Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଧୋନୀ ରଚିଲେ ଆଉ ଏକ ଇତିହାସ : ଟି-୨୦ରେ ଅଧିନାୟକ ଭାବରେ ୩୦୦ ମ୍ୟାଚ୍ ଖେଳିବାର ପ୍ରଥମ ଖେଳାଳୀ…

16/10/2021 at 9:54 AM

ନୂଆଦିଲ୍ଲୀ ୧୬।୧୦ : ପୂର୍ବତନ ଭାରତୀୟ ଅଧିନାୟକ ତଥା ଚେନ୍ନାଇ ସୁପର କିଙ୍ଗସ କ୍ୟାପଟେନ୍‌ ମହେନ୍ଦ୍ର ସିଂ ଧୋନୀ ନିଜ କ୍ୟାରିୟରରେ ଆଉ ଏକ ଇତିହାସ ରଚିଛନ୍ତି । ପ୍ରଥମ ଅଧିନାୟକ ଭାବରେ ୩୦୦ ତମ ଟି-୨୦ ମୁକାବିଲା ଖେଳିବାର କୃତିତ୍ୱ ହାସଲ କରିଛନ୍ତି ଏମ୍‌ ଏସ୍‌ ଧୋନୀ । ପ୍ରଥମ ଭାରତୀୟ ଅଧିନାୟକ ଭାବରେ ଟି-୨୦ ବିଶ୍ୱକପ ଜିତିଥିବା ଧୋନୀ ଆଇପିଏଲ ଫାଇନାଲରେ ଅଧିନାୟକ ଭାବରେ ନିଜର ୩୦୦ତମ ମ୍ୟାଚ ଖେଳିଛନ୍ତି । ୩୦୦ ମ୍ୟାଚରେ ଧୋନୀଙ୍କ ବିଜୟ ପ୍ରତିଶତ ୫୯.୭୯ ରହିଛି ।

୨୦୧୭ରେ ଭାରତୀୟ ଦଳର ଅଧିନାୟକ ପଦରୁ ଓହରିଥିବା ଧୋନୀ ଭାରତ ପାଇଁ ୭୨ ମ୍ୟାଚ ଅଧିନାୟକ ଭାବରେ ଖେଳିଛନ୍ତି । ଚେନ୍ନାଇ ସୁପର କିଙ୍ଗ ପାଇଁ ଧୋନୀ ୨୧୩ଟି ମ୍ୟାଚରେ ଅଧିନାୟକ ରହିଥିବା ବେଳେ ରାଇଜିଂ ପୁନେ ସୁପର ଜାୟାଣ୍ଟସ ପାଇଁ ୧୪ଟି ମ୍ୟାଚରେ ଅଧିନାୟକତ୍ୱ କରିଛନ୍ତି । ୨୦୦ରୁ ଅଧିକ ମ୍ୟାଚରେ ଅଧିନାୟକତ୍ୱ କରିବାରେ ଡାରେନ ସାମି ଦ୍ୱିତୀୟ ଖେଳାଳି ରହିଛନ୍ତି ।

   Related Posts