Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

IPL 2020: ଜାରି ହେଲା ଆଇପିଏଲ କାର୍ଯ୍ୟସୂଚୀ, ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍, ଜାଣନ୍ତୁ କେବେ କାହା ସହ ମୁକାବିଲା

6/09/2020 at 4:27 PM

ନୂଆଦିଲ୍ଲୀ ୦୬।୦୯: କରୋନା କାରଣରୁ ସ୍ଥଗିତ ରହିଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ୧୩ତମ ସଂସ୍କରଣର କାର୍ଯ୍ୟସୂଚୀ ଘୋଷଣା ହୋଇଛି। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ଅନୁଯାୟୀ ଟୂର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ସେପ୍ଟେମ୍ବର ୧୯ରେ ଆବୁଧାବିରେ ଖେଳାଯିବ। ଏହା ସହିତ କ୍ରୀଡାସୂଚୀକୁ ନେଇ ଅପେକ୍ଷାର ଘଡି ସମାପ୍ତ  ହୋଇଛି। ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ମହେନ୍ଦ୍ର ସିଂହ ଧୋନୀଙ୍କ  ତିନି ଥରର ଆଇପିଏଲ ବିଜେତା ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍ ଖେଳାଯିବ।

ଟୂର୍ଣ୍ଣାମେଣ୍ଟର କାର୍ଯ୍ୟସୂଚୀ ପୂର୍ବରୁ ଘୋଷିତ ହେବାର ଥିଲା, କିନ୍ତୁ ଚେନ୍ନାଇ ସୁପର କିଙ୍ଗ୍ସର ଦୁଇ ଖେଳାଳି କରୋନା ସଂକ୍ରମିତ ହୋଇଥିଲେ। ଏବେ ଚେନ୍ନାଇର ଖେଳାଳିଙ୍କ ରିପୋର୍ଟ ନେଗେଟିଭ୍ ଆସିଛି। ଏବେ ଦଳ ଅଭ୍ୟାସ୍‌ ମଧ୍ୟ ଆରମ୍ଭ କରି ଦେଇଛି। ଉଭୟ ଦଳ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍‌ ସେପ୍ଟେମ୍ବର ୧୯ ଭାରତୀୟ ସମୟ ସନ୍ଧ୍ୟା ୭ଟା ୩୦ରେ ଆରମ୍ଭ ହେବ।

୧୩ ତମ ସଂସ୍କରଣ ୫୩ ଦିନ ଧରି ଖେଳାଯିବ। ଏହାର ଫାଇନାଲ ମ୍ୟାଚ୍‌ ନଭେମ୍ବର ୧୦ରେ ଖେଳାଯିବ। ଏଥିରେ ୧୦ ଡବଲ ହେଡର ଅର୍ଥାତ ଦିନରେ ଦୁଇଟି ମ୍ୟାଚ୍‌ ଖେଳାଯିବ। ଆଇପିଏଲର ଆୟୋଜନ ୟୁଏଇର ତିନି ଜାଗା ଆବୁଧାବି, ଦୁବାଇ ଓ ଶାରଜାହାରେ ହେବ। ଭାରତୀୟ ସମୟ ସନ୍ଧ୍ୟା ୭ଟା ୩୦ରେ ଦ୍ଵିତୀୟ ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍ ଅପରାହ୍ନ  ୩ଟା ୩୦ରେ ଖେଳାଯିବ। ଦୁବାଇରେ ୨୪ ମ୍ୟାଚ୍, ଆବୁଧାବିରେ ୨୦ ଏବଂ ଶାରଜାହାରେ ୨୦ଟି ମ୍ୟାଚ୍ ଖେଳାଯିବ। ଫାଇନାଲ ମ୍ୟାଚ୍‌ର ଭେନ୍ୟୁ ପରେ ଘୋଷଣା କରାଯିବ।

ଆଇପିଏଲର ଆୟୋଜନ ମାର୍ଚ୍ଚ ୧୩ରେ ହେବାର ଥିଲା। ହେଲେ କରୋନା ଭାଇରସ କାରଣରୁ ଏହାକୁ ଅନିଶ୍ଚିତକାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିାଲ। ଏସିଆ କପ୍‌ ଏବଂ ପରେ ଟି-୨୦ ବିଶ୍ଵକପ୍‌ ୨୦୨୧କୁ ଘୁଞ୍ଚିଯିବା ପରେ ବିସିସିଆଇକୁ ଆଇପିଏଲ ଆୟୋଜନ କରିବାକୁ ଖାଲି ସମୟ ମିଳି ଯାଇଥିାଲ। ଏହାପରେ ବିସିସିଆଇ ୟୁଏଇରେ ଟୂର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲା।

   Related Posts