Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ନଟରାଜନ କରୋନା ପଜିଟିଭ୍ ସତ୍ତ୍ଵେ ଖେଳାଯିବ ଦିଲ୍ଲୀ-ହାଇଦ୍ରାବାଦ ମ୍ୟାଚ୍, ବିସିସିଆଇ ନେଲା ବଡ ନିଷ୍ପତ୍ତି

22/09/2021 at 5:00 PM

ନୂଆଦିଲ୍ଲୀ ୨୨।୦୯: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)୨୦୨୧ ଉପରେ ପୁଣି ଥରେ କରୋନା ବିପଦ ମାଡି ଆସିଛି। ସନରାଇଜର୍ସ ହାଇଦ୍ରାବାଦର ଦ୍ରୁତ ବୋଲର ଟି ନଟରାଜନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ନଟରାଜନ କରୋନା ସଂକ୍ରମିତ ହେବା ପରେ ସନରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍ ଉପରେ ବିପଦ ଘନେଇଛି। ହେଲେ ବିସିସିଆଇ ମୁକାବିଲା ନେଇ ବୁଧବାର ବଡ ନିଷ୍ପତ୍ତି ଶୁଣାଇଛି। ବିସିସିଆଇ ସ୍ପଷ୍ଟ କରି ଦେଇଛି ଯେ, ଦିଲ୍ଲୀ କ୍ୟାପିଟାଲ୍ସ ଓ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ନିର୍ଦ୍ଧାରିତ ସମୟରେ ଖେଳାଯିବ। ଏହି ମ୍ୟାଚ୍ ଆଜି ସନ୍ଧ୍ୟା ୭ଟା ୩୦ରେ ଦୁବାଇର ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ। ଟି ନଟରାଜନଙ୍କୁ ଦଳରୁ ଅଲଗା କରାଯାଇଛି। ତାଙ୍କ ବ୍ୟତୀତ ଅଲରାଉଣ୍ଡର ବିଜୟ ଶଙ୍କରଙ୍କୁ ମଧ୍ୟ ଆଇସୋଲେଟ୍ କରାଯାଇଛି।

ସନରାଇଜର୍ସ ହାଇଦ୍ରାବାଦ ଦଳରୁ ଖେଳାଳି ଏବଂ ସହାୟକ କର୍ମଚାରୀଙ୍କ ସମେତ ମୋଟ୍ ୭ ଜଣଙ୍କୁ ଆଇସୋଲେସନରେ ରଖାଯାଇଛି। ଏଥିରେ ବିଜୟ ଶଙ୍କର, ଟିମ ମ୍ୟାନେଜର ବିଜୟ କୁମାର, ଫିଜିଓ ଥେରାପିଷ୍ଟ ଶ୍ୟାମ ସୁନ୍ଦର ଜେ, ଡାକ୍ତର ଅଞ୍ଜନା ବନନ, ଲଜିଷ୍ଟିକ ମ୍ୟାନେଜର ତୁଷାର ଖେଡକର ଓ ନେଟ୍ ବୋଲର ପେରିୟାସାମୀ ଗଣେଶନଙ୍କ ନାମ ସାମିଲ।  ଆଇପିଏଲ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ବାକି ସଦସ୍ୟଙ୍କ ଆରଟି ପିସିଆର ଟେଷ୍ଟ ନେଗେଟିଭ୍ ଆସିଛି। ତେଣୁ ଆଜି ଖେଳା ଯିବାକୁ ଥିବା ମ୍ୟାଚ୍ ରଦ୍ଦ କରାଯିବ ନାହିଁ। ଆଜିର ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଟି ନଟରାଜନ ଓ ବିଜୟ ଶଙ୍କର ଖେଳି ପାରିବେ ନାହିଁ।

   Related Posts