Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ବହୁ ସେବାୟତ କୋଭିଡ୍‌ ପଜିଟଭ୍‌ ଚିହ୍ନଟ
  • ||
  • କେକେଆରକୁ ୨୦୫ ରନ୍‌ର ବିଜୟ ଲକ୍ଷ ଦେଲା ଆରସିବି
  • ||
  • କରୋନା ଯୋଗୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କଲେ ରାହୁଲ ଗାନ୍ଧୀ: ସୋସିଆଲ ମିଡ଼ିଆରେ ହେଉଛି ପ୍ରଶଂସା
  • ||
  • ଏପ୍ରିଲରେ ଭୟାବହ ରୂପ ନେଇଛି କରୋନା: ୧୮ ଦିନରେ ୨୬ ଲକ୍ଷରୁ ଅଧିକ ମାମଲା
  • ||
  • ଦାରିଙ୍ଗବାଡ଼ି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ନାବାଳକ ମୃତ, ୨ ଗୁରୁତର
  • ||
  • JEE ମେନ୍‌ ୨୦୨୧ ସ୍ଥଗିତ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନେସନାଲ୍ ଟେଷ୍ଟିଂ ଏଜେନ୍ସିର ନିଷ୍ପତ୍ତି
  • ||
  • କରୋନା ସଂକ୍ରମଣ ଚିନ୍ତା, ଆଗୁଆ ପଦକ୍ଷେପ : ୪ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୪୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ
  • ||
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||

କାଲିଠୁ IPL ମହାସମର: କିଛି ଏମିତି ହୋଇପାରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଚୂଡାନ୍ତ ଏକାଦଶ

8/04/2021 at 8:39 PM

ଚେନ୍ନାଇ ୦୮।୦୪: କାଲିଠୁ ଆରମ୍ଭ ହେବାକୁ ଯାଉଛି ଫଟାଫଟ୍ କ୍ରିକେଟ୍‌ ମଜା। ଦୁନିଆର ସବୁଠୁ ବଡ ଟି-୨୦ ଲିଗ୍‌ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ର ୧୪ଶ ସଂସ୍କରଣର ପ୍ରଥମ ମ୍ୟାଚ୍ ଡିଫେଣ୍ଡିଙ୍ଗ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍‌ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ।

ପ୍ରଥମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମାଙ୍କୁ ଚୂଡାନ୍ତ ଏକାଦଶ ଚୟନ କରିବାରେ କିଛିଟା ମୁସ୍କିଲ ହୋଇପାରେ। ଦଳର ନିୟମିତ ଓପନର କ୍ଵିଣ୍ଟନ ଡିକକ୍‌ ପ୍ରଥମ ମ୍ୟାଚ୍‌ରେ ଖେଳିବେ ନାହିଁ। ପାକିସ୍ତାନ ବିପକ୍ଷ ଦିନିକିଆ ସିରିଜ୍‌ର ପ୍ରଥମ ଦୁଇଟି ମ୍ୟାଚ୍‌ ଖେଳିବା ପରେ ଡିକକ୍‌ ଆଇପିଏଲ୍‌ରେ ଯୋଗ ଦେବାକୁ ଭାରତ ପହଞ୍ଚିଥିଲେ। ବର୍ତ୍ତମାନ ସେ ସାତ ଦିନିଆ ଆଇସୋଲେସନରେ ଅଛନ୍ତି। ଅନ୍ୟପଟେ ଆରସିବି ପାଇଁ ଏହା ସୁଖଦ ଖବର ଯେ, ଓପନିଂ ବ୍ୟାଟସମ୍ୟାନ ଦେବଦତ୍ତ ପାଡିକଲ୍‌ କରୋନାରୁ ସୁସ୍ଥ ହୋଇ ସାରିଛନ୍ତି ଏବଂ ଦଳ ସହିତ ଅଭ୍ୟାସ୍‌ ଆରମ୍ଭ କରି ଦେଇଛନ୍ତି।

ଆରସିବି ନିକଟରେ ଅନେକ ବରିଷ୍ଠ ଖେଳାଳି ଅଛନ୍ତି। ଏବେ ଦେଖିବାକୁ ପଡିବ ଯେ, ଚୂଡାନ୍ତ ଏକାଦଶରେ କେଉଁ ଚାରି ଜଣ ବିଦେଶୀ ଖେଳାଳିଙ୍କୁ ସୁଯୋଗ ମିଳିବ। ଏବି ଡିଭିଲିୟର୍ସ ଏବଂ ଗ୍ଲେନ ମ୍ୟାକ୍ସଓ୍ଵେଙ୍କ ଚୂଡାନ୍ତ ଏକାଦଶରେ ସାମିଲ ହେବା ନିଶ୍ଚିନ୍ତ। ଅନ୍ୟ କେଉଁ ଦୁଇ ଖେଳାଳିଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିବ ତାହା ଦେଖିବା ରୋଚକ ରହିବ। ଆରସିବି ପାଇଁ ଗତ ସିଜିନ୍ ଭଲ ଥିଲା ଏବଂ ଦଳ ପ୍ଲେଅଫ୍‌ରେ ପହଞ୍ଚିବାରେ ସଫଳ ହୋଇଥିଲେ। ଦଳ ଚଳିତ ସିଜିନ୍‌ରେ ପ୍ରଥମ ଟାଇଟଲ୍ ଜିତିବା ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ। ଅନ୍ୟପଟେ ମୁମ୍ବାଇର ନଜର ହ୍ୟାଟ୍ରିକ ଟାଇଟଲ୍ ଜିତିବା ଉପରେ  ରହିଛି। ମୁମ୍ବାଇ ଇଣ୍ଡିଆନ୍ସ ୨୦୧୯ ଓ ୨୦୨୦ରେ ଚମ୍ପିଆନ୍ ହୋଇଥିଲା।

ଏମିତି ହୋଇପାରେ ମୁମ୍ବାଇ ଇଣ୍ଡିଆନ୍ସର ଚୂଡାନ୍ତ ଏକାଦଶ

ରୋହିତ ଶର୍ମା(ଅଧିନାୟକ), କ୍ରିସ୍ ଲିନ୍, ସୂର୍ଯ୍ୟକୁମାର ଯାଦବ, ଇଶାନ କିଷନ, ହାର୍ଦ୍ଦିକ ପାଣ୍ଡ୍ୟା, କିରଣ ପୋଲାର୍ଡ, କୃଣାଲ ପାଣ୍ଡ୍ୟା, ରାହୁଲ ଚହର, ଟ୍ରେଣ୍ଟ ବୋଲ୍ଟ, ଯଶପ୍ରୀତ ବୁମରା, ନାଥନ କୁଲଟର ନାଇଲ୍।

ଆରସିବିର ସମ୍ଭାବିତ ଚୂଡାନ୍ତ ଏକାଦଶ

ମହମ୍ମଦ ଅଜହରୁଦ୍ଦୀନ, ବିରାଟ କୋହଲି(ଅଧିନାୟକ), ରଜତ ପଟିଦାର, ଏବି ଡିଭିଲିୟର୍ସ, ଗ୍ଲେନ୍ ମ୍ୟାକ୍ସଓ୍ଵେଲ୍, ଡେନ କ୍ରିଷ୍ଟିୟାନ, ଓ୍ଵାଶିଂଟନ ସୁନ୍ଦର, କାଇଲ୍ ଜେମିସନ, ମହମ୍ମଦ ସିରାଜ, ୟୁଜବେନ୍ଦ୍ର ଚହଲ୍, ନବଦୀପ ସାଇନି।

   Related Posts