Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଇପିଏଲ୍ ପଏଣ୍ଟ ଟେବୁଲର ଟପ୍‌ରେ ଆରସିବି, ଦ୍ୱିତୀୟ ସ୍ଥାନରେ ସିଏସକେ

20/04/2021 at 12:44 PM

ନୂଆଦିଲ୍ଲୀ ୨୦/୦୪ : ମୋଇନ ଅଲି ଓ ରବୀନ୍ଦ୍ର ଜାଡେଜାଙ୍କ ଯାଦୁରୁ ଚେନ୍ନାଇ ସୁପରକିଙ୍ଗ୍ସ ଆଇପିଏଲ୍ ୨୦୨୧ରେ ସୋମବାର ଦିନ ରାଜସ୍ଥାନ ରୟାଲ୍ସକୁ ୪୫ ରନରେ ପରାସ୍ତ କରିଥିଲା। ଚେନ୍ନାଇ ସୁପରକିଙ୍ଗ୍ସ ୧୮୯ ରନର ଲକ୍ଷ ଦେଇଥିଲା। ରାଜସ୍ଥାନ ରୟାଲ୍ସ ୯ ୱିକେଟରେ ୧୪୩ ରନ୍ କରିପାରିଥିଲା। ରାଜସ୍ଥାନ ରୟାଲ୍ସ ତରଫରୁ ଓପନିଂ ବ୍ୟାଟ୍ସମ୍ୟାନ ଜୋସ ବଟଲର ସର୍ବାଧିକ ୪୯ ରନ କରିଥିଲେ। ରାହୁଲ ତେବତିୟା ୨୦ ଓ ଜୟଦେବ ଉନାଦକଟ ମଧ୍ୟ ୨୦ ରନ୍ କରିଥିଲେ।

ଆଇପିଏଲ୍ ପଏଣ୍ଟ ଟେବୁଲ୍ ଏହି ବିଜୟ ସହ ସିଏସକେ ଟିମ୍ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ପହଞ୍ଚିଯାଇଛି। ସିଏସକେର ୩ଟି ମ୍ୟାଚରୁ ୨ଟି ମ୍ୟାଚ୍ ଜିତି ୪ ଅଙ୍କ ଅଛି। ଟିମର ରନରେଟ୍ ଅନ୍ୟ ଟିମରୁ ଅଧିକ ଅଛି। ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩ଟି ମ୍ୟାଚ୍ ଜିତି ୬ ଅଙ୍କ ସହ ପଏଣ୍ଟ ଟେବୁଲର ଟପରେ ଅଛି। ଦିଲ୍ଲୀ କ୍ୟାପିଟାଲ୍ସ ୪ ଅଙ୍କ ସହ ତୃତୀୟ ସ୍ଥାନରେ ଅଛି।

ଆଇପିଏଲ୍ ଅରେଞ୍ଜ କ୍ୟାପ୍ ଆଇପିଏଲର ୧୪ ସିଜନରେ ଅରେଞ୍ଜ କ୍ୟାପ୍ ଦୌଡରେ ୧୮୬ ରନ୍ ସହ ଦିଲ୍ଲୀ କ୍ୟାପିଟାଲ୍ସର ଶିଖର ଧୱନ ଟପରେ ଅଛନ୍ତି। ରୟାଲ୍ ଚ୍ୟାଲେଞ୍ଜର୍ସର ଗ୍ଲେନ୍ ମ୍ୟାକ୍ସୱେଲ୍ ୧୭୬ ରନ୍ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ତୃତୀୟ ସ୍ଥାନରେ ପଞ୍ଜାବ କିଙ୍ଗ୍ସ କ୍ୟାପଟେନ୍ କେ.ଏଲ.ରାହୁଲ ଅଛନ୍ତି। ସେ ଏବେ ସୁଦ୍ଧା ୩ଟି ମ୍ୟାଚରେ ୧୫୭ ରନ୍ କରିଛନ୍ତି।

ଆଇପିଏଲ୍ ପର୍ପଲ୍ କ୍ୟାପ୍ ଆଇପିଏଲ ୨୦୨୧ ରେ ପର୍ପଲ୍ କ୍ୟାପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ହର୍ସଲ ପଟେଲ କବଜା କରିଛନ୍ତି। ତାଙ୍କ ଖାତାରେ ୯ ୱିକେଟ ରହିଛି। ଦ୍ୱିତୀୟ ସ୍ଥାନରେ ଅଛନ୍ତି ମୁମ୍ବାଇ ଇଣ୍ଡିଆନ୍ସର ରାହୁଲ ଚହର। ସେ ୩ଟି ମ୍ୟାଚରେ ୭ଟି ୱିକେଟ୍ ନେଇଛନ୍ତି। ତୃତୀୟ ସ୍ଥାନରେ ୬ଟି ୱିକେଟ୍ ନେଇ ଦିଲ୍ଲୀ କ୍ୟାପିଟାଲ୍ସର ଆବେଶ ଖାନ ଅଛନ୍ତି।

ମଙ୍ଗଳବାର ଦିନ ଚେନ୍ନାଇ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା ହେବ। ମୁମ୍ବାଇ ଇଣ୍ଡିଆନ୍ସ ଯଦି ଲଗାତାର ତୃତୀୟ ଥର ବିଜୟ ହାସଲ କରେ ତାହେଲେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ମଧ୍ୟକ୍ରମ ଦ୍ଵନ୍ଦ ଦୂର କରିବାକୁ ହେବ। ଦିଲ୍ଲୀ ଟିମ୍ ୱାନଖଡେ ଷ୍ଟାଡିୟମରେ ପଞ୍ଜାବ କିଙ୍ଗ୍ସକୁ ୬ ୱିକେଟରେ ହରାଇବା ପରେ ଏହି ମ୍ୟାଚ ଖେଳିବ।

   Related Posts