Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚେତୁନାହାଁନ୍ତି ଅମାନିଆ : ବିଭିନ୍ନ ଆଳ କରି ବଜାରରେ ବୁଲୁଛନ୍ତି, ଫାଇନ୍ ବି ଗଣୁଛନ୍ତି
  • ||
  • ‘ଟିକାରୁ ଜିଏସଟି ଛାଡ କର’ : କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ
  • ||
  • ଭୟଙ୍କର : ୨୪ ଘଣ୍ଟାରେ ଦେଶରେ ବାହାରିଲେ ୪ ଲକ୍ଷ ୧୪ ହଜାରରୁ ଅଧିକ ପଜିଟିଭ୍, ୩୯୧୫ ମୃତ
  • ||
  • କରୋନା ରୋଗୀଙ୍କୁ ମେଡିସିନ୍ ନେଇ ଜାରି ହେଲା ଏସଓପି : ଆକ୍ରାନ୍ତଙ୍କୁ ଇଞ୍ଜେକ୍ସନ ଦେବା ପୂର୍ବରୁ ଯାଞ୍ଚ ହେବ ସ୍ୱାସ୍ଥ୍ୟାବସ୍ଥା
  • ||
  • ରାଜସ୍ଥାନରେ ୧୪ ଦିନିଆ ଲକ୍‌ଡାଉନ୍‌ ଲଗାଇଲେ ସରକାର, ୩୧ ଯାଏଁ ହୋଇପାରିବନି ବିବାହ
  • ||
  • ପଶୁପକ୍ଷୀଙ୍କୁ ମଧ୍ୟ ହେଉଛି କରୋନା, ଆଗରୁ ଆହୁରି ହେବେ ସଂକ୍ରମିତ ! ଚିନ୍ତାରେ ସରକାର
  • ||
  • ଛୋଟ ପିଲାଙ୍କ ପ୍ରତି ବିପଦ ବେଶୀ, ଦୈନିକ ୫୦୦ ଶିଶୁ ହେଉଛନ୍ତି କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ ଜଣଙ୍କ ଜୀବନ, ୨୧୪୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଗାଁ ନିକଟରେ ବୁଲୁଛି ଗୋଠଛଡା ଦନ୍ତା, ଗ୍ରାମବାସୀ ଭୟଭୀତ
  • ||
  • ୧୨ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୨,୨୩୮ ପଜିଟିଭ୍
  • ||

ଆଇପିଏଲ-୨୦୨୦ : ଆଜି ଏଲିମିନେଟରରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ସନରାଇଜର୍ସ ହାଇଦ୍ରାବାଦ

6/11/2020 at 3:07 PM

ଦୁବାଇ, ୦୬/୧୧: ଆଜି ଚଳିତ ଆଇପିଏଲ୍‌ର ଏଲିମିନେଟର ମୁକାବିଲାରେ ମୁହାଁମୁହିଁ ହେବେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଓ ସନ୍‌ରାଇଜର୍ସ ହାଇଦ୍ରାବାଦ । ସନ୍‌ରାଇଜର୍ସ ବିଜୟଧାରା ବଜାୟ ରଖିବା ଲକ୍ଷ୍ୟରେ ରହିଛି। ଅନ୍ୟ ପଟରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ଆଜିର ମ୍ୟାଚ୍‌ ଜରିଆରେ ଦୃଢ଼ ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ରହିବ। ଏହି ମ୍ୟାଚ୍‌ର ବିଜେତା ଦଳ ଆଇପିଏଲ୍‌ ଟାଇଟଲ୍‌ ଦୌଡ଼ରେ ରହିବ। ପରାଜିତ ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡ଼ିବ। ବିଜେତା ଦଳ ଆସନ୍ତା ୮ ତାରିଖ ଦ୍ୱିତୀୟ କ୍ୱାଲିଫାୟର ମୁକାବିଲା ଖେଳିବ। ଉଭୟ ଦଳର ନଜର ଟାଇଟଲ ଉପରେ ରହିଛି । ତେଣୁ ଆଜିର ମ୍ୟାଚ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ ଦେବା ପାଇଁ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ ରହିଛନ୍ତି ।

ସନ୍‌ରାଇଜର୍ସ ଲିଗ୍‌ ପର୍ଯ୍ୟାୟର ଶେଷ ଆଡ଼କୁ ପ୍ରଭାବୀ ପ୍ରଦର୍ଶନ କରିଥିଲା । ଦଳ ହ୍ୟାଟ୍ରିକ୍‌ ବିଜୟ ସହ ତୃତୀୟ ସ୍ଥାନରେ ରହି ପ୍ଲେ-ଅଫ୍‌ରେ ପ୍ରବେଶ କରିଥିଲା । ପୂର୍ବ ୩ଟି ମ୍ୟାଚ୍‌ରେ ଦଳ ଯଥାକ୍ରମେ ଦିଲ୍ଲୀ କ୍ୟାପିଟାଲ୍ସ, ରୟାଲ୍‌ ଚ୍ୟାଲେଞ୍ଜର୍ସ ଓ ଡିଫେଣ୍ଡିଂ ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଥିଲା। ଏହି ପ୍ରଦର୍ଶନ ବଳରେ ଦଳୀୟ ଖେଳାଳିଙ୍କ ମନୋବଳ ଦ୍ୱିଗୁଣିତ ହୋଇଛି। ଦଳକୁ ପ୍ଲେ-ଅଫ୍‌ରେ ପହଞ୍ଚାଇବାରେ ଅଧିନାୟକ ଡେଭିଡ୍‌ ୱାର୍ଣ୍ଣର ଓ ରିଦ୍ଧିମାନ ଶାହାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା । ଉଭୟଙ୍କ ମଧ୍ୟରେ ୨ଥର ଶତକୀୟ ଭାଗିଦାରୀ (ଦିଲ୍ଲୀ ବିପକ୍ଷରେ ୧୦୭, ମୁମ୍ବାଇ ବିପକ୍ଷରେ ୧୫୧) ଗଠନ ହୋଇଥିଲା । ୱାର୍ଣ୍ଣର ୧୪ମ୍ୟାଚ୍‌ରୁ ୫୨୯ରନ୍‌ କରି ସାରିଛନ୍ତି । ବ୍ୟାଟିଂ ବିଭାଗରେ ମନୀଷ ପାଣ୍ଡେ, କେନ୍‌ ୱିଲାମସନ୍‌ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ବୋଲିଂ ବିଭାଗର ପ୍ରଦର୍ଶନ ପ୍ରଶଂସନୀୟ ରହିଛି । ଟ୍ରମ୍ପ କାର୍ଡ଼ ରସିଦ୍‌ ଖାନ୍‌ ଓ ପେସ୍‌ ବୋଲର ଜାସନ ହୋଲ୍ଡର ରୟାଲ୍‌ ଚ୍ୟାଲେଞ୍ଜର୍ସ ବ୍ୟାଟ୍ସମ୍ୟାନ୍‌ଙ୍କ ପାଇଁ ବିପଦଜ୍ଜନକ ରହିଛନ୍ତି ।

ବିରାଟ କୋହଲିଙ୍କ ରୟାଲ୍‌ ଚ୍ୟାଲେଞ୍ଜର୍ସ ଲିଗ୍‌ ପର୍ଯ୍ୟାୟର ଶେଷ ୪ଟି ମ୍ୟାଚ୍‌ରେ ପରାଜିତ ହୋଇଥିଲା। ଦଳ ସବୁ ବିଭାଗରେ ବିଫଳ ହୋଇଥିଲା । ତେଣୁ ଦଳୀୟ ଖେଳାଳି ପୂର୍ବ ତ୍ରୁଟି ସୁଧାରି ଆକ୍ସନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ । ଦଳରେ କୋହଲି, ଡି’ଭିଲର୍ସ ଓ ଦେବଦତ୍ତ ପାଡିକଲଙ୍କ ଭଳି ବଡ଼ ହିଟର ରହିଛନ୍ତି । ଆସନ୍ତାକାଲି ଜୋଶ ଫିଲିପ୍‌ଙ୍କ ସ୍ଥାନ ଆରୋନ୍‌ ଫିଞ୍ଚ ପ୍ରତ୍ୟାବର୍ତ୍ତନ କରିପାରନ୍ତି । ଦଳରେ ମଧ୍ୟକ୍ରମ ବ୍ୟାଟିଂ ସମସ୍ୟା ରହିଛି । ବୋଲିଂ ବିଭାଗରେ କ୍ରିସ୍‌ ମୋରିସ୍‌, ସ୍ପିନର ୟୁଝବେନ୍ଦ୍ର ଚହଲ ନିୟମିତ ଭଲ ପ୍ରଦର୍ଶନ କରୁଛନ୍ତି । ଆଜି ନବଦୀପ ସାଇନି ଦଳକୁ ଫେରିବେ । ସେ ଦିଲ୍ଲୀ ବିପକ୍ଷ ମ୍ୟାଚ୍‌ରେ ବିଶ୍ରାମ ନେଇଥିଲେ । ଲିଗ୍‌ ପର୍ଯ୍ୟାୟରେ ଉଭୟ ଦଳ ପରସ୍ପର ବିପକ୍ଷରେ ଗୋଟିଏ ଲେଖାଏଁ ମ୍ୟାଚ୍‌ ବିଜୟୀ ହୋଇଥିଲେ।

   Related Posts