Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ପଞ୍ଜାବକୁ ଝଟକା ! କେକେଆର ବିପକ୍ଷ ମୁକାବିଲା ପୂର୍ବରୁ ଆଇପିଏଲରୁ ଓହରିଗଲେ କ୍ରିସ୍ ଗେଲ୍, ଜଣାଇଲେ ଏହାର କାରଣ

1/10/2021 at 7:09 PM

ନୂଆଦିଲ୍ଲୀ ୦୧।୧୦: ପଞ୍ଜାବ କିଙ୍ଗ୍ସକୁ ଲାଗିଲା ବଡ ଝଟକା। କୋଲକାତା-ନାଇଟ୍ ରାଇଡର୍ସ ବିପକ୍ଷ ଆଜିର ମୁକାବିଲା ପୂର୍ବରୁ ଆଇପିଏଲ ୨୦୨୧ରୁ ଓହରିଗଲେ ଷ୍ଟାର ବ୍ୟାଟସମ୍ୟାନ କ୍ରିସ୍ ଗେଲ୍। ସେ ବାୟୋ ବବଲର ଥକା ପଣ କାରଣରୁ ଆଇପିଏଲରୁ ହଟିବାକୁ ନିଷ୍ପତ୍ତି ନେଇଛନ୍ତି। ଗେଲ୍ କାରବିୟାନ ପ୍ରିମିୟର ଲିଗ(ସିପିଏଲ ୨୦୨୧) ଖେଳିବା ପରେ ସିଧାସଳଖ ଆଇପିଏଲ ପାଇଁ ୟୁଏଇ ପହଞ୍ଚିଥିଲେ।

ଆଇପିଏଲ ଛାଡିବା ପରେ ଗେଲ୍ କହିଛନ୍ତି, ସେ ଟି-୨୦ ବିଶ୍ଵ କପ୍‌ରୁ ପୂର୍ବରୁ ନିଜକୁ ମାନସିକ ଭାବେ ସୁସ୍ଥ ରଖିବାକୁ ଚାହୁଁଛି। ଗେଲ୍ ଚଳିତ ବର୍ଷ ଜୁନରୁ ବାୟୋ ବବଲରେ ଥିଲେ। ପ୍ରଥମେ ଘରୋଇ ସିରିଜ୍(ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନ ବିପକ୍ଷରେ ୧୪ ଟି-୨୦) ସହ କାରବିୟାନ ପ୍ରିମିୟର ଲିଗ୍ ଏବଂ ଆଇପିଏଲରେ ଅଂଶଗ୍ରହଣ କରିଥିଲେ। ଲଗାତାର କ୍ରିକେଟ୍ ଏବଂ ଜୈବ ନିରାପତ୍ତା ବଳୟରେ ରହିବା କାରଣରୁ ସେ ନିଜକୁ ଥକା ଅନୁଭବ କରୁଥିଲେ। ତେଣୁ ଟି୨-୦ ବିଶ୍ଵ କପ୍ ପୂର୍ବରୁ ସେ ନିଜକୁ ମାନସିକ ଭାବେ ସୁସ୍ଥ ରଖିବା ପାଇଁ ଆଇପିଏଲର ଅବଶିଷ୍ଟ ମ୍ୟାଚ୍‌ରୁ ଓହରି ଯାଇଛନ୍ତି। ଉଲ୍ଲେଖନୀୟ ଆଜି ପଞ୍ଜାବ କିଙ୍ଗ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଗୁରୁତ୍ଵପୂର୍ଣ୍ଣ ମୁକାବିଲା ଖେଳାଯିବ। ଯେଉଁ ଦଳ ଜିତିବ ତାର ପ୍ଲେ ଅଫ୍‌ରେ ପହଞ୍ଚିବାର ଆଶା ଉଜ୍ଜୀବିତ ରହିବ। ହାରିଲେ ପ୍ଲେ ଅଫ୍‌ରେ ପ୍ରବେଶ ମୁସ୍କିଲ ହୋଇ ଯିବ।

ଗେଲ୍ କହିଛନ୍ତି, ଗତ କିଛି ମାସ ହେବ ମୁଁ ଓ୍ଵେଷ୍ଟଇଣ୍ଡିଜ, କାରବିୟାନ ପ୍ରିମିୟର ଲିଗ୍ ପରେ ପୁଣି ଆଇପିଏଲର ବାୟୋ ବବଲରେ ରହି ଆସିଥିଲି। ଏବେ ମୁଁ ନିଜକୁ ମାନସିକ ଭାବେ ସୁସ୍ଥ ରଖିବାକୁ ଚାହୁଁଛି। ମୁଁ ଟି-୨୦ ବିଶ୍ଵ କପରେ ନିଜ ଦଳକୁ ସାହାଯ୍ୟ କରିବା ଉପରେ ଧ୍ୟାନ ଦେବାକୁ ଚାହୁଁଛି। ଦୁବାଇରେ ଏକ ବିରତି ନେବାକୁ ଚାହୁଁଛି। ମୋତେ ସମୟ ଦେଇଥିବାରୁ ପଞ୍ଜାବ କିଙ୍ଗ୍ସକୁ ମୋର ଧନ୍ୟବାଦ। ମୋର ଇଚ୍ଛା ଏବଂ ଆଶା ଦଳ ସହିତ ରହିଛି। ଆଗାମୀ ମୁକାବିଲା ପାଇଁ ଦଳକୁ ମୋର ଶୁଭକାମନା।

   Related Posts