ଆଇପିଏଲରେ ଇଶାନ କିଶନଙ୍କ ରେକର୍ଡ, ମାତ୍ର ୧୬ ବଲ୍‌ରୁ ମାରିଲେ ଅର୍ଦ୍ଧଶତକ, ଏହି କ୍ଲବରେ ସାମିଲ୍

Published By : Prameya-News7 Bureau | October 08, 2021 IST

ଆବୁଧାବି ୦୮।୧୦: ଫର୍ମକୁ ଫେରିଲେ ମୁମ୍ବାଇ ଇଣ୍ଡିଆନ୍ସର ଇଶାନ କିଶନ। ହାଇଦ୍ରାବାଦ ବିପକ୍ଷ ଶେଷ ମ୍ୟାଚ୍‌ରେ ଇଶାନ କିଶନ  ବିସ୍ଫୋରଣ ବ୍ୟାଟିଂ କରି ମାତ୍ର ୧୬ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଆଇପିଏଲ ଇତିହାସରେ ଇଶାନ କିଶନ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହା ପୂର୍ବରୁ ଏହି ରେକର୍ଡ ଯୁଗ୍ମ ଭାବେ କିରଣ ପୋଲାର୍ଡ, ହାର୍ଦ୍ଦିକ ପାଣ୍ଡ୍ୟା ଓ ଇଶାନ କିଶନଙ୍କ ନାମରେ ଥିଲା। ଏହି ତିନି ବ୍ୟାଟସମ୍ୟାନ ଏହା ପୂର୍ବରୁ ୧୭ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ଚଳିତ ସିଜିନ୍‌ରେ ଇଶାନ କିଶନ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଛନ୍ତି।

ମୁମ୍ବାଇ ପାଇଁ ଆଇପିଏଲରେ ସବୁଠୁ ଦ୍ରୁତ ତମ ଅର୍ଦ୍ଧଶତକ

୧୬ ବଲ୍- ଇଶାନ କିଶନ ବନାମ ସନରାଇଜର୍ସ ହାଇଦ୍ରାବାଦ(୨୦୨୧)

୧୭ ବଲ୍‌- କିରଣ ପୋଲାର୍ଡ ବନାମ କୋଲକାତା ନାଇଟ୍ ରାଇଡର୍ସ(୨୦୧୬)

୧୭ ବଲ୍‌- ଇଶାନ କିଶନ ବନାମ କୋଲକାତା ନାଇଟ୍ ରାଇଡର୍ସ(୨୦୧୮)

୧୭ ବଲ୍‌- ହାର୍ଦ୍ଦିକ ପାଣ୍ଡ୍ୟା ବନାମ  କୋଲକାତା  ନାଇଟ୍ ରାଇଡର୍ସ(୨୦୧୯)

୧୭ ବଲ୍‌- କିରଣ ପୋଲାର୍ଡ ବନାମ ଚେନ୍ନାଇ ସୁପର କିଙ୍ଗ୍ସ(୨୦୨୧)

wp:html /wp:html

ଆଇପିଏଲ୍‌ରେ ତୃତୀୟ ଦ୍ରୁତତମ ଅର୍ଦ୍ଧଶତକ

ଇଶାନ କିଶନ ମୋଟାମୋଟି ଆଇପିଏଲ୍‌ରେ ତୃତୀୟ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ୧୬ ବଲ୍‌ରେ ଅର୍ଦ୍ଧଶତକ ହାସଲ କରିବାରେ ସେ ଦ୍ଵିତୀୟ ଖେଳାଳି। ଏହା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସର ସୁରେଶ ରୈନା ମଧ୍ୟ ୧୬ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଥିଲେ।

ଆଇପିଏଲରେ ସବୁଠୁ ଦ୍ରୁତତମ ଅର୍ଦ୍ଧଶତକ

୧୪ ବଲ୍‌: କେଏଲ ରାହୁଲ ବନାମ ଦିଲ୍ଲୀ କ୍ୟାପିଟାଲ୍ସ(୨୦୧୮)

୧୫ ବଲ୍‌: ୟୁସୁଫ ପଠାନ ବନାମ ସନରାଇଜର୍ସ ହାଇଦ୍ରାବାଦ(୨୦୧୪)

୧୫ ବଲ୍: ସୁନିଲ ନାରିନେ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(୨୦୧୭)

୧୬ ବଲ୍‌: ସୁରେଶ ରୈନା ବନାମ ପଞ୍ଜାବ କିଙ୍ଗ୍ସ(୨୦୧୪)

୧୬ ବଲ୍‌: ଇଶାନ କିଶନ ବନାମ ସନରାଇଜର୍ସ ହାଇଦ୍ରାବାଦ(୨୦୨୧)

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.