Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ଆଇପିଏଲ-୨୦୨୦ : ଟସ୍ ଜିତିଲା ରାଜସ୍ଥାନ, ପ୍ରଥମେ କରିବ ଫିଲ୍ଡିଂ

27/09/2020 at 7:05 PM

ଦୁବାଇ, ୨୭|୦୯:   ଆଇପିଏଲର ୧୩ତମ ମ୍ୟାଚରେ ରବିବାର ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ କିଙ୍ଗସ୍ ଏକାଦଶ ପଞ୍ଜାବ । ତେବେ ଖେଳାଯିବାକୁ ଥିବା ଏହି ମୁକାବିଲାରେ ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛି ରାଜସ୍ଥାନ । ରାଜସ୍ଥାନର ଅଧିନାୟକ ଷ୍ଟିଭ୍ ସ୍ମିଥ୍ ଟସ୍ ଜିତିଛନ୍ତି । ଏହାସହ ପଞ୍ଜାବକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛନ୍ତି ।

ତେବେ ପ୍ରଥମେ ବ୍ୟାଟିଂ କରିବ ପଞ୍ଜାବ । ଆଜିର ମ୍ୟାଚରେ ଜୋରଦାର ଫର୍ମରେ ଥିବା କେଏଲ ରାହୁଲ ଓ ସଞ୍ଜୁ ସାମସନଙ୍କ ବ୍ୟାଟ୍ ଚାଲିଲେ ଉଭୟ ଦଳ ମଧ୍ୟରେ କଡା ସଙ୍ଘର୍ଷ ହେବ । ଶାରଜାହ କ୍ରିକେଟ୍ ଷ୍ଟାଡିୟମରରେ ଏହି ମ୍ୟାଚ୍ ଭାରତୀୟ ସମୟାନୁସାରେ ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ ।  

ରେକର୍ଡ ଦେଖିଲେ ରାଜସ୍ଥାନ ଭଲ ସ୍ଥିତିରେ ରହିଛି । ଉଭୟ ଦଳ ମଧ୍ୟରେ ଏବେସୁଦ୍ଧା ୧୯ଟି ମୁକାବିଲା ଖେଳାଯାଇଛି । ଯେଉଁଥିରେ ରାଜସ୍ଥାନ ୧୦ଟି ଓ ପଞ୍ଜାବ ୮ଟି ମ୍ୟାଚ୍ ଜିତିଛି । ତେବେ ୨୦୧୫ରେ ଉଭୟ ଦଳ ମଧ୍ୟରେ ଏକ ମ୍ୟାଚ୍ ଟାଇ ହୋଇଥିଲା । ଯାହାକୁ ସୁପର୍ ଓଭରରେ ପଞ୍ଜାବ ଜିତି ନେଇଥିଲା ।

ରୟାଲ ଚ୍ୟାଲେଞ୍ଜର୍ସ ବିରୋଧରେ ବଡ ବ୍ୟବଧାନରେ ଜିତିଥିବା ପଞ୍ଜାବ ଆତ୍ମବିଶ୍ୱାସରେ ଭରପୁର ରହିଛି । ଅନ୍ୟପଟେ ଚେନ୍ନାଇର ବିଜୟ ପରେ ରାଜସ୍ଥାନ ରୟାଲ୍ସ ଭଲ ସ୍ଥିତିରେ ଅଛି । ଉଭୟ ଦଳ ବିଜୟ ଲୟକୁ ଜାରି ରଖିବାକୁ ଚାହିଁବେ ।

ପଞ୍ଜାବର ଅଧିନାୟକ ରାହୁଲ ଜବରଦସ୍ତ ଫର୍ମରେ ଅଛନ୍ତି । ସେ ବାଙ୍ଗାଲୋର ବିପକ୍ଷରେ ୬୯ ବଲରୁ ୭ ଛକା ସାହାଯ୍ୟରେ ୧୩୨ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ଏହି ପାଳିରେ ବିରାଟ କୋହଲି ରାହୁଲଙ୍କୁ ଦୁଇଥର ଜୀବନ ଦାନ ଦେଇଥିଲେ । ତେବେ ଆଜିର ମ୍ୟାଚ୍ ହାଇସ୍କୋରିଂ ହେବ ବୋଲି ଦର୍ଶକ ଆଶା କରୁଛନ୍ତି ।

   Related Posts