Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

IPL ରିଟର୍ଣ୍ଣସ୍ : ଦୁବାଇରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ଆରମ୍ଭ ହେବ ଆଇପିଏଲର ଅବଶିଷ୍ଟ ମ୍ୟାଚ୍, ସମ୍ପୂର୍ଣ୍ଣ ବିବରଣୀ ଘୋଷଣା କଲା ବିସିସିଆଇ

25/07/2021 at 9:03 PM

ନୂଆଦିଲ୍ଲୀ ୨୫/୦୭ : ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୪ ତମ ସଂସ୍କରଣର ବାକି ଥିବା ମ୍ୟାଚ ସେପ୍ଟେମ୍ବର ୧୯ ତାରିଖରୁ ୟୁଏଇରେ ଖେଳାଯିବ । ଏ ନେଇ ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି । ଭାରତରେ ଚଳିତ ବର୍ଷର ଆଇପିଏଲ ମ୍ୟାଚ ଜାରି ରହିଥିବା ବେଳେ ବାୟୋ ବବଲରେ ସଂକ୍ରମଣ ବ୍ୟାପିବା ପରେ ଏହାକୁ ସ୍ଥଗିତ କରିଦିଆଯାଇଥିଲା । ଏବେ ବାକିଥିବା ମ୍ୟାଚକୁ ୟୁଏଇରେ ଖେଳାଯିବାକୁ ଘୋଷଣା କରିଛି ବିସିସିଆଇ । ଚେନ୍ନାଇ ସୁପର କିଙ୍ଗସ୍ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଆାରମ୍ଭ ହେବ ମ୍ୟାଚ । ଯାହାକି ସେପ୍ଟେମ୍ବର ୧୯ ତାରିଖରେ ଦୁବାଇରେ ଖେଳାଯିବ ।

BCCI ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ଆଇପିଏଲ ସିଜିନ୍ ୧୪ର ବାକିଥିବା ୩୧ଟି ମ୍ୟାଚ ୟୁଏଇର ୩ଟି ଗ୍ରାଉଣ୍ଡରେ ଖେଳାଯିବ । ଦୁବାଇ, ଆବୁ ଧାବୀ ଏବଂ ଶାରଜାହାରେ ଖେଳାଯିବ ଆଇପିଏଲର ଅବଶିଷ୍ଟ ୩୧ଟି ମ୍ୟାଚ । ଏହା ୨୭ ଦିନ ଚାଲିବ । ଭାରତରେ ପ୍ରଥମ ପର୍ଯ୍ୟାୟ ଆଇପିଏଲ ଜାରି ରହିଥିବା ବେଳେ କଡା ବୟୋ ବବଲ ଥାଇ ମଧ୍ୟ କିଛି ଖେଳାଳି କରୋନା​‌ ସଂକ୍ରମିତ ହୋଇଥିଲେ । ଏଥିପାଇଁ ଚଳିତ ସିଜିନର ୨୯ଟି ମ୍ୟାଚ ପରେ ଆଇପିଏଲକୁ ସ୍ଥଗିତ ରଖିବାକୁ ବାଧ୍ୟ ହୋଇଥିଲା ବିସିସିଆଇ ।

ତେବେ ଅବଶିଷ୍ଟ ମ୍ୟାଚ୍ ଖେଳାଯିବ କି ନାହିଁ ସେ ନେଇ ଆଶଙ୍କା ଦେଖାଦେଇଥିଲା । ପ୍ରଥମ ପର୍ଯ୍ୟାୟର ଶେଷ ମ୍ୟାଚ ପଞ୍ଜାବ କିଙ୍ଗସ୍ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିଲା । ଟୁର୍ଣ୍ଣାମେଣ୍ଟ ସ୍ଥଗିତ ହେବା ପରେ ବିସିସିଆଇ ଏକ ବୟାନ ଜାରି କରି କହିଥିଲା ଯେ, ‘ଆଇପିଏଲ ଗଭର୍ଣ୍ଣିଙ୍ଗ୍ କାଉନସିଲ ଏବଂ ଭାରତୀୟ କ୍ରିକେଟ କ​‌େ​‌ଣ୍ଟ୍ରାଲ ବୋର୍ଡ (ବିସିସିଆଇ) ଏକ ଜରୁରୀ ବୈଠକ କରି ସର୍ବସମ୍ମତି କ୍ରମେ ଆଇପିଏଲ ୨୦୨୧କୁ ସ୍ଥଗିତ ରଖିବା ପାଇଁ ନିର୍ଣ୍ଣୟ ନିଆଯାଇଛି ।’

   Related Posts