Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ଆଇପିଏଲ ୨୦୨୦ : ଟସ୍ ଜିତିଲା ହାଇଦ୍ରାବାଦ, ପ୍ରଥମେ କରିବ ବ୍ୟାଟିଂ

8/10/2020 at 7:06 PM

ଦୁବାଇ, ୦୮ ।୧୦: କିଙ୍ଗସ୍ ଏକାଦଶ ପଞ୍ଜାବ ଓ ସନ ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଆଜି ଖେଳାଯିବ ହାଇ ଭୋଲଟେଜ୍ ମୁକାବିଲା । ସିଜିନର ୨୨ତମ ମ୍ୟାଚରେ ଟସ୍ ଜିତିଛି ହାଇଦ୍ରାବାଦ । ଦଳର ଅଧିନାୟକ ଡେଭିଡ୍ ଓ୍ୱାର୍ଣ୍ଣର ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ ପ୍ରଥମେ ପିଲ୍ଡିଂ କରିବ ପଞ୍ଜାବ ।

କିଙ୍ଗ୍‌ସ ଏକାଦଶ ଲାଗାତର ୩ଟି ମ୍ୟାଚ୍‌ ହାରି ତାଲିକାର ନିମ୍ନ ସ୍ଥାନରେ ରହିଛି। ଅନ୍ୟ ପଟରେ ସନ୍‌ରାଇଜର୍ସ ପୂର୍ବ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସଠାରୁ ପରାଜିତ ହୋଇଥିଲା । ତେଣୁ ଆଜିର ମ୍ୟାଚ୍‌ ମାଧ୍ୟମରେ ଉଭୟ ଦଳ ବିଜୟଧାରାକୁ ଫେରିବା ପାଇଁ ପ୍ରସ୍ତୁତ ରହିଛନ୍ତି । ଆଜିର ମ୍ୟାଚ୍ ମଧ୍ୟ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ।

କିଙ୍ଗ୍‌ସ ଏକାଦଶ ୫ଟି ମ୍ୟାଚ୍‌ ଖେଳି ଗୋଟିଏରେ ବିଜୟ ହାସଲ କରିଛି। ବୋଲିଂ ବିଭାଗର ନୈରାଶ୍ୟଜନକ ପ୍ରଦର୍ଶନ ପରାଜୟର ମୁଖ୍ୟ କାରଣ ହୋଇଛି। ସୁପର କିଙ୍ଗ୍‌ସ କୌଣସି ୱିକେଟ୍‌ ନହରାଇ ବିଜୟ ହାସଲ କରିଥିଲା। ବ୍ୟାଟିଂ ବିଭାଗ ଦୃଢ଼ ରହିଛି। ଅଧିନାୟକ ଲୋକେଶ ରାହୁଲ ଓ ମୟଙ୍କ୍‌ ଅଗ୍ରୱାଲ ଗୋଟିଏ ଲେଖାଏଁ ଶତକ ହାସଲ କରିଥିବାବେଳେ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ସ୍କୋରର ତାଲିକାରେ ଯଥାକ୍ରମେ ପ୍ରଥମ ଓ ତୃତୀୟ ସ୍ଥାନରେ ଅଛନ୍ତି । କିନ୍ତୁ ନିକୋଲାସ ପୂରନ ଓ ଗ୍ଲେନ୍‌ ମାକ୍ସୱେଲଙ୍କ ଫର୍ମ ଚିନ୍ତାଜନକ ରହିଛି । ଆଜିର ମ୍ୟାଚ୍‌ରେ ରାହୁଲ ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରିପାରନ୍ତି। ଦୁର୍ଦ୍ଦର୍ଷ ଓପନର କ୍ରିସ୍‌ ଗେଲ୍‌ ଓ ସ୍ପିନର ମୁଜିବ ଉର ରେହମାନଙ୍କୁ ସୁଯୋଗ ମିଳିପାରେ। ବୋଲିଂ ବିଭାଗରେ ପେସ୍‌ ବୋଲର ମହମ୍ମଦ ସାମିଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତ ବୋଲର ସଂଘର୍ଷ କରୁଛନ୍ତି। ପରାଜୟଧାରା ଭାଙ୍ଗିବାକୁ ହେଲେ ବୋଲିଂ ବିଭାଗରେ ଉନ୍ନତି ଆଣିବା ଜରୁରୀ ।

ଡେଭିଡ୍‌ ୱାର୍ଣ୍ଣରଙ୍କ ନେତୃତ୍ୱାଧିନ ସନ୍‌ରାଇଜର୍ସ ଦଳ ୫ଟି ମ୍ୟାଚ୍‌ରୁ ୨ଟିରେ ବିଜୟ ଓ ୩ଟିରେ ପରାଜିତ ହୋଇଛି। ପୂର୍ବ ମ୍ୟାଚ୍‌ରେ ଦଳ ମୁମ୍ବାଇ ଇଣ୍ଡିଆନ୍ସ ନିକଟରୁ ୩୪ରନ୍‌ରେ ପରାସ୍ତ ହୋଇଥିଲା। ଷ୍ଟାର୍‌ ପେସ୍‌ ବୋଲର ଭୁବନେଶ୍ୱର କୁମାରଙ୍କ ଅନୁପସ୍ଥିତି ଦଳୀୟ ପ୍ରଦର୍ଶନକୁ ପ୍ରଭାବିତ କରିଥିଲା। ଅନ୍ୟ ପେସ୍‌ ବୋଲର ଖଲିଲ୍‌ ଅହମ୍ମଦ ଓ ଟି ନଟରାଜନ ଅଧିକ ରନ୍‌ ବ୍ୟୟ କରିଛନ୍ତି। ବ୍ୟାଟିଂ ବିଭାଗ ଅପେକ୍ଷାକୃତ ଶକ୍ତିଶାଳୀ ରହିଛି। ୱାର୍ଣ୍ଣର ପୂର୍ବ ମ୍ୟାଚ୍‌ରେ ଅର୍ଦ୍ଧଶତକୀୟ ଇନିଂସ୍‌ ଖେଳି ଫର୍ମକୁ ଫେରିଛନ୍ତି। ଅନ୍ୟ ଓପନର ଜନି ବେୟାରଷ୍ଟୋ, ମନୀଷ ପାଣ୍ଡେ ଓ କେନ୍‌ ୱିଲାମସନ୍‌ ପ୍ରଭାବୀ ପ୍ରଦର୍ଶନ କରୁଛନ୍ତି। ଯୁବ ଖେଳାଳି ଅଭିଷେକ ବର୍ମା ଓ ଅବଦୁଲ୍‌ ସମଦ ମଧ୍ୟ ଭଲ ପ୍ରଦର୍ଶନ କରୁଛନ୍ତି । ଆଜିର ମ୍ୟାଚ୍‌ କିଙ୍ଗ୍‌ସ ଏକାଦଶ ବ୍ୟାଟ୍ସମ୍ୟାନ୍‌ଙ୍କ ସାମ୍ନାରେ ସନ୍‌ରାଇଜର୍ସ ବୋଲରଙ୍କ ଅସଲ୍‌ ପରୀକ୍ଷା ହେବ ।

ଆଇପିଏଲ୍‌ରେ କିଙ୍ଗ୍‌ସ ଏକାଦଶ ବିପକ୍ଷରେ ସନ୍‌ରାଇଜର୍ସର ରେକର୍ଡ଼ ଭଲ ରହିଛି । ଦଳ ୧୪ଟି ମ୍ୟାଚ୍‌ରୁ ୧୦ଟିରେ ବିଜୟୀ ହୋଇଛି । ଗତ ସଂସ୍କରଣରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତିଥିଲେ ।

   Related Posts