ଚେନ୍ନାଇ ପରାଜୟ ପରେ ନିରାସ ହେଲେ ସାକ୍ଷୀ ଓ ପ୍ରିୟଙ୍କା, ଗୁରୁଙ୍କୁ ଶିଷ୍ୟ ମାଗିଲେ ଜନ୍ମଦିନର ଗିଫ୍ଟ !

Published By : Prameya-News7 Bureau | October 05, 2021 IST

ଦୁବାଇ ୦୫/୧୦: ଆଇପିଏଲ୍ ୨୦୨୧ ର ୫୦ ତମ ମ୍ୟାଚ୍ ଥିଲା ବେଶ୍ କୌତୁହଳପୂର୍ଣ୍ଣ । ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଦୁଇ ଦଳ ଦିଲ୍ଲୀ ରାଜଧାନୀ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ହୋଇଥିଲା କଡ୍ଡା ଟକ୍କର । ଦୁବାଇରେ ଖେଳାଯାଇଥିବା ମ୍ୟାଚ୍‌ରେ ଋଷଭ ପନ୍ତଙ୍କୁ ତାଙ୍କ ଜନ୍ମଦିନରେ ଦଳ ତରଫରୁ ଏକ ଅଦ୍ଭୁତ ଉପହାର ପ୍ରଦାନ କରାଯାଇଥିଲା । ପଏଣ୍ଟ ଟେବୁଲର ଶୀର୍ଷରେ ସ୍ଥାନ ପାଇବା ପାଇଁ ଦିଲ୍ଲୀର ଦଳ ଶେଷ ଓଭରରେ ଚେନ୍ନାଇକୁ ତିନିଟି ୱିକେଟରେ ପରାସ୍ତ କରିଛି । ତେବେ ମ୍ୟାଚ୍ ପୂର୍ବରୁ, ଧୋନି-ପନ୍ତ ଉଭୟ ଗୁରୁ-ଶିଷ୍ୟ ଯୋଡିଙ୍କ ମଧ୍ୟରେ ମୁହଁରେ ଥିଲା ହସ ।

wp:gallery {"ids":[522452],"linkTo":"none"} /wp:gallery

ମ୍ୟାଚ୍ ସମୟରେ କ୍ୟାମେରାରେ କଏଦ ହୋଇଥିଲା ଅନେକ ମଜାଳିଆ ମୁହୂର୍ତ୍ତ । ଏକେ ଫଟୋରେ ଦେଖିବାକୁ ମିଳିଥିଲା ଧୋନୀ ପିନ୍ଧିଥିବା ହାତ ଘଣ୍ଟାକୁ ଦେଖୁଛନ୍ତି ତାଙ୍କ ଶିଷ୍ୟ ଓରଫ ପନ୍ତ । ଯାହାକୁ ଦେଖି କିଛି ପ୍ରଶଂସକ କହୁଛନ୍ତି କଣ ଗୁରୁଙ୍କୁ ଗିଫ୍ଟ ମାଗୁଥିଲେ କି ଶିଷ୍ୟ । ମ୍ୟାଚରେ ଦିଲ୍ଲୀ ରାଜଧାନୀ ଟସ୍ ଜିତି ଚେନ୍ନାଇକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା ।

wp:gallery {"ids":[522453],"linkTo":"none"} /wp:gallery

ଯେତେବେଳେ ସେ ଚେନ୍ନାଇର ଓପନିଂ ଯୋଡି ୪୦ ରନ୍ ମଧ୍ୟରେ ଚାଲିଲେ ସେତେବେଳେ ତାଙ୍କର ନିଷ୍ପତ୍ତି ମଧ୍ୟ ଠିକ୍ ପ୍ରମାଣିତ ହୋଇଥିଲା । ଏହା ପରେ ଚେନ୍ନାଇର ଗୋଟିଏ ପରେ ଗୋଟିଏ ଓ୍ୱିକେଟ ଖସିଥିଲା । ଅଶ୍ୱିନ ଏବଂ ଅକ୍ସାର ପଟେଲଙ୍କ ସ୍ପିନ୍ ଯୋଡି ଆଠ ଓଭରରେ ମାତ୍ର ୩୮ରନ୍ ଦେଇ ତିନୋଟି ୱିକେଟ୍ ନେଇଥିଲେ। ତେବେ ଅମ୍ବାତି ରାୟୁଡୁ ଏବଂ ଧୋନି ଏକାଠି ଇନିଂସ ପରିଚାଳନା କରିଥିଲେ ।

wp:gallery {"ids":[522454],"linkTo":"none"} /wp:gallery

ଧୀରେ ଧୀରେ ଅର୍ଦ୍ଧ ଶତାବ୍ଦୀର ସହଭାଗିତା ସ୍ଥାପନ କରିଥିଲେ । ଯଦିଓ ଧୋନି ଏହି ସମୟ ମଧ୍ୟରେ ବହୁତ ଧୀର ଇନିଂସ ଖେଳିଥିଲେ । ରାଇଡୁ ୪୦ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ରାଇଡୁଙ୍କ ଇନିଂସ ଯୋଗୁଁ ଚେନ୍ନାଇ ଦିଲ୍ଲୀକୁ ଜିତିବା ପାଇଁ ୧୩୭ ରନର ଲକ୍ଷ୍ୟ ସ୍ଥିର କରିଥିଲା । ମ୍ୟାଚ୍ ସମୟରେ କ୍ୟାପଟେନ ଧୋନିଙ୍କ ପତ୍ନୀ ସାକ୍ସି ଏବଂ ଝିଅ ଜୀଭା ମଧ୍ୟ ପାଭିଲିୟନରେ ଉପସ୍ଥିତ ଥିଲେ । ଏଥି ସହିତ ସୁରେଶ ରାଇନାଙ୍କ ପତ୍ନୀ ପ୍ରିୟଙ୍କା ମଧ୍ୟ ଦଳକୁ ଉତ୍ସାହିତ କରୁଥିଲେ । ତେବେ ମ୍ୟାଚକୁ ଦେଖି ଉଭୟ ସାକ୍ସି ଏବଂ ପ୍ରିୟଙ୍କା ଟିକେ ନିରାଶ ହୋଇଥିଲେ ।

wp:gallery {"ids":[522456],"linkTo":"none"} /wp:gallery

ଅନ୍ୟପକ୍ଷରେ, ଦିଲ୍ଲୀ ରାଜଧାନୀ ଟାର୍ଗେଟକୁ ଲକ୍ଷ୍ୟ କରି ପ୍ରାରମ୍ଭରୁ ଭଲ ଖେଲିନଥିଲେ ମଧ୍ୟ ଶେଷରେ ବାଜି ମାରିନେଇଥିଲେ । ଦିଲ୍ଲୀ ଅଧିନାୟକ ଋଷଭ ପନ୍ତଙ୍କୁ ତିନୋଟି ଲାଇଫ ମିଳିବା ପରେ ବି ସେ ଏହାର ଫାଇଦା ଉଠାଇ ପାରିନଥିଲେ । ଏରିଲ୍ ସଟ୍ ଖେଳୁଥିବାବେଳେ ସେ ୱିକେଟ୍ ହରାଇଥିଲେ । ପରେ କଳେ ବଳେ କୌଶଳେ ସେମାନେ ମ୍ୟାଚ୍ ଜିତିନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.