୯ ଏପ୍ରିଲ୍‌ରୁ ଆଇପିଏଲ୍‌ ମୁକାବିଲା, ଦିଲ୍ଲୀ-ମୁମ୍ବାଇ ସମେତ ଏହି ୬ ସହରରେ ହେବ ମ୍ୟାଚ୍‌

Published By : Prameya-News7 Bureau | March 06, 2021 IST

ନୂଆଦିଲ୍ଲୀ ୦୬/୦୩: ମୋଟେରାର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଇତିହାସ ରଚିଛି ଟିମ୍‌ ଇଣ୍ଡିଆ। ଇଂଲଣ୍ଡକୁ ଶେଷ ଟେଷ୍ଟରେ ଏକ ଇନିଂସ୍‌ ଏବଂ ୨୫ ରନ୍‌ରେ ହରାଇ ସିରିଜ୍‌ କବଜା କରିଛି ଭାରତ। ୩-୧ରେ ଟେଷ୍ଟ ସିରିଜ୍‌ କବଜା କରି ନିଜ ମାଟିରେ ଭ୍ରମଣକାରୀ ଦଳ ଇଂଲଣ୍ଡକୁ ପାଣି ପିଆଇଛି। ଟେଷ୍ଟ ସିରିଜରେ‌ ଟିମ୍‌ ଇଣ୍ଡିଆର କମାଲ ଦେଖିବାକୁ ମିଳିଥିବା ବେଳେ ପୁଣିଥରେ ଇଣ୍ଡିଆନ୍‌ ପ୍ରମିୟର ଲିଗ୍‌ (ଆଇପିଏଲ୍‌)କୁ ନେଇ କ୍ରିକେଟ ପ୍ରେମୀଙ୍କ ମନରେ ଉତ୍ସାହ ଜାଗ୍ରତ ହୋଇଛି। ୨୦୨୦ରେ କରୋନା କଟକଣା ମଧ୍ୟରେ ଆଇପିଏଲ୍‌ ଆୟୋଜିତ ହୋଇଥିଲା। ତେବେ ଚଳିତ ବର୍ଷ ଆଇପିଏଲ ଟୁର୍ଣ୍ଣାମେଣ୍ଟ ପାଇଁ ସମୟ ସୂଚୀ ମିଳିସାରିଛି।

{"id":396503,"sizeSlug":"large","linkDestination":"none"}

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ) ୨୦୨୧ ସଂସ୍କରଣ ୯ ଏପ୍ରିଲ୍‌ରୁ ଆରମ୍ଭ ହେବ। ଆଇପିଏଲର ମହାମୁକାବିଲା ମେ ୩୦ରେ ହେବାକୁ ଥିବା ବେଳେ ସମସ୍ତ ମ୍ୟାଚ୍‌ ଭାରତରେ ହିଁ ହେବ। ୫୧ ଦିନ ଧରି ଆଇପିଏଲ-୧୪ ଖେଳାଯିବାକୁ ଥିବା ବେଳେ ଦେଶର ୬ଟି ସହରରେ ଆୟୋଜିତ ହେବ। ୬ଟି ସହର ମଧ୍ୟରେ କୋଲକାତା, ଅହମଦାବାଦ, ଦିଲ୍ଲୀ , ଚେନ୍ନାଇ, ମୁମ୍ବାଇ ଏବଂ ବେଙ୍ଗାଲୁରୁ ରହିଛି। କରୋନା ମହାମାରୀ ପାଇଁ ଗତବର୍ଷ ସେପ୍ଟମ୍ବର-ନଭେମ୍ବର ମଧ୍ୟରେ ୟୁଏଇରେ ଆଇପିଏଲ୍‌ ଟୁର୍ଣ୍ଣାମେଣ୍ଟ ହୋଇଥିଲା।

{"id":362017,"sizeSlug":"large","linkDestination":"none"}

ଆଇପିଏଲର ୧୩ ତମ ସଂସ୍କରଣରେ ଟ୍ରଫି ଜିଣିଥିଲା ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) । ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ଏମଆଇ ଆଇପିଏଲ୍‌-୨୦୨୦ ଫାଇନାଲ୍‌ ଜିତିଥିଲା। ଆଇପିଏଲ୍‌-୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ ଶେଷ ହେବା ପରେ ଭେନ୍ୟୁକୁ ନେଇ ଚର୍ଚ୍ଚା ଚାଲିଥିଲା। ଏହା ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ସହ-ମାଲିକ ପାର୍ଥ ଜିନ୍ଦଲ କହିଥିଲେ ଏଥର ଆଇପିଏଲ୍‌ର ସମସ୍ତ ମ୍ୟାଚ୍‌ ଦୁଇଟି ଭେନ୍ୟୁରେ ହେବ। ମୁମ୍ବାଇ ଏବଂ ଅହମଦାବାଦରେ ହେବ ବୋଲି ସେ କହିଥିଲେ। ଏହା ସହ ସେ କହିଥିଲେ ଦେଶର ଅଧିକ ସହରରେ ଆଇପିଏଲ୍‌ ମ୍ୟାଚ୍‌ ହେବା ଦରକାର। କାରଣ ଏହା ଦ୍ବାରା ଅକ୍ଟୋବରରେ ହେବାକୁ ଯାଉଥିବା ଟି-୨୦ ବିଶ୍ବକପ୍‌ ପାଇଁ ଆମେ ପ୍ରସ୍ତୁତ ବୋଲି ବିଶ୍ବକୁ ସନ୍ଦେଶ ଯିବ ବୋଲି ପାର୍ଥ ଜିନ୍ଦଲ କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.