ଅଳ୍ପକେ ଶତକରୁ ବଞ୍ଚିତ ହେଲେ ଜନି ବେୟରଷ୍ଟୋ, ପଞ୍ଜାବକୁ ୨୦୨ ରନ୍‌ର ଟାର୍ଗେଟ୍ ଦେଲା ହାଇଦ୍ରାବାଦ

Published By : Prameya-News7 Bureau | October 08, 2020 IST

ଦୁବାଇ, ୦୮ ।୧୦: କିଙ୍ଗସ୍ ଏକାଦଶ ପଞ୍ଜାବ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ଆଇପିଏଲର ୨୨ ତମ ମ୍ୟାଚରେ ହାଇଦ୍ରାବାଦ ବିଶାଳ ସ୍କୋର କରିଛି । ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ଡେଭିଡ୍ ଓ୍ୱାର୍ଣ୍ଣର ଓ ଜନି ବେୟରଷ୍ଟୋଙ୍କ ଆକର୍ଷଣୀୟ ବ୍ୟାଟିଂ ବଳରେ ୬ ଓ୍ୱିକେଟ୍ ହରାଇ ୨୦୧ ରନ୍ କରିଛି । ଏହାସହ ପଞ୍ଜାବ ସମ୍ମୁଖରେ ୨୦୨ ରନର ଲକ୍ଷ୍ୟ ଧାର୍ଯ୍ୟ କରିଛି ।

{"id":340841,"sizeSlug":"large"}

ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ହାଇଦ୍ରାବାଦ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲା । ଯାହା ଦଳର ମଜବୁତ ମୂଳଦୁଆ ପକାଇଥିଲା ।  ଓପନର ଜନି ବେୟରଷ୍ଟୋ ୫୫ ରନରୁ ବିସ୍ଫୋରକ ୯୭ ରନ୍ କରିଥିବା ବେଳେ ଡେଭିଡ୍ ଓ୍ୱାର୍ଣ୍ଣର ୪୦ ବଲରୁ ୫୨ ରନ୍ କରିଥିଲେ । ଉଭୟ ପଞ୍ଜାବର କୌଣସି ବୋଲରଙ୍କୁ ଖାତିର ନକରି ଷ୍ଟାଡିୟମର ସବୁ ଦିଗରେ ସଟ୍ ଖେଳିଥିଲେ । ଉଭୟ ଖେଳାଳିଙ୍କ ପ୍ରହାରରୁ ବୋଲରଙ୍କୁ ନିସ୍ତାର ମିଳିନଥିଲା । ତେବେ ଏହି ଦୁଇ ଖେଳାଳି ଆଉଟ୍ ହେବା ପରେ ରନ୍ ଗତି ଧିମେଇ ଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ମନିଷ ପାଣ୍ଡେ ୧ ରନ୍ ଓ ଅବ୍ଦୁଲ ସାମଦ ୮ ରନ୍ କରି ଆଉଟ ହୋଇଥିଲେ । କେନ୍ ଓ୍ୱିଲିୟମସନ୍ ରନ୍ ୨୦ କରି ଅପରାଜିତ ରହିଥିଲେ ।

{"id":340842,"sizeSlug":"large"}

ବେୟରଷ୍ଟୋ ୬ଟି ଛକା ଓ ୭ଟି ଚୌକା ଲଗାଇଥିବା ବେଳେ ଓ୍ୱାର୍ଣ୍ଣର ୧ ଛକା ଓ ୪ ଚୌକା ଲଗାଇଥିଲେ ।

ପଞ୍ଜାବ ପକ୍ଷରୁ ରବି ବିଷ୍ଣୋଇ ତିନୋଟି  ଓ୍ୱିକେଟ୍ ନେଇଥିବା ବେଳେ ଆର୍ଶଦୀପ ସିଂ ଦୁଇଟି ଓ ମହମ୍ମଦ ସାମି ଗୋଟିଏ ଓ୍ୱିକେଟ୍ ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.