Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

IPL 2020: ଧୋନୀଙ୍କ ରାଗ ଦେଖି ଅମ୍ପାୟର ବଦଳାଇଲେ ନିଷ୍ପତ୍ତି, ଅସନ୍ତୋଷ ପ୍ରକାଶ କଲେ ଡେଭିଡ୍ ଓ୍ବାର୍ଣ୍ଣର

14/10/2020 at 3:55 PM

ନୂଆଦିଲ୍ଲୀ ୧୪/୧୦: ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ଚେନ୍ନାଇ ସୁପର କିଙ୍ଗସ୍‌ (ସିଏସ୍‌କେ) ପୁଣିଥରେ ବିଜୟ ଧାରାକୁ ଫେରିଛି। ଚଳିତ ସିଜ୍‌ନର ୨୯ ତମ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ୍‌)କୁ ୨୦ ରନ୍‌ରେ ହରାଇ ପୁଣି ବିଜୟ ସ୍ରୋତକୁ ଫେରିଛି। ସିଏସ୍‌କେ ଜିତିବାକୁ ନେଇ ଯେତିକି ଚର୍ଚ୍ଚା ହେଉନାହିଁ ସେତିକି ଚର୍ଚ୍ଚା କାଲିର ମ୍ୟାଚ୍‌ରେ ମହେନ୍ଦ୍ର ସିଂହ ଧୋନୀଙ୍କୁ ନେଇ ହେଉଛି । ମ୍ୟାଚ୍‌ରେ ପଡ଼ିଆରେ ଥିବା ଅମ୍ପାୟର ପଲ୍‌ ରିଫେଲ୍‌ଙ୍କ ନିଷ୍ପତ୍ତି ପରିବର୍ତ୍ତନ ପାଇଁ ଧୋନୀ ଚାପ ପକାଇଥିବା ଅଭିଯୋଗ ହୋଇଛି ।

୧୬୮ ରନ୍‌ର ବିଜୟ ଲକ୍ଷ ନେଇ ପଡ଼ିଆକୁ ଓହ୍ଲାଇଥିଲା ଏସଆରଏଚ୍‌। ମ୍ୟାଚ୍‌ର ୧୯ତମ ଓଭର ବେଳକୁ ଏସଆରଏଚ୍‌ର ରଶିଦ ଖାନ୍‌ ବ୍ୟାଟିଂ କରୁଥିଲେ। ସେପଟେ ସିଏସ୍‌କେ ପକ୍ଷରୁ ବୋଲିଂ କରୁଥିଲେ ଶାର୍ଦ୍ଦୁଲ ଠାକୁର। ଓଭରର ପ୍ରଥମରୁ ୨ ରନ୍‌ ହୋଇଥିବା ବେଳେ ଦ୍ବିତୀୟ ବଲ୍‌ ଓ୍ବାଇଡ୍‌ ପକାଇଥିଲେ ଶାର୍ଦ୍ଦୁଲ। ପରବର୍ତ୍ତୀ ବଲ୍‌ ଓ୍ବାଇଡ୍‌ ଲାଇନ୍‌ରେ ଶାର୍ଦ୍ଦୁଲ ପକାଇବାରୁ ଅମ୍ପାୟର ଏହାକୁ ଓ୍ବାଇଡ୍‌ ବୋଲି ଘୋଷଣା କରିବାକୁ ଯାଉଥିବା ବେଳେ ଓ୍ବିକେଟ୍‌ କିପର୍‌ ଧୋନୀଙ୍କ ରାଗ ଦେଖି ନିଜର ନିଷ୍ପତ୍ତି ବଦାଳାଇଥିଲେ ଅମ୍ପାୟର ପଲ୍‌ ରିଫେଲ୍‌ । ସେଥିପାଇଁ ଏସଆରଏଚ୍‌ ଅଧିନାୟକ ଡେଭିଡ୍‌ ଓ୍ବାର୍ଣ୍ଣର ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଠାକୁରଙ୍କ ୧୯ ତମ ଓଭର ସିଏସ୍‌କେ ପାଇଁ ଟର୍ଣ୍ଣିଂ ପଏଣ୍ଟ ସାବ୍ୟସ୍ତ ହୋଇଥିଲା। କେବଳ ୫ ରନ୍‌ ନୁହେଁ ବରଂ ରଶିଦ ଖାନଙ୍କ ଓ୍ବିକେଟ୍‌ ମଧ୍ୟ ମିଳିଥିଲା ଚେନ୍ନାଇ ସୁପର କିଙ୍ଗସ୍‌କୁ। ଯେଉଁଥିପାଇଁ ସିଏସ୍‌କେକୁ ବିଜୟ ମିଳିଥିବା ମଧ୍ୟ କୁହାଯାଉଛି। କିନ୍ତୁ ଧୋନୀଙ୍କ ଅସନ୍ତୋଷ ପାଇଁ ଅମ୍ପାୟର ନିଷ୍ପତ୍ତି ବଦଳାଇବାକୁ ଫ୍ୟାନ୍ସ ପସନ୍ଦ କରୁନଥିବା ଦେଖିବାକୁ ମିଳିଛି। ସୋସିଆଲ୍‌ ମିଡିଆ ମାଧ୍ୟମରେ ଫ୍ୟାନ୍ସ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।

ଏହା ପ୍ରଥମ ନୁହେଁ ଯେ କ୍ୟାପ୍ଟେନ୍ କୁଲ୍‌ ଧୋନୀ ନିଜର ଧୈର୍ଯ୍ୟ ହରାଇଛନ୍ତି। ଗତବର୍ଷ ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌ରେ ଅମ୍ପାୟର ଉଲ୍ହାସ୍‌ ଗାନ୍ଧେଙ୍କ ନିଷ୍ପତ୍ତିରେ ବିରକ୍ତି ପ୍ରକାଶ କରିଥିଲେ ଧୋନୀ। ସିଏସ୍‌କେ ବିଜୟ ରନ୍‌ର ପିଛା କରୁଥିବା ବେଳେ ଶେଷ ଓଭରରେ ବାଉନ୍ସ ବଲ୍‌କୁ ନୋ ବଲ୍ ବୋଲି ଇଶାରା  କରିବାକୁ ଗାନ୍ଧେ ଯାଉଥିବା ବେଳେ ଧୋନୀଙ୍କ ରାଗ ଦେଖି ଲେଗ୍‌ ଅମ୍ପାୟର ବ୍ରୁସ୍ ଅକ୍ସେନ୍‌ଫର୍ଡ କିନ୍ତୁ ଇଶାରା କରିନଥିଲେ ।

   Related Posts