ଆଇପିଏଲ-୨୦୨୧ରେ ଧୋନୀ ହେବେନି CSKର ଅଧିନାୟକ ! ଏହି ଖେଳାଳିଙ୍କ ନେତୃତ୍ୱରେ ଖେଳିବ ଦଳ

Published By : Prameya-News7 Bureau | November 14, 2020 IST

ନୂଆଦିଲ୍ଲୀ,୧୪|୧୧: ଆଇପିଏଲ ୨୦୨୦ରେ ଚେନ୍ନାଇ ସୁପର କିଙ୍ଗସର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ଦଳ ପ୍ଲେ-ଅଫରୁ ବାଦ୍ ପଡିଥିଲା । ତେବେ ଆଇପିଏଲ ୨୦୨୧ରେ ଚେନ୍ନାଇ ତରଫରୁ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଖେଳିବା ସ୍ପଷ୍ଟ ହୋଇଥିବା ବେଳେ ସେ ଅଧିନାୟକ ରହିବେ ନା ନାହିଁ ତାକୁ ନେଇ ଲାଗି ରହିଛି ସସପେନ୍ସ । ଏହାମଧ୍ୟରେ ପୂର୍ବତନ ଭାରତୀୟ ବ୍ୟାଟସମ୍ୟାନ୍ ସଞ୍ଜୟ ବାଙ୍ଗର ଏକ ବଡ ପ୍ରତିକ୍ରିୟା ଦେଇଛନ୍ତି । ଆସନ୍ତା ବର୍ଷ ଫାଫ୍ ଡୁ ପ୍ଲେସିସ୍ ସିଏସକେର ନେତୃତ୍ୱ ନେଇ ପାରନ୍ତି ବୋଲି ସେ କହିଛନ୍ତି ।

ପୂର୍ବତନ ଭାରତୀୟ ବ୍ୟାଟସମ୍ୟାନ୍ ସଞ୍ଜୟ ବାଙ୍ଗର କହିଛନ୍ତି ଯେ, ଆସନ୍ତା ସିଜିନରେ ଡୁପ୍ଲେସିସଙ୍କ ନେତୃତ୍ୱରେ ସିଏସକେ ମଇଦାନକୁ ଓହ୍ଲାଇପାରେ । କାରଣ ସିଏସକେ ପାଖରେ ଡୁପ୍ଲେସିସଙ୍କ ବ୍ୟତୀତ ଅନ୍ୟ କିଛି ବିକଳ୍ପ ନାହିଁ ।

{"id":361522,"sizeSlug":"large"}

ସିଏସକେ ପାଇଁ ଆଇପିଏଲ ୨୦୨୦ କୌଣସି ଦୁଃସ୍ୱପ୍ନଠୁ କମ୍ ନଥିଲା । ଆଇପିଏଲର ଦ୍ୱିତୀୟ ସବୁଠାରୁ ସଫଳ ଟିମ୍ ପ୍ଲେ-ଅଫରେ ପହଁଚି ପାରିନଥିଲା । ଦଳ ସପ୍ତମ ସ୍ଥାନରେ ରହିଥିଲା । ଏହାକୁ ନେଇ ଧୋନୀଙ୍କ ନେତୃତ୍ୱ ଉପରେ ପ୍ରଶ୍ୱ ଉଠିଥିଲା । କ୍ରିକେଟ୍ କନେକ୍ଟେଡ୍ ସହ ଆଲୋଚନା ବେଳେ ବାଙ୍ଗର କହିଛନ୍ତି ଯେ, ୨୦୧୧ ପରେ ଧୋନୀ ନେତୃତ୍ୱ ହସ୍ତାନ୍ତର କରିବା ବାବଦରେ ଚିନ୍ତା କରିଥିଲେ । କିନ୍ତୁ ଆଗସୁ ଅଧିକ କଠିନ ସିରିଜ୍ ଆସୁଥିବା ସେ ଜାଣିଥିଲେ । କାରଣ ଦଳ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିଲା । ସେହି ସମୟରେ କୌଣସି ଖେଳାଳି ନେତୃତ୍ୱ ନେବା ପାଇଁ ପ୍ରସ୍ତୁତ ନଥିଲେ । ଧୋନୀ ଠିକ୍ ସମୟରେ ବିରାଟ କୋହଲିଙ୍କୁ ସୁଯୋଗ ଦେଇଥିଲେ ବୋଲି ବାଙ୍ଗର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.