Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ନଖରା ସ୍ଥିତ ରିଲାଏନ୍ସ ପେଟ୍ରୋଲ ପମ୍ପ୍ ନିକଟ‌ରେ ଅଗ୍ନିକାଣ୍ଡ
  • ||
  • ରାଉରକେଲା : ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଦୁଇ ଜଣଙ୍କ ମୃତ୍ୟୁ
  • ||
  • ବଲାଙ୍ଗୀର : ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ଯବାନ !
  • ||
  • ଟାଙ୍ଗୀ : ମାନସିକ ପୂରଣ ପାଇଁ ବେକ କାଟିଦେଲେ ଭକ୍ତ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୯ କୋଭିଡ୍ ପଜିଟିଭ୍, ୩୩୬୯୨୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଜଣେ ମୃତ, ୨୬ ଆହତ
  • ||
  • ମୁମ୍ବାଇ : ଭୟଙ୍କର ହେଲାଣି କରୋନା, ସ୍କୁଲ ହଷ୍ଟେଲର ୧୯୦ ଛାତ୍ର କୋଭିଡ୍ ପଜିଟିଭ୍
  • ||
  • ରାୟପୁର : ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ
  • ||
  • ଆଠଗଡ଼ : ସମ୍ପର୍କରେ କଳଙ୍କ ଛିଟା, ଦିବ୍ୟାଙ୍ଗ ଝିଅକୁ ସମ୍ପର୍କୀୟ ମାମୁର ଦୁଷ୍କର୍ମ ! ଥାନାରେ ଏତଲା
  • ||

ଆଇପିଏଲ ନିଲାମୀ-୨୦୨୧ : ‘ନ୍ୟୁଜିଲାଣ୍ଡ ଖେଳାଳିଙ୍କୁ କରାଯାଇଛି ଅଣଦେଖା’, ସାଙ୍ଘାତିକ ଅଭିଯୋଗ ଆଣିଲେ ପୂର୍ବତନ କିଓ୍ୱି କ୍ରିକେଟର

23/02/2021 at 12:41 PM

ନୂଆଦିଲ୍ଲୀ,୨୩/୦୨:  ନ୍ୟୁଜିଲାଣ୍ଡର ପୂର୍ବତନ କ୍ରିକେଟର ସାଇମନ ଡୁଲ୍ ଆଇପିଏଲ-୨୦୨୧ ଖେଳାଳି ନିଲାମକୁ ନେଇ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ନ୍ୟୁଜିଲାଣ୍ଡର କ୍ରିକେଟରକୁ ଅଣଦେଖା କରାଯାଉଥିବା ସେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ନିଲାମ ପ୍ରକ୍ରିୟାରେ ଅଷ୍ଟ୍ରେଲିଆ ଖେଳାଳିଙ୍କୁ ଅଧିକ ପ୍ରାଧାନ୍ୟ ମିଳୁଛି । ସେ ଭାରତୀୟ ଦଳର ସ୍ପିନର ଆର ଅଶ୍ୱିନଙ୍କ ଟ୍ୱିଟର ଜବାବ ଦେଇ ଏହା କହିଛନ୍ତି ।

ଅଶ୍ୱିନ ନ୍ୟୁଜିଲାଣ୍ଡ ବ୍ୟାଟସମ୍ୟାନ୍ ଡେଭନ୍ କୋନଓ୍ୱେଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ରେ ଦମଦାର ପ୍ରଦର୍ଶନ ପାଇଁ ପ୍ରଶଂସା କରିଥିଲେ । ଡେଭନ୍ ବିସ୍ଫୋରକ ୯୯ ରନ୍ କରିଥିଲେ । ଏହାକୁ ନେଇ ଡୁଲ୍ କହିଛନ୍ତି ଯେ, ଡେଭନ୍ ଆଇପିଏଲ ନିଲାମ ପୂର୍ବରୁ ଏହି ଇନିଂସ ଖେଳିଥିଲେ କିଛି ଫାଇଦା ହୋଇନଥାନ୍ତା । କାରଣ ଆଇପିଏଲରେ କିଓ୍ୱି ଖେଳାଳିଙ୍କୁ ନଜର ଅନ୍ଦାର କରାଯାଉଛି । ଆଇପିଏଲ ପରେ ଫ୍ରାଞ୍ଚାଇଜି ଅଷ୍ଟ୍ରେଲିଆର ବିଗ୍ ବାସ୍ ଲିଗ ପରେ ନଜର ରଖିଥାନ୍ତି ।

ସୂଚନାଯୋଗ୍ୟ, ଡେଭନଙ୍କୁ ଆଇପିଏଲରେ କୌଣସି ଫ୍ରାଞ୍ଚାଇଜ୍ କିଣିନଥିଲେ । କିନ୍ତୁ ସେ ନିଲାମର ୪ ଦିନ ପରେ ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜର ପ୍ରଥମ ମ୍ୟାଚରେ ୫୯ ବଲରୁ ୯୯ ରନ୍ କରିଥିଲେ । ଏହାସହ ଆଇପିଏଲ ନିଲାମରେ ନଜରଅନ୍ଦାଜକୁ ନେଇ ଜବାବ ଦେଇଥିଲେ । ତାଙ୍କର ଏହି ପାଳି ପାଇଁ ନ୍ୟୁଜିଲାଣ୍ଡ ଅଷ୍ଟ୍ରେଲିଆକୁ ୫୩ ରନରେ ପରାସ୍ତ କରିଥିଲା ।

ଅପରପକ୍ଷେ, ଆଇପିଏଲ-୨୦୨୧ର ଜଣେ ମହଙ୍ଗା ଖେଳାଳି ହୋଇଥିବା ଗ୍ଲେନ୍ ମ୍ୟାକ୍ସଓ୍ୱେଲ ଖରାପ ପ୍ରଦର୍ଶନ କରିଥିଲେ । ସେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି୨୦ରେ ୫ ବଲରୁ ମାତ୍ର ୧ ରନ୍ କରିଥିଲେ । ଏହାପରେ ସେ ଟିମ୍ ସାଉଦିଙ୍କ ବଲରେ ଆଉଟ ହୋଇତିଲେ । ଏପରିକି ସେ ଗୋଟିଏ ଓଭର ବୋଲିଂ କରି ୯ ରନ୍ ବ୍ୟୟ କରି ୧ ଓ୍ୱିକେଟ୍ ନେଇଥିଲେ ।  

   Related Posts