Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ଆଜି IPLର ଦ୍ବିତୀୟ କ୍ବାଲିଫାୟର : ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ

13/10/2021 at 10:30 AM

ନୂଆଦିଲ୍ଲୀ ୧୩/୧୦ : ଆଇପିଲରେ ଆଜି ଟିକେଟ ଟୁ ଫିନାଲେ । ଆଜି ଆଇପିଏଲ୍ ୨୦୨୧ ରେ କୋଲକାତା ନାଇଟ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମହା ମୁକାବିଲା । ଏହି ଦୁଇ ଦଳ ମଧ୍ୟରେ କ୍ୟାଲିଫାୟର-୨ ମ୍ୟାଚ୍ ଖେଳାଯିବ । ଯିଏ ଜିତିବ, ସେ ଫାଇନାଲକୁ ଯିବ । ଏହି ମ୍ୟାଚ୍ ସନ୍ଧ୍ୟା ୭.୩୦ ରେ ଶାରଜାହ୍‌ ଠାରେ ଖେଳାଯିବ । ଆଜିର ମ୍ୟାଚର ବିଜେତା ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଆଇପିଏଲ ୨୦୨୧ ର ଫାଇନାଲ ମ୍ୟାଚ୍ ଖେଳିବ। ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ମ୍ୟାଚ୍ ଜିତି ଫାଇନାଲରେ ନିଜ ସ୍ଥାନ ସ୍ଥିର କରିସାରିଛି।

ଦିଲ୍ଲୀ ସର୍ବାଧିକ ପଏଣ୍ଟ ପାଇ ପ୍ରଥମ କ୍ୱାଲିଫାୟର ଖେଳିଥିଲା। ଚେନ୍ନାଇଠୁ ପରାଜିତ ହେବା ପରେ ଆଜି କୋଲକାତା ସହ ଦ୍ୱିତୀୟ କ୍ୱାଲିଫାୟାର ଖେଳିବ। ତେଣୁ ଆଜିର ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବ। ଫାଇନାଲକୁ ଯିବାକୁ ପୁରା ଦମ୍‌ ଲଗାଇବେ ଉଭୟ ଦଳ। କୋଲକାତା ୧୫ଟି ମ୍ୟାଚ ଜିତିଥିବାବେଳେ ଦିଲ୍ଲୀ ୧୨ଟି ମ୍ୟାଚ ଜିତିଛି।

ଅନ୍ୟପକ୍ଷରେ ଏହି ମୁକାବିଲାରେ ପରାଜିତ ହେବା ଫଳରେ ଦଳ ଫାଇନାଲକୁ ଯିବା ଲାଗି ଦ୍ଵିତୀୟ କ୍ବାଲିଫାୟର ଖେଳିବ। ଦିଲ୍ଲୀ କ୍ୟାପିଟାଲ୍ସର ଉଭୟ ବ୍ୟାଟିଂ ଓ ବୋଲିଂ ଦୃଢ ରହିଥିବା ବେଳେ ଶକ୍ତିଶାଳୀ ବ୍ୟାଟିଂ ଲାଇନ୍ ଅପ୍‌ରେ ଅଧିନାୟକ ରିଷଭ୍ ପନ୍ତ, ଶିଖର ଧାୱନ, ଶ୍ରେୟସ ଅୟର, ସିମରନ୍ ହେଟମାୟର, ପୃଥିବୀ ଶୋ ଭଳି ଧୁଆଁଧାର ବ୍ୟାଟ୍ସମ୍ୟାନ୍ ରହିଛନ୍ତି। ବୋଲିଂ ୟୁନିଟରେ ଖଗିଶୋ ରାବାଡା, ନର୍କିଆ, ଆବେଶ ଖାନ୍, ଅକ୍ସର ପଟେଲ ଭଳି ପ୍ରତିଭାଶାଳୀ ବୋଲର ରହିଛନ୍ତି। ପୂର୍ବ ମ୍ୟାଚରେ ଧୋନୀ ତାଙ୍କ ପୁରୁଣା ଅନ୍ଦାଜରେ ମ୍ୟାଚଟିକୁ ସମାପ୍ତ କରିଥିଲେ। ତେବେ କେକେଆର୍ ପକ୍ଷରୁ ବ୍ୟାଟିଂ ଭାର ଶୁଭମନ୍ ଗିଲ, ଭେଙ୍କଟେଶ ଆୟର, ନୀତୀଶ ରାଣା, ମୋର୍ଗାନ, ରାହୁଲ ତ୍ରିପାଠୀ, ଦୀନେଶ କାର୍ତ୍ତିକ ସମ୍ଭାଳିବେ। ଶାକିବ ଅଲ ହାସନ ଏବଂ ସୁନୀଲ ନାରିନ ଉଭୟ ବ୍ୟାଟିଂ ଓ ବୋଲିଂର କ୍ଷମତା ରଖିଛନ୍ତି। କେକେଆର୍ ଦଳରେ ଆନ୍ଦ୍ରେ ରସଲ୍‌ଙ୍କ ଖେଳିବା ନେଇ ଏବେ ମଧ୍ୟ ଆଶଙ୍କା ରହିଛି। ମିଷ୍ଟ୍ରି ସ୍ପିନର୍ ସୁନିଲ ନାରିନ କେକେଆର୍ ପାଇଁ ଏକ୍ସ ଫ୍ୟାକ୍ଟର ହୋଇ ପାରନ୍ତି। ଫାଇନାଲର ଦୌଡ ପାଇଁ ଦୁଇ ଦଳ ମଧ୍ୟରେ ଘମାଘୋଟ୍ ଲଢେଇ ହୋଇପାରେ ବୋଲି ଦର୍ଶକ ଆଶା ରଖିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ତା’ର ପ୍ରଥମ ଆଇପିଏଲ୍ ଟାଇଟଲ୍ ହାସଲ ନେଇ ଜୋର୍ ଦେଖାଇବ ବୋଲି ଆଶଙ୍କା କରାଯାଉଛି।

   Related Posts