Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ଆରମ୍ଭ ହେଲା ଫଟାଫଟ୍ କ୍ରିକେଟ୍‌ର ମଜା IPL 2021: ପ୍ରଥମ ମୁକାବିଲାରେ ଟସ୍ ଜିତିଲେ ବିରାଟ, ବ୍ୟାଟିଂ କରିବ ମୁମ୍ବାଇ ଇଣ୍ଡିଆନ୍ସ

9/04/2021 at 7:04 PM

ଚେନ୍ନାଇ ୦୯।୦୪: ଆଜିଠୁ ଆରମ୍ଭ ହେଉଛି ଫଟାଫଟ୍‌ କ୍ରିକେଟ୍‌ର ମଜା ଆଇପିଏଲ। ଦୁନିଆର ସବୁଠାରୁ ଆକର୍ଷକ ଟି-୨୦ ଟୁର୍ଣ୍ଣାମେଣ୍ଟ ଆଇପିଏଲ୍ ୨୦୨୧ର ବିଗୁଲ ବାଜିଛି। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମୁହାଁମୁହିଁ ହେବେ। ପାଞ୍ଚ ମାସର ବ୍ୟବଧାନ ପରେ ଆରମ୍ଭ ହୋଇଥିବା ଆଇପିଏଲର ୧୪ଶ ସଂସ୍କରଣର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ବିରାଟ କୋହଲି ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ ଇଣ୍ଡିଆନ୍ସ। ଆଇପିଏଲ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ପ୍ରଥମ ମୁକାବିଲାରେ ତିନି ଜଣ ପଦାର୍ପଣ କରିଛନ୍ତି। ଦେବଦତ୍ତ ପାଡିକଲ ଚୂଡାନ୍ତ ଏକାଦଶରୁ ବାଦ୍ ପଡିଛନ୍ତି।

ଆଇପିଏଲରେ ଗ୍ଲେନ୍ ମ୍ୟାକ୍ସଓ୍ଵେଲ, କାଏଲ ଜେମିସନ ଓ ଡାନିଏଲ କ୍ରିଷ୍ଟିୟାନ ବେଙ୍ଗାଲୁରୁ ପକ୍ଷରୁ ପଦାର୍ପଣ କରିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ କ୍ରିସ୍ ଲିନ ଆଇପିଏଲରେ ପଦାର୍ପଣ କରିଛନ୍ତି। ଲିନ୍ କ୍ଵିଣ୍ଟନ ଡିକକ୍‌ଙ୍କ ସ୍ଥାନରେ ଓପନିଂ କରିବେ। ସେହି ପରି ଛଅ ଫୁଟ୍ ଆଠ ଇଞ୍ଚର ଦକ୍ଷିଣ ଆଫ୍ରିକା ବୋଲର ମାର୍କୋ ଜେନସନଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିଛି।

ଆଇପିଏଲ୍‌ ରେକର୍ଡ ଉପରେ ନଜର ପକାଇଲେ ୫ଥର ଆଇପିଏଲ୍ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ ଇତିହାସରେ ବିରାଟ କୋହଲିଙ୍କ ଟିମ ଆରସିବି ଉପରେ ସବୁବେଳେ ଭାରି ପଡିଛି। ଆରସିବି ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଏବେ ସୁଦ୍ଧା ଖେଳାଯାଇଥିବା ୨୯ ମ୍ୟାଚ୍ ମଧ୍ୟରୁ ମୁମ୍ବାଇ ଇଣ୍ଡିଆନ୍ସ ୧୯ ଥର ବାଜି ମାରିଛି। ଆରସିବି ୧୦ଟି ମ୍ୟାଚ୍ ଜିତିବାରେ ସଫଳ ହୋଇଛି।

ଲଗାତାର ଦ୍ୱିତୀୟ ବର୍ଷ କରୋନା ଭାଇରସ୍ ଯୋଗୁଁ ଆଇପିଏଲ୍ ମ୍ୟାଚ୍ ବିନା ଦର୍ଶକରେ ଖେଳାଯାଉଛି। ଆଇପିଏଲ୍ ପ୍ରଶଂସକ ମୋବାଇଲ ଓ ଟିଭିରେ ମ୍ୟାଚ ଦେଖିପାରିବେ। ଏଥର ଆଇପିଏଲ୍ ମ୍ୟାଚ୍ ଚେନ୍ନାଇ, ମୁମ୍ବାଇ, ଅହମଦାବାଦ, ବେଙ୍ଗାଲୁରୁ, କୋଲକାତା ଓ ଦିଲ୍ଲୀରେ ଖେଳାଯିବ। କୌଣସି ଟିମ୍ ଘରୋଇ ମଇଦାନରେ ମ୍ୟାଚ ଖେଳିବେନି।

ମୁମ୍ଵାଇ ଇଣ୍ଡିଆନ୍ସ

ରୋହିତ ଶର୍ମା(ଅଧିନାୟକ), କ୍ରିସ୍ ଲିନ୍, ସୂର୍ଯ୍ୟକୁମାର ଯାଦବ, ଇଶାନ କିଷନ(ଓ୍ଵିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, କିରଣ ପୋଲାର୍ଡ, କୃଣାଲ ପାଣ୍ଡ୍ୟା, ରାହୁଲ ଚହର, ମାର୍କୋ ଜାନସେନ, ଟ୍ରେଣ୍ଟ ବୋଲ୍ଟ ଓ ଯଶପ୍ରୀତ ବୁମରା।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

ବିରାଟ କୋହଲି(ଅଧିନାୟକ), ରଜତ ପାଟିଦାର, ଏବି ଡିଭିଲିୟର୍ସ(ଓ୍ଵିକେଟ୍ କିପର), ଗ୍ଲେନ ମ୍ୟାକ୍ସଓ୍ଵେଲ, ଡାନିଏଲ କ୍ରିଷ୍ଟିୟାନ, ଓ୍ଵାଶିଂଟନ ସୁନ୍ଦର, କାଏଲ ଜେମିସନ, ହର୍ଷଲ ପଟେଲ୍, ମହମ୍ମଦ ସିରାଜ, ଶାହାବାଜ ଅହମ୍ମଦ, ୟୁଜବେନ୍ଦ୍ର ଚହଲ।

   Related Posts