Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ଆଇପିଏଲ-୨୦୨୧ : ଆଜି ମୁହାଁମୁହିଁ ହେବେ କୋଲକାତା ଓ ପଞ୍ଜାବ

26/04/2021 at 9:20 AM

ଅହମ୍ମଦାବାଦ,୨୬/୦୪: ଆଇପିଏଲ୍‌ ୨୦୨୧ର ୨୧ତମ ଲିଗ୍‌ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗ୍‌ସ ଓ କୋଲକାତା ନାଇଟ୍‌ ରାଇଡର୍ସ । ଏହି ମ୍ୟାଚ୍‌କୁ ନେଇ ଉଭୟ ଦଳ ପ୍ରସ୍ତୁତି ପର୍ବ ଶେଷ କରିଛନ୍ତି । ନାଇଟ୍‌ ରାଇଡର୍ସ ପଏଣ୍ଟ ତାଲିକାର ଅନ୍ତିମ ସ୍ଥାନରେ ରହିଥିବାରୁ ସୋମବାର ମ୍ୟାଚ୍‌ ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ଅନ୍ୟ ପଟରେ ପଞ୍ଜାବ କିଙ୍ଗ୍‌ସ ମଧ୍ୟ ବିଜୟ ଧାରା ଜାରି ରଖିବାକୁ ପ୍ରସ୍ତୁତ । ତେଣୁ ସୋମବାର ଦିନ ମ୍ୟାଚ୍‌ ତୀବ୍ର ସଂଘର୍ଷପୂର୍ଣ୍ଣ ହେବା ଏକ ପ୍ରକାର ନିଶ୍ଚିତ ।

ପୂର୍ବ ରେକର୍ଡକୁ ଦେଖିଲେ ନାଇଟ ରାଇଡର୍ସର ପଲା ଭାରି ରହିବା ଆଶା କରାଯାଇପାରେ । କାରଣ ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ୫ଟି ମ୍ୟାଚ୍‌ରୁ ନାଇଟ ରାଇଡର୍ସ ୪ଟିରେ ବିଜୟୀ ହୋଇଛି । ଗତ ବର୍ଷ ଅନୁଷ୍ଠିତ ୨ଟି ମ୍ୟାଚ୍‌ ମଧ୍ୟରୁ ଉଭୟ ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତିଥିଲେ । ପ୍ରଥମ ମ୍ୟାଚ୍‌ରେ ନାଇଟ ରାଇଡର୍ସ ୨ ରନ୍‌ରେ ବିଜୟ ହାସଲ କରିଥିଲା । ଦ୍ୱିତୀୟ ମ୍ୟାଚ୍‌ରେ ପଞ୍ଜାବ ୮ ୱିକେଟ୍‌ରେ ବିଜୟୀ ହୋଇଥିଲା ।

୨୩ତାରିଖରେ ଅନୁଷ୍ଠିତ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇବା ପରଠୁ ପଞ୍ଜାବ କିଙ୍ଗ୍‌ସର ମନୋବଳ ଦ୍ୱିଗୁଣିତ ହୋଇଛି । ଫଳ ସ୍ୱରୂପ ସୋମବାର ଏକ ସନ୍ତୁଳିତ ଦଳ ସହ ପଞ୍ଜାବ କିଙ୍ଗ୍‌ସ ଗ୍ରାଉଣ୍ଡକୁ ଓହ୍ଲାଇବାକୁ ପ୍ରସ୍ତୁତ । ନାଇଟ୍‌ ରାଇଡର୍ସର ପ୍ରଦର୍ଶନରେ ଅବନତି ଦେଖିବାକୁ ମିଳିଛି । ପ୍ରଥମ ମ୍ୟାଚ୍‌ରେ ଦଳ ଚମତ୍କାର ବିଜୟ ହାସଲ କରିଥିଲା । ଏହାପରେ କ୍ରମାନ୍ୱୟରେ ୩ଟି ମ୍ୟାଚ୍‌ ପରାଜିତ ହୋଇଛି ।

ପଞ୍ଜାବ କିଙ୍ଗ୍‌ସ ବିପକ୍ଷରେ ଜିତିବାକୁ ହେଲେ ନାଇଟ୍‌ ରାଇଡର୍ସକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ । ବିଶେଷ କରି ସ୍ପିନ୍‌ ବୋଲିଂ ବିଭାଗ ଶୃଙ୍ଖଳିତ ପ୍ରଦର୍ଶନ କରିବା ଜରୁରୀ । ବ୍ୟାଟ୍ସମ୍ୟାନଙ୍କୁ ମଧ୍ୟ ଦାୟିତ୍ୱପୂର୍ଣ୍ଣ ବ୍ୟାଟିଂ କରିବାକୁ ପଡ଼ିବ । ବିଶେଷ କରି ମଧ୍ୟଭାଗରେ ଇୟନ ମୋର୍ଗାନ ସଫଳ ହେବା ଜରୁରୀ ।

   Related Posts