Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ମୁମ୍ବାଇକୁ ସହଜରେ ୧୦ ଓ୍ଵିକେଟ୍‌ରେ ହରାଇ ପ୍ଲେଅଫ୍‌ରେ ପ୍ରବେଶ କଲା ହାଇଦ୍ରାବାଦ, କୋଲକାତାର ବିଦାୟ, ପ୍ଲେଅଫ୍ ଲାଇନ ଅପ୍ ଚୂଡାନ୍ତ

3/11/2020 at 11:00 PM

ସାରଜା ୦୩।୧୧: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଶେଷ ଲିଗ୍ ମ୍ୟାଚ୍‌ ପରେ ଯାଇ ଆଇପିଏଲର ୧୩ତମ ସଂସ୍କରଣ ପାଇଁ ପ୍ଲେଅଫ୍‌ ଲାଇନ ଅପ ଚୂଡାନ୍ତ ହୋଇଛି। ଟୂର୍ଣ୍ଣାମେଣ୍ଟର ଶେଷ ଲିଗ୍‌ ମ୍ୟାଚ୍‌ରେ ପ୍ରଥମେ ବୋଲର ଏବଂ ପରେ ଅଧିନାୟକ ଡେଭିଡ୍ ଓ୍ଵାର୍ଣ୍ଣର ଓ ଋଦ୍ଧିମାନ ଶାହାଙ୍କ ଦମଦାର ଅପରାଜିତ ଅର୍ଦ୍ଧଶତକ ବଳରେ ସନରାଇଜର୍ସ ହାଇଦ୍ରାବାଦ ମୁମ୍ବାଇକୁ ସହଜରେ ୧୦ ଓ୍ଵିକେଟ୍‌ରେ ପରାସ୍ତ କରି ପ୍ଲେଅଫ୍‌ରେ ପ୍ରବେଶ କରିଛି। ଏଥିସହ ଦଳ ୧୪ ପଏଣ୍ଟ ଏବଂ ଉନ୍ନତ ରନରେଟ୍‌ ଆଧାରରେ ପଏଣ୍ଟ ଟେବୁଲର ତୃତୀୟକୁ ଉନ୍ନୀତ ହୋଇଛି। ମୁମ୍ବାଇର ପରାଜୟ ସହିତ କୋଲକାତା ନାଇଟ୍ ରାଇଡର୍ସ ଆଇପିଏଲରୁ ବିଦା ହୋଇଛି। ମୁମ୍ବାଇ ୯ ବିଜୟ ଏବଂ ୧୮ ପଏଣ୍ଟ ସହ ପ୍ରଥମ, ଦିଲ୍ଲୀ ୧୬ ପଏଣ୍ଟ ସହ ଦ୍ଵିତୀୟରେ ରହିଛନ୍ତି। ହାଇଦ୍ରାବାଦ ଓ ବେଙ୍ଗାଲୁରୁର ସମାନ ୧୪ ପଏଣ୍ଟ ଥିଲେ ମଧ୍ୟ ଉନ୍ନତ ନେଟ୍ ରନ ରେଟ୍ ଆଧାରରେ ହାଇଦ୍ରାବାଦ ତୃତୀୟରେ ରହିଛି।

ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ କିରଣ ପୋଲାର୍ଡଙ୍କ ୪୧ ଓ ସୂର୍ଯ୍ୟକୁମାର ଯାଦବଙ୍କ ୩୬ ରନ ବଳରେ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୪୯ ରନ କରିଥିଲା। ଜବାବରେ ସନରାଇଜର୍ସ ହାଇଦ୍ରାବାଦ ଡେଭିଡ୍ ଓ୍ଵାର୍ଣ୍ଣରଙ୍କ ୮୫ ଏବଂ ଋଦ୍ଧିମାନ ଶାହାଙ୍କ ୫୮ ରନ ବଳରେ ୧୭.୧ ଓଭରରେ ସହଜରେ ବିଜୟ ଲକ୍ଷ୍ୟ ହାସଲ କରିଛି।

୧୫୦ ରନର ବିଜୟ ଲକ୍ଷ୍ୟ ପିଛା କରି ହାଇଦ୍ରାବାଦର ଦୁଇ ଓପନର ଅଧିନାୟକ ଡେଭିଡ୍ ଓ୍ଵାର୍ଣ୍ଣର ଓ ଋଦ୍ଧିମାନ ଶାହା ଦମଦାର ଆରମ୍ଭ କରିଥିଲେ। ଦୁଇ ବ୍ୟାଟସମ୍ୟାନ ମୁମ୍ବାଇ ବୋଲରଙ୍କ ଉପରେ ଚାପ ପକାଇ ଦ୍ରୁତ ଗତିରେ ରନ ସଂଗ୍ରହ କରିଥିଲେ। ମୁମ୍ବାଇ ବୋଲରଙ୍କୁ କୌଣସି ସୁଯୋଗ ନଦେଇ ଦଳକୁ ବିଜୟୀ କରାଇଥିଲେ।  ଡେଭିଡ୍ ଓ୍ଵାର୍ଣ୍ଣର ଆଇପିଏଲରେ ୪୭ତମ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଋଦ୍ଧିମାନ ଶାହା ସପ୍ତମ ଅର୍ଦ୍ଧଶତକ ହାସଲ କରିଥିଲେ। ଅବିଭାଜିତ ପ୍ରଥମ ଓ୍ଵିକେଟ୍‌ରେ ୧୫ ଓଭରରେ ୧୫୦ ରନ ଯୋଡି ଦଳକୁ ସହଜ ବିଜୟ ଦେଇଥିଲେ। ଓ୍ଵାର୍ଣ୍ଣର ୫୮ ବଲରୁ ୧୦ ଚୌକା ଓ ୧ ଛକା ସହ ୮୫ ରନ ଓ ଋଦ୍ଧିମାନ ଶାହା ୪୫ ବଲରୁ ୭ ଚୌକା ଓ ୧ ଛକା ସହ ୫୮ ରନ କରି ଅପରାଜିତ ଥିଲେ।

ଆସନ୍ତା ୫ ତାରିଖରେ ପଏଣ୍ଟ ତାଲିକାର ଶୀର୍ଷ ୨ରେ ଥିବା ଦୁଇ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ପ୍ରଥମ ପ୍ଲେଅଫ ମୁକାବିଲା ଖେଳାଯିବ। ଏହି ମ୍ୟାଚ୍‌ର ବିଜେତା ଦଳ ସିଧାସଳଖ ଫାଇନାଲରେ ପ୍ରବେଶ କରିବ। ଏହା ପରେ ତୃତୀୟରେ ଥିବା ସନରାଇଜର୍ସ ହାଇଦ୍ରାବାଦ ଓ ଚତୁର୍ଥରେ ଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ  ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍‌ର ବିଜେତା ଦଳ ପ୍ରଥମ ପ୍ଲେଅଫ୍‌ରେ ପରାଜିତ ଦଳ ମଧ୍ୟରେ ମୁକାବିଲା ହେବ।

ମୁମ୍ଵାଇ ଇଣ୍ଡିଆନ୍ସ

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଆଜି ରୋହିତ ଶର୍ମା ପଡିଆକୁ ଓହ୍ଲାଇବା ସହ ଓପନିଂ କରିଥିଲେ। ଦଳକୁ ରୋହିତଙ୍କ ରୂପେ ପ୍ରଥମ ଝଟକା ଲାଗିଥିଲା। ୩୯ ରନ ସ୍କୋରରେ ଦ୍ରୁତ ବ୍ୟାଟିଂ କରୁଥିବା କିଣ୍ଟନ ଡିକକ୍‌ ୧୩ ବଲରୁ ୨ ଚୌକା ଓ ୨ ଛକା ସହ ୨୫ ରନ କରିଥିଲେ। ପରେ ସୂର୍ଯ୍ୟକୁମାର ଯାଦବ ଓ ଇଶାନ କିଷନ ତୃତୀୟ ଓ୍ଵିକେଟ୍ ପାଇଁ ୪୨ ରନ ଯୋଡିଥିଲେ। ଏହା ପରେ ଦଳ କ୍ରମାଗତ  ଓ୍ଵିକେଟ୍ ହରାଇଥିଲା। ୮୧ ରନ ସ୍କୋରରେ ସୁର୍ଯ୍ୟକୁମାର ଯାଦବ ଆଉଟ୍ ହୋଇଥିଲେ। ସେ ୨୯ ବଲରୁ ୫ ଚୌକା ସହ ୩୬ ରନ କରିଥିଲେ। ସେହି ସମାନ ସ୍କୋରରେ କୃଣାଲ ପାଣ୍ଡ୍ୟା ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଥିଲେ।

କ୍ରିଜରେ ଜମି ଥିବା ଇଶାନ କିଷନ ୩୩ ରନ କରି ବିଦାୟ ନେବା ମୁମ୍ବାଇକୁ ଷଷ୍ଠ ଝଟକା ଲାଗିଥିଲା। ନାଥନ କୁଲଟର ନାଇଲ ୧ ରନରେ ବିଦାୟ ନେଇଥିଲେ। ଶେଷ ଆଡକୁ କିରଣ ପୋଲାର୍ଡ ଦଳର ଇନିଂସ ସମ୍ଭାଳିଥିଲେ। ସେ  ବିସ୍ପୋରକ ବ୍ୟାଟିଂ କରି ୨୫ ବଲରୁ ୩ ଚୌକା ଓ ୪ ଛକା ସହ ୪୧ ରନର ଦମଦାର ଇନିଂସ ଖେଳିଥିଲେ। ତାଙ୍କର ଏହି ଇନିଂସ ବଳରେ ମୁମ୍ବାଇ ୮ ଓ୍ଵିକେଟ୍ ହରାଇ ୧୪୯ ରନ କରିଛି।

ହାଇଦ୍ରାବାଦ ପକ୍ଷରୁ ସଫଳ ବୋଲର ଭାବେ ସନ୍ଦୀପ ଶର୍ମା ୩ଟି ଓ୍ଵିକେଟ୍ ନେଇଥିଲେ। ଶାହବାଜ ନଦୀମ ଓ ଜାସନ ହୋଲଡର ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ରଶିଦ ଖାନ ୧ଟି ଓ୍ଵିକେଟ୍ ନେଇଥିଲେ।

   Related Posts