିଜୟର ମନ୍ତ୍ର ପଚାରିଥିଲେ। ଏହା ଉପରେ ପ୍ରଶଂସକ ରୋଚକ ଜବାବ ଦେଇଛନ୍ତି। ଜଣେ ଲେଖିଛନ୍ତି ମୁମ୍ବାଇକୁ ଧୋଇବା ପାଇଁ ଆସୁଛନ୍ତି ସୁପରମ୍ୟାନ୍ ଓ ବ୍ୟାଟ୍‌ମ୍ୟାନ୍। ଏଥିରେ ଏବି ଡିଭିଲିୟର୍ସ ଓ ବିରାଟ କୋହଲିଙ୍କ ଫଟୋ ଲାଗିଛି। ଅନେକ ପ୍ରଶଂସକ ମୁମ୍ବାଇକୁ ନେଇ ବ୍ୟଙ୍ଗାତ୍ମକ ଟ୍ଵିଟ୍ ମଧ୍ୟ କରିଛନ୍ତି। ଦୁଇ ଦଳ ମଧ୍ୟରେ ଏ ପର୍ଯ୍ୟନ୍ତ ହୋଇଥିବା ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସର ପଲ୍ଲା ଭାରି ରହିଛି। ମୋଟ୍ ୨୭ଟି ମ୍ୟାଚ୍‌ରୁ ମୁମ୍ବାଇ ୧୭ ଥର ଜିତିଥିବା ବେଳେ ବେଙ୍ଗାଲୁରୁ କେବଳ ୧୦ଟି ମ୍ୟାଚ୍‌ ଜିତି ପାରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.