ଫେରିଲା ଫଟାଫଟ୍ କ୍ରିକେଟ ଫିଭର: ଖେଳ ପୂର୍ବରୁ ହିରୋମାର୍କା ଏଣ୍ଟ୍ରି କଲେ ମାଷ୍ଟର ବ୍ଲାଷ୍ଟର, MI ସେୟାର କଲା ପୋଷ୍ଟ

Published By : Prameya-News7 Bureau | September 13, 2021 IST

ନୂଆଦିଲ୍ଲୀ ୧୩/୦୯: ଆଉ ଦିନ କେଇଟା ପରେ ଜମିବ ଛକା ଚୌକାର ବର୍ଷା । ବାୟୋ ବବଲରେ କରୋନା ପଶିବା ପରେ ଆଇପିଏଲକୁ ସାମୟିକ ସ୍ଥିଗିତ ରଖାଯାଇଥିଲା । ତେବେ ପରେ ଏହାକୁ ସ୍ଥିତି ସୁଧାରିବା ପରେ ବା ଚଳିତମାସରେ ହେବାକୁ ନିଷ୍ପତ୍ତି ହୋଇଥିଲା । ସେନେଇ ନିଷ୍ପତ୍ତି ଆଧାରରେ ଆଉ ସପ୍ତାହେ ପରେ ଆରମ୍ଭ ହେବ ଖେଳ୍ । ତେବେ ଏହା ପୂର୍ବରୁ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସର ମେଣ୍ଟର ତଥା ମାଷ୍ଟର-ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ଆଇପିଏଲ୍ 2021ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୟୁଏଇରେ ପହଞ୍ଚିଛନ୍ତି ।

ତେବେ ସଚିନ ତାଙ୍କର ହିରୋ ମାର୍କା ଏଣ୍ଟ୍ରିକୁ ନେଇ ଏବେ ଖୁବ ଚର୍ଚ୍ଚାରେ ଅଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସଚିନଙ୍କ ୟୁଏଇରେ ପହଞ୍ଚିବାର ଏକ ଭିଡିଓ ପୋଷ୍ଟ କରିଛି । ଏହି ଭିଡିଓରେ ସଚିନଙ୍କୁ ତାଙ୍କର ଏଣ୍ଟ୍ରିକୁ ତାରିଫ କରାଯାଉଛି । ୟୁଏଇରେ ସଚିନ୍‌ଙ୍କ ଧମାକାଦାର ଏଣ୍ଟ୍ରିର ଏହି ଭିଡିଓକୁ ନିଜ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ମୁମ୍ବାଇ ଇଣ୍ଡିଆନ୍ସ ପୋଷ୍ଟ କରିଛି ।

wp:html /wp:html

ଏଥିରେ ସଚିନଙ୍କୁ ବଲିଉଡର ହିରୋ ପରି ଏକ ଚମତ୍କାର ଶୈଳୀରେ ପ୍ରବେଶ କରୁଥିବା ଦେଖାଯାଇଛି । ଏହା ସହିତ ଭିଡିଓର ପୃଷ୍ଠଭୂମିରେ ମହାନ ସଙ୍ଗୀତ ମଧ୍ୟ ଦିଆଯାଇଛି | ଭିଡିଓ ସହିତ ଥିବା ମୁମ୍ବାଇ ଇଣ୍ଡିଆନ୍ସ ପୋଷ୍ଟରେ ଲେଖାଯାଇଛି "ଦ ଆଇକନ୍, ଦ ଲେଜେଣ୍ଡଜ, ଆଲାରେ ସ୍ୱାଗତ ଆହେ ।" ଟେଷ୍ଟ ସିରିଜ୍ ପାଇଁ ଇଂଲଣ୍ଡରେ ଆଇପିଏଲ୍ ଦଳର ମୁମ୍ବାଇ ଇଣ୍ଡିଆନ୍ ଅଧିନାୟକ ରୋହିତ ଶର୍ମା, ଜସପ୍ରୀତ ବୁମ୍ରା ଏବଂ ସୂର୍ଯ୍ୟକୁମାର ଯାଦବ ଉପସ୍ଥିତ ଥିଲେ । ଗତକାଲି ସେମାନଙ୍କୁ ଏକ ଚାର୍ଟର୍ ବିମାନ ଯୋଗେ ମଞ୍ଚେଷ୍ଟରରୁ ଆବୁଧାବି ମଧ୍ୟ ଅଣାଯାଇଛି ।

wp:html /wp:html

ତିନି ଖେଳାଳିଙ୍କ ସହିତ ସେମାନଙ୍କ ପରିବାରକୁ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ଦ୍ୱାରା ଚାର୍ଟର ବିମାନରେ ଅଣାଯାଇଛି । ଟୁଇଟରରେ ଏକ ଭିଡିଓ ସେୟାର କରି ଏହି ତିନି ଖେଳାଳିଙ୍କ ଆଗମନ ବିଷୟରେ ମୁମ୍ବାଇ ଇଣ୍ଡିଆନ୍ସ ସୂଚନା ଦେଇଥିଲା । ସୂଚନା ଥାଉକି, ଆଇପିଏଲ ଗାଇଡଲାଇନ ଅନୁଯାୟୀ, ଏହି ସମସ୍ତ ଖେଳାଳିଙ୍କୁ ୬ ଦିନ ପାଇଁ ସଂଗରୋଧରେ ରହିବାକୁ ପଡ଼ିବ । ୬ ଦିନର କ୍ୱାରାଣ୍ଟାଇନ ପରେ, ଏହି ସମସ୍ତ ଖେଳାଳି ୟୁଏଇରେ ଆଇପିଏଲରେ ଖେଳିବା ଅଭ୍ୟାସ ଆରମ୍ଭ କରିପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.