Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : ଖସୁଛି କରୋନା ଗ୍ରାଫ, ଦେଶରେ ଗତ ୨୪ଘଣ୍ଟାରେ ୩୬୬୦୪ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ
  • ||

ସିରାଜଙ୍କ ବୋଲିଂରେ ଘାଇଲା କୋଲକାତା ନାଇଟ୍ ରାଇଡର୍ସ, ୮ ଓ୍ଵିକେଟ୍‌ରେ ଜିତି ପଏଣ୍ଟ ଟେବୁଲର ଦ୍ଵିତୀୟରେ ପହଞ୍ଚିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

21/10/2020 at 10:34 PM

ଆବୁଧାବି ୨୧।୧୦: ବୋଲରଙ୍କ ଘାତକ ବୋଲିଂ ବଳରେ ଆଇପିଏଲର ୩୯ତମ ଲୋ ସ୍କୋରିଂ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କୋଲକାତା ନାଇଟ୍‌ ରାଇଡର୍ସକୁ ୮ ଓ୍ଵିକେଟ୍‌ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି କୋଲକାତା ମହମ୍ମଦ ସିରାଜ ଓ ୟୁଜବେନ୍ଦ୍ର ଚହଲରଙ୍କ ଘାତକ ବୋଲିଂର ସାମ୍ନା କରିନପାରି ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୮୪ ରନ କରିବାକୁ ସକ୍ଷମ ହୋଇଥିଲା। ଏହା ଚଳିତ ଆଇପିଏଲର ସର୍ବନିମ୍ନ ସ୍କୋର। ଜବାବରେ ବେଙ୍ଗାଲୁରୁ ୧୩.୩ ଓଭରରେ ୨ ଓ୍ଵିକେଟ୍ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଏହି ବିଜୟ ପରେ ବେଙ୍ଗାଲୁରୁ ୧୪ ପଏଣ୍ଟ ସହ ଦ୍ଵିତୀୟ ସ୍ଥାନରେ ପହଞ୍ଚିଛି।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୧୦ମ ମ୍ୟାଚ୍‌ରୁ ସପ୍ତମ ବିଜୟ ସହିତ ୧୪ ପଏଣ୍ଟ ହାସଲ କରିଛି। ହେଲେ ନେଟ୍ ରନ୍ ରେଟ୍ ଆଧାରରେ ଦଳ ଦ୍ଵିତୀୟ ସ୍ଥାନରେ  ରହିଛି। ଆରସିବି କୋଲକାତା ବିପକ୍ଷ ସିଜିନର ପ୍ରଥମ ମ୍ୟାଚ୍‌ରେ ମଧ୍ୟ ବିଜୟ ହାସଲ କରିଥିଲା। ଅନ୍ୟପଟେ କୋଲକାତା ପଞ୍ଚମ ପରାଜୟ ସହ ୧୦ଟି ମ୍ୟାଚ୍‌ରୁ ୧୦ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି।

୮୫ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ବେଙ୍ଗାଲୁରୁ ଦୁଇ ଓପନର ଦେବଦୁତ୍ତ ପାଡିକଲ ଓ ଆରୋନ ଫିଞ୍ଚ ପ୍ରଥମ ଓ୍ଵିକେଟ୍‌ରେ ୪୬ ରନ ଯୋଡିଥିଲେ। ଫିଞ୍ଚ ୧୬ ରନରେ ଲକି ଫର୍ଗ୍ୟୁସନଙ୍କ ଶିକାର ହୋଇଥିଲେ। ହେଲେ ସେହି ସମାନ ସ୍କୋରରେ ଭୁଲ ବୁଝାମଣାରେ ଦେବଦୁତ୍ତ ପାଡିକଲ ରନ ଆଉଟ୍ ହୋଇଥିଲେ। ସେ ୧୭ ବଲରୁ ୩ ଚୌକା ସହ ୨୫ ରନ କରିଥିଲେ। ଏହା ପରେ ଅଧିନାୟକ ବିରାଟ କୋହଲି ଓ ଗୁରକିରତ ସିଂହ ମନ ଅବିଭାଜିତ ତୃତୀୟ ଓ୍ଵିକେଟ୍‌ରେ ୩୯ ରନ ଯୋଡି ଦଳକୁ ବିଜୟ ଦେଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୧୩.୨ ଓଭରରେ ୨ ଓ୍ଵିକେଟ୍ ହରାଇ ୮୫ ରନର ବିଜୟ ଲକ୍ଷ୍ୟ ହାସଲ କରିଛି। ବିରାଟ କୋହଲି ୧୮ ଓ ଗୁରକିରତ ସିଂହ ମନ ୨୧ ରନ କରି ଅପରାଜିତ ଥିଲେ

ଏହା ପୂର୍ବରୁ ସ୍ଵିଙ୍ଗ ବୋଲର ମହମ୍ମଦ ସିରାଜଙ୍କ ଘାତକ ବୋଲିଂ(୮/୩) ର ସମ୍ମୁଖୀନ ହୋଇ ନପାରି କୋଲକାତା ନାଇଟ୍‌ ରାଇଡର୍ସ ୨୦ ଓଭରରେ ୮ ଓ୍ଵିକେଟ୍ ହରାଇ ୮୪ ରନରେ ସୀମିତ ରହିଥିଲା। ଦଳ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲ। ଦଳର କେବଳ ଚାରି ଜଣ ବ୍ୟାଟସମ୍ୟାନ ହିଁ ଦୁଇ ଅଙ୍କ ଛୁଇଁ ପାରିଥିଲେ।  ଦଳ ପକ୍ଷରୁ ଅଧିନାୟକ ଇଅନ ମୋର୍ଗାନ ସର୍ବାଧିକ ୩୦ ରନ କରି କରିଥିଲେ। ଲକି ଫର୍ଗ୍ୟୁସନ ୧୯ ରନ କରିଥିଲେ। ଆଇପିଏଲରେ ତୃତୀୟ ଥର କେକେଆର ଦଳ ତୃତୀୟ ଅଙ୍କ ଛୁଇଁ ପାରି ନାହିଁ। ୮୪ ରନ ହେଉଛି ଦଳର ଦ୍ଵିତୀୟ ସର୍ବନିମ୍ନ ସ୍କୋର। ଏହା ପୂର୍ବରୁ ୨୦୦୮ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ରେ କୋଲକାତା ୬୭ ରନ କରିଥିଲା।  

ସିରାଜ ୪ ଓଭରରେ ୮ ରନ ଦେଇ ୩ ଓ୍ଵିକେଟ୍ ନେଇଛନ୍ତି। ଗୋଟିଏ ସମୟରେ ତାଙ୍କର ବୋଲିଂ ବିଶ୍ଳେଷଣ ୨ ଓଭର, ୨ ମେଡେନ, ୩ ଓ୍ଵିକେଟ୍ ରହିଥିଲା। ଲେଗ୍ ସ୍ପିରନ ୟୁଜବେନ୍ଦ୍ର ଚହଲ ୧୫ ରନ ଦେଇ ୨ ଓ୍ଵିକେଟ୍ ଓ ଅଫ ସ୍ପିନର ଓ୍ଵାଶିଂଟନ ସୁନ୍ଦର ୧୪ ରନ ଦେଇ ୧ ଓ୍ଵିକେଟ୍ ନେଇଛନ୍ତି।

   Related Posts