IPL ୨୦୨୧ ପୂର୍ବରୁ ଆରସିବିକୁ ଲାଗିଲା ଝଟ୍‌କା, ଟ୍ବିଟ୍‌ କରି ଡେଲ ଷ୍ଟେନ୍ ଦେଲେ ଏଭଳି ସୂଚନା

Published By : Prameya-News7 Bureau | January 02, 2021 IST

ନୂଆଦିଲ୍ଲୀ ୦୨/୦୧: କରୋନା ପାଇଁ ୨୦୨୦ ଆଇପିଏଲ ଟୁର୍ଣ୍ଣାମେଣ୍ଟ ବିଳମ୍ବର ହୋଇଥିଲା। କିନ୍ତୁ ୨୦୨୧ ଆଇପିଏଲ୍‌ ଟୁର୍ଣ୍ଣାମେଣ୍ଟ ପାଇଁ ଆଉ ପ୍ରାୟତଃ ୩ ମାସ ସମୟ ଅଛି। ଏହା ପୂର୍ବରୁ ବିରାଟ କୋହଲିଙ୍କ ଟିମ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)କୁ ଝଟକା ଲାଗିଛି। ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ଡେଲ ଷ୍ଟେନ୍‌ ଆଗାମୀ ଆଇପିଏଲ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ମନା କରିଛନ୍ତି।

ଡେଲ୍‌ ଷ୍ଟେନ୍‌ ଟ୍ବିଟ୍‌ର ମାଧ୍ୟମରେ ୨୦୨୧ରେ ଆଇପିଏଲ  ଖେଳିବେନି ବୋଲି ଘୋଷଣା କରିଛନ୍ତି। କିନ୍ତୁ କ୍ରିକେଟରୁ ସନ୍ନ୍ୟାସ ନେବାକୁ ଚିନ୍ତା କରିନାହାନ୍ତି ବୋଲି ଲେଖିଛନ୍ତି। ଟ୍ବିଟ୍‌ରରେ ଷ୍ଟେନ୍‌ ଲେଖିଛନ୍ତି, ‘ ଏକ ଛୋଟ ସନ୍ଦେଶ ସମସ୍ତଙ୍କ ପାଇଁ ଏହା ଯେ, ଚଳିତ ବର୍ଷ ଆଇପିଏଲ୍‌ରେ ଆରସିବି ପାଇଁ ଖେଳିବିନି। ମୁଁ ଅନ୍ୟ କୌଣସି ଟିମ୍‌ ପାଇଁ ଖେଳିବାକୁ ଯୋଜନା ମଧ୍ୟ କରିନାହିଁ। ବାସ କିଛି ଦିନ ପାଇଁ ଛୁଟି ନେଉଛି। ମୋତେ ବୁଝିଥିବାରୁ ଆରସିବିକୁ ଧନ୍ୟବାଦ। ନା ମୁଁ ସନ୍ନ୍ୟାସ ନେଉନାହିଁ।’

wp:embed {"url":"https://twitter.com/DaleSteyn62/status/1345287601574588417","type":"rich","providerNameSlug":"twitter","responsive":true,"className":""}
https://twitter.com/DaleSteyn62/status/1345287601574588417
/wp:embed

ଷ୍ଟେନ୍‌ ୨୦୨୦ରେ ଆରସିବି ପକ୍ଷରୁ କେବଳ ୩ଟି ମ୍ୟାଚ୍‌ରେ ନଜର ଆସିଥିଲେ। ୩ଟି ମ୍ୟାଚ୍‌ରୁ କେବଳ ଗୋଟିଏ ଓ୍ବିକେଟ ନେଇଥିଲେ ଷ୍ଟେନ୍‌। ଅଗଷ୍ଟ ୨୦୧୯ରେ ଟେଷ୍ଟ କ୍ରିକେଟରୁ ଷ୍ଟେନ୍‌ ସନ୍ନ୍ୟାସ ନେଇସାରିଛନ୍ତି। ଦକ୍ଷିଣ ଆଫ୍ରିକା ଟିମ୍‌ରେ ଖେଳିବା ସାଙ୍ଗକୁ ବିଶ୍ବକପ୍‌ରେ ଖେଳିବାକୁ ଇଚ୍ଛା ରଖିଛନ୍ତି ବୋଲି କହିଥିଲେ ଡେଲ ଷ୍ଟେନ।

wp:embed {"url":"https://twitter.com/DaleSteyn62/status/1345288474056921088","type":"rich","providerNameSlug":"twitter","responsive":true,"className":""}
https://twitter.com/DaleSteyn62/status/1345288474056921088
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.