RCBକୁ ହରାଇ ଟପ୍‌ରେ CSK, ବାଙ୍ଗାଲୋରକୁ ୬ ଓ୍ୱିକେଟରେ ଚିତପଟାଙ୍ଗ କଲା ଚେନ୍ନାଇ

Published By : Prameya-News7 Bureau | September 25, 2021 IST

ନୂଆଦିଲ୍ଲୀ ୨୫/୦୯: ଚଳିତ ଆଇପିଏଲ ସଂସ୍କରଣରେ ଫର୍ମକୁ କମବ୍ୟାକ୍ କରିଛି ଚେନ୍ନାଇ ସୁପର କିଙ୍ଗ୍ସ । RCBକୁ ହରାଇ ଚମତ୍କାର ବିଜୟ ହାସଲ କରିଛି CSK । ମ୍ୟାଚରେ ବାଙ୍ଗାଲୋରକୁ ୬ ୱିକେଟରେ ହରାଇ ଚେନ୍ନାଇ ପରାସ୍ତ କରିଛି । ଏହି ବିଜୟ ସହ ଏବେ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ଚେନ୍ନାଇ ।

ମ୍ୟାଚରେ ଚେନ୍ନାଇର ଉଭୟ ବୋଲର ଓ ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିଥିବା ନଜର ଆସିଥିଲେ । ପ୍ରଥମେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ବାଙ୍ଗାଲୋର ପକ୍ଷରୁ କୋହଲି ଓ ଦେବଦତ୍ତ ପାଡିକଲ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲେ । ଉଭୟ ଅର୍ଦ୍ଧଶତକ ହାସଲ କରିଥିଲେ । ତେବେ ଉଭୟ ଆଉଟ ହେବା ପରେ ଆଉ କେହି ମୈଦାନରେ ଖେଳିପାରିନଥିଲେ ।

ଫଳରେ ୨୦ ଓଭରରେ ୬ ୱିକେଟ ହରାଇ ୧୫୬ ରନ କରିଥିଲା ବାଙ୍ଗାଲୋର । ୧୫୭ ରନର ବିଜୟ ଲକ୍ଷ୍ୟ ନେଇ ଚେନ୍ନାଇ ମୈଦାନକୁ ଓହ୍ଲାଇଥିଲା । ଦଳ ପକ୍ଷରୁ ସମସ୍ତ ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିଥିଲେ । ଫଳରେ ୧୮ ଓଭର ଖେଳି ଦଳ ଏହି ବିଜୟ ଲକ୍ଷ୍ୟ ହାସଲ କରିପାରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.