Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ରାଜସ୍ଥାନ ରୟାଲ୍ସକୁ ଆଉ ଏକ ବଡ଼ ଝଟ୍‌କା, ଆଇପିଏଲ୍‌ ଛାଡି ନିଜ ଦେଶକୁ ଫେରିଗଲେ ଏହି ଖେଳାଳି

25/04/2021 at 10:36 PM

ନୂଆଦିଲ୍ଲୀ ୨୫/୪:  ରାଜସ୍ଥାନ ରୟାଲ୍ସ (ଆରଆର)କୁ ଆଉ ଏକ ବଡ଼ ଝଟ୍‌କା ଲାଗିଛି।  ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଆଣ୍ଡ୍ର୍ୟୁ ଟାଇ ବ୍ୟକ୍ତିଗତ କାରଣ ପାଇଁ ସ୍ବଦେଶ ଫେରିଯାଇଛନ୍ତି।  ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ଫ୍ରାଞ୍ଚାଇଜ୍‌ରୁ ଓହରିବାରେ ଚତୁର୍ଥ ଖେଳାଳି ଭାବେ ଟାଇ ମଧ୍ୟ ଫେରିଯାଇଛନ୍ତି। ରାଜସ୍ଥାନ ରୟାଲ୍ସ ପକ୍ଷରୁ ଟ୍ବିଟ୍‌ରେ ଲେଖାଯାଇଛି, ‘ଆଣ୍ଡ୍ର୍ୟୁ ଟାଇ ବ୍ୟକ୍ତିଗତ କାରଣ ଦର୍ଶାଇ ଆଜି ସକାଳେ ଅଷ୍ଟ୍ରେଲିଆ ଫେରିଯାଇଛନ୍ତି। ଯଦି କିଛି ସହାୟତା ଦରକାର ପଡ଼େ ତେବେ ତାଙ୍କ ସାହାଯ୍ୟ ପାଇଁ ଉଦ୍ୟମ ଜାରି ରଖିବୁ।’

ଗତ ଶନିବାର ରାଜସ୍ଥାନ ରୟାଲ୍ସର କ୍ରିକେଟ ନିର୍ଦେଶକ କୁମାର ସାଙ୍ଗାକାରା କୋଲକାତା ନାଇଟ୍‌ ରାଇଡର୍ସ ଉପରେ ବିଜୟ ପରେ ଡ୍ରେସିଂ ରୁମରେ ଘୋଷଣା କରିଥିଲେ ଟାଇ ଅଷ୍ଟ୍ରେଲିଆ ଫେରିଯିବେ ଏବଂ ରବିବାର ତାଙ୍କର ଫ୍ଲାଇଟ୍‌ ଅଛି। ଟାଇଙ୍କ ପୂର୍ବରୁ ଇଂଲଣ୍ଡର ଜୋଫ୍ରା ଆର୍ଚର, ବେନ୍‌ ଷ୍ଟୋକସ୍‌ ଏବଂ ଲିୟାମ ଲିଭିଂଷ୍ଟୋନ୍‌ ଆଇପିଏଲ୍‌ରୁ ଓହରିଯିବାକୁ ନିଷ୍ପତ୍ତି କରିଥିଲେ।

ଆର୍ଚର ସର୍ଜରି ଯୋଗୁ ଟିମରୁ ବାହାରେ ରହିଥିଲେ। ଷ୍ଟୋକ୍ସଙ୍କ ଆଙ୍ଗୁଳି ଫ୍ରାକ୍ଚର ଯୋଗୁ ଏବଂ ଲିଭିଂଷ୍ଟୋନ୍‌ ଗୋଟିଏ ବି ମ୍ୟାଚ୍‌ ଖେଳିନଥିବା ବେଳେ ବାୟୋ ବବଲ୍‌ରେ ତାଙ୍କୁ ଅସୁବିଧା ହେଉଛି ବୋଲି କହି ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଥିଲେ। ୩୪ ବର୍ଷୀୟ ଟାଇ ଅଷ୍ଟ୍ରେଲିଆ ପାଇଁ ୭ଟି ଦିନିକିଆ ଏବଂ ୨୮ ଟି-୨୦ ଆଇ ମ୍ୟାଚ୍‌ ଖେଳିଛନ୍ତ। ଏହି ଟୁର୍ଣ୍ଣାମେଣ୍ଟରେ ଗୋଟିଏ ବି ମ୍ୟାଚ୍‌ରେ ନଜର ଆସିନାହାନ୍ତି। ସେ ଗତବର୍ଷ ଫେବୃଆରୀରେ ପର୍ଥ ସ୍କୋରଚର୍ସ ପାଇଁ ସିଡନୀ ସିକ୍ସର୍ସ ବିପକ୍ଷରେ ବିଗ ବାସ୍‌ ଲିଗ୍‌ ଖେଳିଥିଲେ।

   Related Posts