ଆଇପିଏଲ-୨୦୨୦ : ଟସ୍ ଜିତିଲା ରାଜସ୍ଥାନ, ପ୍ରଥମେ କରିବ ଫିଲ୍ଡିଂ

Published By : Prameya-News7 Bureau | September 30, 2020 IST

ଦୁବାଇ, ୩୦ ।୦୯:  ବୁଧବାର ରାଜସ୍ଥାନ ରୟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯିବାକୁ ଥିବା ମୁକାବିଲାରେ ପ୍ରଥମେ ବୋଲିଂ କରିବ ରାଜସ୍ଥାନ । ରାଜସ୍ଥାନର ଅଧିନାୟକ ଷ୍ଟିଭ୍ ସ୍ମିଥ୍ ଟସ୍ ଜିତି କୋଲକାତାକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛନ୍ତି । ଅର୍ଥାତ ରାଜସ୍ଥାନ ପ୍ରଥମେ ଫିଲ୍ଡିଂ କରିବ ।

wp:html /wp:html

ରାଜସ୍ଥାନକୁ ହରାଇବା ପାଇଁ ହେଲେ କୋଲକାତାକୁ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡିବ । ଦୁବାଇ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଆଜି ଭାରତୀୟ ସମୟ ସନ୍ଧ୍ୟା ୭ଟା ୩୦ରେ ଏହି ମୁକାବିଲା ଖେଳାଯିବ । ରାଜସ୍ଥାନ ଆରମ୍ଭରୁ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ଆସୁଛି । ଗତ ମ୍ୟାଚରେ କିଙ୍ଗସ୍ ଏକାଦଶ ପଞ୍ଜାବ ବିରୋଧରେ ୨୨୪ ରନ୍‌ର ଟାର୍ଗେଟ୍ ହାସଲ କରିନେଇଥିଲା ।

ସଞ୍ଜୁ ସାମସନଙ୍କ ଉପରେ ବଡ ଦାୟିତ୍ୱ

ରାଜସ୍ଥାନ ନିଜର ଦୁଇଟି ମ୍ୟାଚ୍ ଜିତିଛି । ଏହାସହ ସହଜରେ ୨୦୦ରୁ ଅଧିକ ରନ୍ ହାସଲ କରିଛି । ଏହି ସଫଳତା ପଛରେ ସଞ୍ଜୁ ସାମସନ ଓ ରାହୁଲ ତେବାତିୟାଙ୍କ ଯୋଗଦାନ ଅଧିକ ରହିଛି । ହରିୟାଣାର ଅଲରାଉଣ୍ଡର ତେଓ୍ୱାତିଆ ପଞ୍ଜାବ ବିପକ୍ଷରେ ୩୧ ବଲ୍‌ରୁ ୫୩ ରନ୍ ସଂଗ୍ରହ କରି ମ୍ୟାଚର ଗତିପଥରେ ପରିବର୍ତ୍ତନ କରିଥିଲେ । ଏହି ମ୍ୟାଚରେ ରାଜସ୍ଥାନ ତିନୋଟି ବଲ୍ ବାକିଥାଇ ୨୨୪ ରନ୍‌ର ଲକ୍ଷ୍ୟ ହାସଲ କରିନେଇଥିଲା ।

କେକେଆର ସାମ୍ନାରେ ବଡ ଚ୍ୟାଲେଞ୍ଜ୍

କେକେଆରକୁ ରାଜସ୍ଥାନ ବିପକ୍ଷରେ ଭଲ ଖେଳିବାକୁ ହେଲେ ଆଣ୍ଡ୍ର୍ୟୁ ରସେଲ ଓ ଇଆନ ମୋର୍ଗାନଙ୍କୁ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡିବ । ଉଭୟ ବ୍ୟାଟସମ୍ୟାନ୍ ଗତ ମ୍ୟାଚରେ ସେପରି କିଛି କରିସ୍ମା କରିପାରି ନାହାଁନ୍ତି । ତେବେ ଦ୍ୱିତୀୟ ମ୍ୟାଚରେ ଦଳ ସନରାଇଜର୍ସ ହାଇଦ୍ରାବାଦର ଭୁଲ୍ ପାଇଁ ମ୍ୟାଚ୍ ଜିତିଥିଲା । ୧୪୫ ରନ୍‌ର ଟାର୍ଗେଟକୁ ହାସଲ କରିନେଇଥିଲା । ତେବେ ରାଜସ୍ଥାନ ବିପକ୍ଷରେ ଦଳକୁ ଅଧିକ ପରିଶ୍ରମ କରିବାକୁ ପଡିବ ବୋଲି କ୍ରିକେଟ ବିଶେଷଜ୍ଞମାନେ କହୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.