Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ଆଇପିଏଲ ୨୦୨୧: ୬୮୭ ଛକା, ୭୧୬ ଓ୍ଵିକେଟ୍, ୧୮ ହଜାରରୁ ଅଧିକ ରନ, ଜାଣନ୍ତୁ ଏହି ସିଜିନର ବିଶେଷତ୍ଵ

16/10/2021 at 9:14 PM

ନୂଆଦିଲ୍ଲୀ ୧୬।୧୦: ଆଇପିଏଲ ୨୦୨୧ର ଯବନିକା ପଡିଛି। ପୁଣି ଥରେ ଚେନ୍ନାଇ ସୁପରକିଙ୍ଗ୍ସ ଚାମ୍ପିଅନ ହୋଇଛି। ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ଵରେ ଚେନ୍ନାଇ ଚତୁର୍ଥ ଥର ଟାଇଟଲ୍ ଜିତିଛି। ଏଥର ଆଇପିଏଲ ଅନେକ ଦୃଷ୍ଟିରୁ ଖାସ୍ ରହିଛି। କରୋନା ସଙ୍କଟ କାରଣରୁ ଆଇପିଏଲକୁ ଦୁଇଟି ପର୍ଯ୍ୟାୟରେ ଆୟୋଜନ କରିବାକୁ ପଡିଥିଲା। ପ୍ରଥମ ଭାଗ ଭାରତରେ ଖେଳାଯାଇଥିବା ବେଳେ ଦ୍ଵିତୀୟ ଭାଗ ୟୁଏଇରେ ଖେଳାଯାଇଛି।

ଆଇପିଏଲରେ ଖୁବ୍ ରନ  ବର୍ଷା ହେଲା। ବ୍ୟାଟସମ୍ୟାନ ଛକା-ଚୌକା ବର୍ଷା କଲେ, ବୋଲର ନିଜର ଯାଦୁ ଦେଖାଇଲେ। କେଉଁ ମ୍ୟାଚ୍‌ରେ ହାଇ ସ୍କୋରିଂ ହୋଇଥିଲା ତ କେଉଁ ମ୍ୟାଚ୍‌ ଲୋ ସ୍କୋର ଦେଖିବାକୁ ମିଳିଥିଲା। ଆସନ୍ତୁ ଜାଣିବା ଆଇପିଏଲ ୨୦୨୧ର ରେକର୍ଡ ଉପରେ…

ସିଜିନରେ ମୋଟ୍ ଛକା- ୬୮୭(କେଏଲ ରାହୁଲ- ୩୦ ଛକା)

ସବୁଠୁ ଲମ୍ବା  ଛକା- ୧୦୮ ମିଟର(ଋତୁରାଜ ଗାଏକଓ୍ଵାଡ)

ମୋଟ୍ ରନ- ୧୮୬୨୨(ଋତୁରାଜ ଗାଏକଓ୍ଵାଡ-୬୩୫ ରନ) ଅରେଞ୍ଜ କ୍ୟାପ୍

ମୋଟ୍ ଓ୍ଵିକେଟ୍- ୭୧୬(ହର୍ଷଲ ପଟେଲ୍-୩୨) ପର୍ପଲ୍ କ୍ୟାପ୍

ମୋଟ୍ ଡଟ୍‌ ବଲ୍- ୫୦୧୯(ଅଭେଶ ଖାନ-୧୫୬)

ସବୁଠୁ ଅଧିକ ଷ୍ଟ୍ରାଇକ୍ ରେଟ୍- ୧୬୮.୦୫(ସିମରନ ହେଟମାୟର)

ମୋଟ୍ ଅର୍ଦ୍ଧଶତକ- ୮୯(ଫାଫ ଡୁପ୍ଲେସିସ୍)

ସବୁଠୁ ଦ୍ରୁତ ବଲ୍- ୧୫୩.୬୩ KMPH(ଲୋକି ଫର୍ଗ୍ୟୁସନ)

ଶେଷ ବଲ୍‌ରେ ମ୍ୟାଚ୍ ଶେଷ- ୪ ଥର

ସୁପର ଓଭର-  ଥରେ

ସିଜିନ୍‌ରେ ମୋଟ୍ ଶତକ- ୪

   Related Posts