Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଷ୍ଟାଡିୟମରେ ବସି ଆଇପିଏଲ ୨୦୨୧ର ମଜା ଉଠାଇ ପାରିବେ ଦର୍ଶକ, ମିଳିଲା ପ୍ରବେଶ ଅନୁମତି

15/09/2021 at 4:17 PM

ଦୁବାଇ ୧୫।୦୯: ଏବେ ଷ୍ଟାଡିୟମରେ ବସି ବିଶ୍ଵର ସବୁଠୁ ବଡ ଟି-୨୦ ଲିଗ୍‌ ଆଇପିଏଲର ମଜା ଉଠାଇ ପାରିବେ ଦର୍ଶକ। ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୧ର ଦ୍ଵିତୀୟ ପର୍ଯ୍ୟାୟର ମ୍ୟାଚ୍ ଖାଲି ଷ୍ଟାଡିୟମରେ ଖେଳାଯିବ ନାହିଁ। ଦର୍ଶକଙ୍କୁ ଷ୍ଟାଡିୟମରେ ମିଳିଛି ପ୍ରବେଶ ଅନୁମତି। ସେପ୍ଟେମ୍ବର ୧୯ରେ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ଖେଳାଯିବାକୁ ଥିବା ଫେଜ୍‌-୨ର ପ୍ରଥମ ମୁକାବିଲାରେ ଦର୍ଶକଙ୍କୁ ଷ୍ଟାଡିୟମରେ ଦେଖିବାକୁ ମିଳିବ।

ପୂର୍ବରୁ ଆଇପିଏଲ ୨୦୨୧ର ପ୍ରଥମ ପର୍ଯ୍ୟାୟ ଖାଲି ଷ୍ଟାଡିୟମରେ ଖେଳାଯାଇଥିଲା। ଆଇପିଏଲ ବୁଧବାର ନିଜର ଟ୍ଵିଟର ହ୍ୟାଣ୍ଡେଲରେ ଦର୍ଶକଙ୍କ ଷ୍ଟାଡିୟମରେ ପ୍ରବେଶ ଅନୁମତି ଖବରର ଘୋଷଣା କରିଛି। ୨୦୨୦ ଆଇପିଏଲ ୟୁଏଇରେ ଖେଳାଯାଇଥିଲା। ସେହି ସମୟରେ ବି ଖାଲି ଷ୍ଟାଡିୟମରେ ମ୍ୟାଚ୍ ଖେଳାଯାଇଥିଲା।

ଭାରତରେ ଖେଳାଯାଇଥିବା ଆଇପିଏଲ ୨୦୨୧ର ପ୍ରଥମ ପର୍ଯ୍ୟାୟ ମ୍ୟାଚ୍‌ଗୁଡିକ ଖାଲି ଷ୍ଟାଡିୟମରେ ଖେଳାଯାଇଥିଲା। ୨୦୧୯ ପରେ ପ୍ରଥମ ଥର ଦର୍ଶକ ଷ୍ଟାଡିୟମରେ ବସି ଆଇପିଏଲର ମଜା ଉଠାଇ ପାରିବେ। ଆଇପିଏଲର ସାଇଟ୍‌ରେ ଟିକେଟ୍ ବୁକିଂ ନେଇ ସମସ୍ତ ତଥ୍ୟ ଦିଆଯାଇଛି। ଆଇପିଏଲ ଅନୁଯାୟୀ ସେପ୍ଟେମ୍ବର ୧୬ରୁ ପ୍ରଶଂସକ ଟିକେଟ୍ ବୁକିଂ କରି ପାରିବେ।

ଟିକେଟ୍ ବୁକିଂର ଓ୍ଵେବସାଇଟ୍‌  www.iplt20.com  ବ୍ୟତୀତ ଦର୍ଶକ PlatinumList.net ସାଇଟ୍‌କୁ ଯାଇ ଟିକେଟ୍   ବୁକିଂ କରି ପାରିବେ। ଆଇପିଏଲର ଦ୍ଵିତୀୟ ସିଜିନର ସମସ୍ତ ମ୍ୟାଚ୍ ସାରଜା, ଦୁବାଇ ଏବଂ ଆବୁଧାବିରେ ଖେଳାଯିବ। ୟୁଏଇ ସରକାର ଦ୍ଵାରା ଜାରି ଗାଇଡ୍‌ଲାଇନ୍ ଓ ପ୍ରୋଟୋକଲ ଅନୁଯାୟୀ ଷ୍ଟାଡିୟମରେ ସୀମିତ ସିଟ୍ ରହିବ।

   Related Posts