Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

IPL 2021: ଋତୁରାଜଙ୍କ ନାମରେ ବଡ ରେକର୍ଡ, ହାସଲ କଲେ ଅରେଞ୍ଜ କ୍ୟାପ୍

15/10/2021 at 10:48 PM

ଦୁବାଇ ୧୫।୧୦: ଆଇପିଏଲ ୨୦୨୧ ଫାଇନାଲ୍ ମୁକାବିଲାରେ ଚେନ୍ନାଇ ସୁପରକିଙ୍ଗ୍ସର ଋତୁରାଜ ଗାଏକଓ୍ଵାଡ ୩୨ ରନ କରିଛନ୍ତି। ଏଥିସହ ନିଜ ନାମରେ ଏକ ଉପଲବ୍ଧି ହାସଲ କରିଛନ୍ତି। ଏହି ସିଜିନରେ ଋତୁରାଜ ଅରେଞ୍ଜ କ୍ୟାପ୍‌ର ଅଧିକାରୀ ହୋଇଛନ୍ତି। ଫାଫ ଡୁପ୍ଲେସିସ୍‌ ୮୬ ରନର ଇନିଂସ ଖେଳିଥିଲେ ମଧ୍ୟ ଅରେଞ୍ଜ କ୍ୟାପରୁ କେବଳ ତିନି ରନ ଦୂରରେ ରହି ଯାଇଛନ୍ତି।

ଓପନର ଋତୁରାଜ ୧୬ ମ୍ୟାଚ୍‌ରୁ ୬୩୫ ରନ କରିଛନ୍ତି। ଏଥିରେ ଚାରି ଅର୍ଦ୍ଧଶତକ ଏବଂ ଗୋଟିଏ ଶତକ ସାମିଲ୍। ଅନ୍ୟପଟେ ଡୁପ୍ଲେସିସ୍ ୧୬ ମ୍ୟାଚ୍‌ରୁ ୬୩୩ ରନ କରିଛନ୍ତି। ଋତୁରାଜ ଆଇପିଏଲରେ ଓରେଞ୍ଜ କ୍ୟାପ୍ ଜିତିବାରେ ସବୁଠୁ ଯୁବ ଖେଳାଳି। ଏହି ମାମଲାରେ ସେ ଅଷ୍ଟ୍ରେଲିଆର ସନ ମାର୍ଶଙ୍କ ରେକର୍ଡ ଭାଙ୍ଗିଛନ୍ତି। ମାର୍ଶ ଆଇପିଏଲର ପ୍ରଥମ ସିଜିନ(୨୦୦୮)ରେ  ପଞ୍ଜାବ ପକ୍ଷରୁ ଖେଳି ୬୧୬ ରନ କରିଥିଲେ। ସେହି ସମୟରେ ତାଙ୍କର ବୟସ ୨୫ ବର୍ଷ ହୋଇଥିଲା। ଅନ୍ୟପଟେ ଏହି ସମୟରେ ଋତୁରାଜଙ୍କ ବୟସ ୨୪ ବର୍ଷ ଆଠ ମାସ ହୋଇଛି।

ଆଇପିଏଲରେ ଗୋଟିଏ ସିଜିନରେ ସବୁଠୁ ଅଧିକ ରନ କରିବାର ରେକର୍ଡ କୋହଲିଙ୍କ ନାମରେ ରହିଛି। ସେ ୨୦୧୬ରେ ୯୭୩ ରନ କରିଥିଲେ। ଏ ପର୍ଯ୍ୟନ୍ତ କୌଣସି ବ୍ୟାଟସମ୍ୟାନ ଏମିତି ରନ କରି ନାହାନ୍ତି। ଅନ୍ୟପଟେ ମହେନ୍ଦ୍ର ସିଂହ ଧୋନୀ ଓ ରୋହିତ ଶର୍ମା ଏ ପର୍ଯ୍ୟନ୍ତ ଅରେଞ୍ଜ କ୍ୟାପ୍ ଜିତି ପାରି ନାହାନ୍ତି।

ଅରେଞ୍ଜ କ୍ୟାପ୍ ବିଜେତା

୨୦୦୮- ସନ ମାର୍ଶ, ୬୧୬ ରନ

୨୦୦୯- ମାଥ୍ୟୁ ହେଡେନ, ୫୭୨ ରନ

୨୦୧୦- ସଚିନ ତେନ୍ଦୁଲକର, ୬୧୮ ରନ

୨୦୧୧- କ୍ରିସ୍ ଗେଲ୍‌, ୬୦୮ ରନ

୨୦୧୨- କ୍ରିସ୍ ଗେଲ୍, ୭୩୩ ରନ

୨୦୧୩- ମାଇକେଲ ହସି, ୭୩୩ ରନ

୨୦୧୪- ରବିନ ଉଥପ୍ପା, ୬୬୦ ରନ

୨୦୧୫- ଡେଭିଡ୍ ଓ୍ଵାର୍ଣ୍ଣର, ୫୬୨ ରନ

୨୦୧୬- ବିରାଟ କୋହଲି, ୯୭୩ ରନ

୨୦୧୭- ଡେଭିଡ୍ ଓ୍ଵାର୍ଣ୍ଣର, ୬୪୧ ରନ

୨୦୧୮- କେନ ଓ୍ଵିଲିୟମସନ, ୭୩୫ ରନ

୨୦୧୯- ଡେଭିଡ୍ ଓ୍ଵାର୍ଣ୍ଣର,. ୬୯୨ ରନ

୨୦୨୦- ଲୋକେଶ ରାହୁଲ, ୬୭୦ ରନ

୨୦୨୧- ଋତୁରାଜ ଗାଏକଓ୍ଵାଡ, ୬୩୫ ରନ

   Related Posts