Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡ୍ୟାମରେ ଭାସୁଛି ଯୁବକଙ୍କ ମୃତଦେହ, ଗାଧୋଇଲା ବେଳେ ବୁଡି ଯାଇଥିଲେ
  • ||
  • ଦକ୍ଷିଣ ଆଫ୍ରିକାରୁ ମହାରାଷ୍ଟ୍ର ଫେରିଥିବା ବ୍ୟକ୍ତି କୋଭିଡ ପଜିଟିଭ୍: ଆଇସୋଲେସନରେ ସଂକ୍ରମିତ, ଓମିକ୍ରନ୍ ନେଇ ଆଲର୍ଟ
  • ||
  • ଦାନା ବାନ୍ଧୁଛି ବାତ୍ୟା : ୫ରେ ଓଡିଶା-ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍ !
  • ||
  • ସୋମବାରଠୁ ଶୀତ ଅଧିବେଶନ, ପ୍ରଥମ ଦିନରେ କୃଷି ବିଲ୍ ରବ୍ଦ ନେଇ ଆସିବ ପ୍ରସ୍ତାବ
  • ||

IPL 2020: ହାଇଦ୍ରାବାଦକୁ ୧୫୫ ରନ୍‌ର ଟାର୍ଗେଟ୍‌ ଦେଲା ରାଜସ୍ଥାନ ରୟାଲ୍ସ

22/10/2020 at 9:20 PM

ନୂଆଦିଲ୍ଲୀ ୨୨/୧୦: ସନରାଇଜର୍ସ ହାଇଦ୍ରାବାଦକୁ ୧୫୫ ରନ୍‌ର ଟାର୍ଗେଟ ଦେଲା ରାଜସ୍ଥାନ ରୟାଲ୍ସ। ନିର୍ଦ୍ଧାରିତ ୨୦ ଓଭରରେ ରାଜସ୍ଥାନ ୧୫୪ ରନ୍‌ କରିବାରେ ସକ୍ଷମ ହୋଇଛି। ୩୦ ରନ୍‌ରେ ପ୍ରଥମ ଝଟକା ଲାଗିଥିଲା ରାଜସ୍ଥାନକୁ। ରବିନ ଉତ୍ଥାପା ୧୩ ବଲ୍‌ରେ ୧୯ ରନ୍‌ କରି ରନ୍‌ ଆଉଟ୍‌ ହୋଇ ପାଭିଲିୟନ ଫେରିଥିଲେ। ୮୬ ରନ୍‌ରେ ଦଳ ସହିଥିଲା ଦ୍ବିତୀୟ କ୍ଷତି। ସଞ୍ଜୁ ସାମସନ୍‌ ୩୬ ରନ୍‌ କରି ହୋଲ୍ଡରଙ୍କ  ବଲ୍‌ର ଶିକାର ହୋଇଥିଲେ ।

ପୁଣି ୧୩ ଓଭରରେ ଦଳକୁ ଲାଗିଥିଲା ତୃତୀୟ ଧକ୍କା। ବେନ୍‌ ଷ୍ଟୋକ୍ସ‌ ଫେରିଥିଲେ ପାଭିଲିୟନ୍‌। ସେହିଭଳି କେବଳ ୧୨ ରନ୍‌ କରି ଆଉଟ୍‌ ହୋଇଥିଲେ ଜୋସ୍‌ ବଟ୍‌ଲର। ପରେ ପରେ ୧୮.୧ ଓଭରରେ ଷ୍ଟିଭ୍‌ ସ୍ମିଥ ଓ ୧୮.୨ ବଲ୍‌ରେ ରିୟାନ୍‌ ପରାଗ ଆଉଟ୍‌ ହୋଇଯାଇଥିଲେ । ସେତେବେଳକୁ ଦଳ କରିଥିଲା ୧୩୫ ରନ୍‌ ।

ସନରାଇଜର୍ସ ହାଇଦ୍ରାବଦ୍‌ର ଦମଦାର ବୋଲିଂ ରାଜସ୍ଥାନକୁ ବଡ଼ ସ୍କୋର କରିବାରେ ବାଧକ ସାଜିଥିଲା। ଆଜି ସର୍ବାଧକ ୩ ଓ୍ବିକେଟ ଅକ୍ତିଆର କରିଥିଲେ ଜେସନ୍‌ ହୋଲ୍ଡର। ରଶିଦ ଖାନ ଓ ବିଜୟ ଶଙ୍କର ଗୋଟିଏ ଲେଖାଁଏ ଓ୍ବିକେଟ ନୋବରେ ସକ୍ଷମ ହୋଇଥଲେ ।

   Related Posts