ଆଇପିଏଲ୍‌-୨୦୨୧: ଟି ନଟରାଜନ୍‌ଙ୍କ ସ୍ଥାନରେ ହାଇଦ୍ରାବାଦ ଟିମ୍‌ରେ ସାମିଲ ହେଲେ ଏହି ଖେଳାଳି

Published By : Prameya-News7 Bureau | September 24, 2021 IST

ନୂଆଦିଲ୍ଲୀ ୨୪/୦୯: ସନରାଇଜର୍ସ ହାଇଦ୍ରାବାଦ (ଏସଆରଏଚ୍‌)ର ଦ୍ରୁତ ବୋଲର ଟି ନଟରାଜନ୍‌ କରୋନା ସଂକ୍ରମିତ ହେବା ପରେ ତାଙ୍କ ସ୍ଥାନରେ ଅନ୍ୟ ଜଣେ ବୋଲରଙ୍କୁ ସୀମିତ ସମୟ ପାଇଁ ସାମିଲ କରାଯାଇଛି । ନଟରାଜନଙ୍କ ସର୍ଟ ଟର୍ମ ରିପ୍ଲେସମେଣ୍ଟ ଭାବେ ଜାମୁକାଶ୍ମୀର ବୋଲର ତଥା ଏସଆରଏଚ୍‌ ନେଟ ବୋଲର ଉମରାନ ମଲିକଙ୍କୁ ମଉକା ମିଳିଛି ।

wp:html /wp:html

ଉମରାନ ଜାମ୍ମୁକାଶ୍ମୀର ପକ୍ଷରୁ ଘରୋଇ ମ୍ୟାଚ୍‌ ଖେଳୁଥିବା ବେଳେ ସେ ଏବେ ଯାଏଁ କେବଳ ଗୋଟିଏ ଟି-୨୦ ମ୍ୟାଚ୍‌ରେ ଖେଳିଛନ୍ତି। ନଟରାଜନ୍‌ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ ପୂର୍ବରୁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ ।  ଏହା ପରେ ତାଙ୍କ ସହ ବିଜୟ ଶଙ୍କରଙ୍କ ସମେତ ୬ ଟିମ୍‌ ସଦସ୍ୟଙ୍କୁ କ୍ବାରେଣ୍ଟାଇନ୍‌ କରାଯାଇଥିଲା।  ଟି ନଟରାଜନ ଏବେ ସୁସ୍ଥ ହୋଇଆସୁଥିବା ବେଳେ ଖୁବଶୀଘ୍ର ଟିମକୁ ଫେରିବେ।

ଗୁରୁବାର ଜନି ବେୟରଷ୍ଟୋଙ୍କ ସ୍ଥାନରେ ଟିମରେ ସାମିଲ ହୋଇଥିବା ଶେରଫେନ୍‌ ରଦରଫୋର୍ଡ ପିତାଙ୍କ ନିଧନ ଖବର ମିଳିବା ପରେ ସନରାଜର୍ଜସର ବାୟୋ ବବଲ୍‌ ଛାଡ଼ି ସ୍ବଦେଶ ଚାଲିଯାଇଛନ୍ତି। ଓ୍ବିଲିୟମସନଙ୍କ ନେତୃତ୍ବରେ ଟିମ୍‌ର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ଏବେ ଯାଏ ୮ଟି ମ୍ୟାଚ୍‌ ଖେଳି କେବଳ ଗୋଟିଏରେ ବିଜୟୀ ହୋଇଛି । ଆଇପିଏଲ-୨୦୨୧ର ଦ୍ବିତୀୟ ଚରଣର ପ୍ରଥମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଖରୁ ହାରିଥିଲା ସନରାଇଜର୍ସ ହାଇଦ୍ରାବାଦ।

ହାଇଦ୍ରାବାଦ ଏବେ ପଏଣ୍ଟ ଟେବୁଲ୍‌ରେ ସବୁଠୁ ତଳେ ଅର୍ଥାତ ଅଷ୍ଟମ ନମ୍ବରରେ ରହିଛି। ଦିଲ୍ଲୀ ପାଖରୁ ହାରିବା ପରେ ଦଳ ପ୍ଲେଅଫକୁ ଯିବା ଅନିଶ୍ଚିତାକୁ ଠେଲି ହୋଇଯାଇଛି। ପ୍ଲେଅଫକୁ ଯିବାକୁ ହେଲେ ଦଳକୁ ବାକି ମ୍ୟାଚ୍‌ରେ ବିଜୟୀ ହେବାକୁ ପଡ଼ିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.