Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡିଂରେ କମାଲ କଲେ ଜାଡେଜା, ଖୁସିରେ ଗଦଗଦ ହୋଇ ପ୍ରଶଂସାରେ ପୋତିଲେ କୋହଲି

25/04/2021 at 9:23 PM

ନୂଆଦିଲ୍ଲୀ ୨୫/୪:  ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌-୧୪ରେ ୧୯ ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ୍‌ (ସିଏସ୍‌କେ) ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)କୁ  ୬୯ ରନ୍‌ରେ ହରାଇଛି। ଏହି ବିଜୟ ସହ ଚେନ୍ନାଇ ପଏଣ୍ଟ ଟେବଲ୍‌ର ଶୀର୍ଷରେ ପହଞ୍ଚିଯାଇଛି। ୫ ମ୍ୟାଚ୍‌ରେ ୪ଟି ବିଜୟ ସହ ୮ ଅଙ୍କ ପାଇଛି ସିଏସ୍‌କେ।  ଚେନ୍ନାଇର ବିଶାଳ ବିଜୟର ହିରୋ ରବିନ୍ଦ୍ର ଜାଡେଜାଙ୍କୁ ନେଇ ଚର୍ଚ୍ଚା ଚାଲିଛି। ଆଜିର ମ୍ୟାଚ୍‌ରେ ଜାଡେଜା ବୋଲିଂ, ବ୍ୟାଟିଂ ଏବଂ ଫିଲ୍ଡିଂରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି।

ଆରସିବି ଉପରେ ଏକା ଜାଡେଜା ଭାରି ପଡ଼ିଛନ୍ତି। ୨୮ ବଲ୍‌ରେ ୪ ଚୌକା ଏବଂ ୫ ଛକା ମାରି ଅପରାଜିତ ୬୨ ରନ୍‌ କରିଛନ୍ତି ରବିନ୍ଦ୍ର ଜାଡେଜା। ସେ ଶେଷ ଓଭରରେ ହର୍ଷଲ ପଟେଲଙ୍କୁ ଧୋଇଥିଲେ। ଗୋଟିଏ ଓଭବରରେ ଜାଡେଜାଙ୍କ ୫ ଛକା, ଗୋଟିଏ, ୪ ବଳରେ ସିଏସକେକୁ ୩୭ ରନ୍‌ ମିଳିଥିଲା।  ବ୍ୟାଟିଂ ପରେ ବୋଲିଂରେ ସେ ଚମକିଛନ୍ତି। ୪ ଓଭରରେ କେବଳ ୧୩ ରନ୍‌ ଦେଇ ୩ଟି ଓ୍ବିକେଟ ନେଇଛନ୍ତି। ଜାଡେଜା ଏବିଡି, ମ୍ୟାକ୍ସଓ୍ବେଲ ଏବଂ ଓ୍ବାସିଂଟନ ସୁନ୍ଦରଙ୍କୁ ଆଉଟ କରି ଆରସିବିକୁ ପରାଜୟ ସ୍ବିକାର କରିବାକୁ ବାଧ୍ୟ କରିଛନ୍ତି।

ଏହା ବ୍ୟତୀତ ଗୋଟିଏ ରନ୍‌ ଆଉଟ୍‌ କରିଛନ୍ତି ଜାଡେଜା। ରବିନ୍ଦ୍ର ଜାଡେଜା ଅଲରାଉଣ୍ଡର ପାଳିକୁ ସମସ୍ତେ ବାଃ ବାଃ କରୁଥିବା ବେଳେ ଆରସିବି ଅଧିନାୟକ ବିରାଟ କୋହଲି ଖୁବ ପ୍ରଶଂସା କରିଛନ୍ତି। ଆମେ ଆଶା କରୁଛୁ ସେ ଆଗକୁ ଏମିତି ପ୍ରଦର୍ଶନ କରନ୍ତୁ। ଜାଡେଜାଙ୍କ ଭଲ ପ୍ରଦର୍ଶନ କେବଳ ସିଏସ୍‌କେ ନୁହେଁ ବରଂ ଟିମ୍‌ ଇଣ୍ଡିଆକୁ ଲାଭ ଦେବ ବୋଲି କ୍ୟାପ୍ଟେନ୍‌ କୋହଲି କହିଛନ୍ତି।

ବିରାଟ କୋହଲି ଆହୁରି ମଧ୍ୟ କହିଛନ୍ତି, ‘ଅଷ୍ଟେ୍ରଲିଆ ଗସ୍ତରେ ଆହତ ହେବା ପରେ ଜାଡେଜା ଖେଳୁନଥିଲେ। ମୈଦାନରେ ତାଙ୍କୁ ଦେଖି ମୁଁ ଖୁସି। ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡିଂରେ ସେ ଭଲ କରୁଛନ୍ତି। ୨ ମାସ ପରେ ଟିମ୍‌ ଇଣ୍ଡିଆ ଖେଳିବ, ଆମେ ଚାହିଁବୁ କି ଆମ ଅଲରାଉଣ୍ଡର ଭଲ ପ୍ରଦର୍ଶନ କରନ୍ତୁ। ମୁଁ ଆଶା କରିବି ସେ ଆଗକୁ ଏମିତି ଖେଳନ୍ତୁ। ସେ ଭଲ ଖେଳିଳେ ଆମ ପାଖରେ ଅନେକ ବିକଳ୍ପ ରାସ୍ତା ଖୋଲିଯିବ।’  

   Related Posts