Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ହ୍ୟାଟ୍ରିକ୍ ସହ ଇତିହାସ ରଚିଲେ ହର୍ଷଲ ପଟେଲ, ଜାଣନ୍ତୁ IPLରେ ହ୍ୟାଟ୍ରିକ ୱିକେଟ କାହାଣୀ

27/09/2021 at 9:44 AM

ଦୁବାଇ ୨୭/୦୯: ରବିବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚରେ ଇତିହାସ ରଚିଛନ୍ତି ହର୍ଷଲ ପଟେଲ । ବାଙ୍ଗାଲୋର-ମୁମ୍ବାଇ ମଧ୍ୟରେ ହୋଇଥିବା ମ୍ୟାଚରେ ସୃଷ୍ଟିକରିଛନ୍ତି ନୂଆ ଇତିହାସ । ଚଳିତ ଆଇପିଏଲର ରେକର୍ଡ କରି ହ୍ୟାଟ୍ରିକ ୱିକେଟ ନେବା ସହ ବାଙ୍ଗାଲୋରକୁ ଭେଟି ଦେଇଛନ୍ତି ବଡ ବିଜୟ । ମୁମ୍ବାଇ ବିପକ୍ଷରେ ୫୪ ରନର ବିଜୟ ସହ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନକୁ ଉତୀର୍ଣ୍ଣ ହୋଇଛି ଆରସିବି ।

ହର୍ଷଲଙ୍କ ହ୍ୟାଟ୍ରିକ ହେତୁ ବାଙ୍ଗାଲୋରକୁ ବିଜୟ ଭେଟି ପ୍ରାପ୍ତ ହୋଇଥିବାବେଳେ ମୁମ୍ବାଇ ଲଗାତାର ହ୍ୟାଟ୍ରିକ ପରାଜୟବରଣ କରିଛି । କାରଣ ମୁମ୍ବାଇ ବିପକ୍ଷ ମ୍ୟାଚରେ କମାଲ କରିଛନ୍ତି ହର୍ଷଲ । ମୁମ୍ବାଇ ବିପକ୍ଷ ମ୍ୟାଚରେ ୫ଟି ୱିକେଟ ନେଇଥିଲେ ହର୍ଷଲ । ତା ସହ ଆଇପିଏଲରେ ସର୍ବାଧିକ ୱିକେଟ ହାସଲକାରୀ ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି ହର୍ଷଲ । ଆଇପିଏଲରେ ଏଯାଏଁ ୧୭ ଜଣ ବୋଲର ହ୍ୟାଟ୍ରିକ ୱିକେଟ ନେଇଛନ୍ତି । ଯେଉଁ ତାଲିକାରେ ହର୍ଷଲ ପଟେଲଙ୍କ ନାଁ ଯୋଡି ହୋଇଛି ।

ହାର୍ଦ୍ଦିକ, ପୋଲାର୍ଡ ଓ ରାହୁଲ ଚହରଙ୍କ ଲଗାତାର ୱିକେଟ ନେଇ ଏହି ସଫଳତା ପାଇଛନ୍ତି ହର୍ଷଲ । ଏବେ ଯାଏଁ ପଞ୍ଜାବ କିଙ୍ଗସ ଟିମର ବୋଲର ସର୍ବାଧିକ ଥର ହ୍ୟାଟ୍ରିକ ୱିକେଟ ନେଇଥିବା ବେଳେ ଅମିତ ମିଶ୍ରା ସର୍ବାଧିକ ୩ ଥର ହ୍ୟାଟ୍ରିକ ନେଇଛନ୍ତି । ଦିଲ୍ଲୀ ଡେୟାର ଡେଭିଲ୍ସ, ଡେକାନ ଚାଜର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଅମିତ ମିଶ୍ରା ଏହି ସଫଳତା ପାଇଛନ୍ତି ।

ଅନ୍ୟପଟେ ଗୋଟିଏ ସିଜିନରେ ଯୁବରାଜ ସିଂ ୨ ଥର ହ୍ୟାଟ୍ରିକ ନେବାର ରେକର୍ଡ ନିଜ ନାଁରେ କରିଛନ୍ତି । ସେହିଭଳି ଡେକାନ ଚାଜର୍ସ ପକ୍ଷରୁ ଖେଳୁଥିବା ବେଳେ ମୁମ୍ବାଇ ବିପକ୍ଷରେ ହ୍ୟାଟ୍ରିକ ୱିକେଟ ନେଇଥିଲେ ରୋହିତ ଶର୍ମା । ସେହିଭଳି ଆଇପିଏଲର ପ୍ରଥମ ସିଜିନରେ ଲକ୍ଷ୍ମୀପତି ବାଲାଜି ପ୍ରଥମ ହ୍ୟାଟ୍ରିକ ନେବାର ରେକର୍ଡ ନିଜ ନାଁରେ କରିଛନ୍ତି । ପଞ୍ଜାବ ବିପକ୍ଷ ମ୍ୟାଚରେ ଏହି ଉପଲବ୍ଧି ହାସଲ କରିଥିଲେ ବାଲାଜୀ ।

   Related Posts