Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଆଇପିଏଲ-୨୦୨୦ : ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ ହେବ ଟକ୍କର

28/09/2020 at 3:04 PM

ଦୁବାଇ, ୨୮|୦୯  : ଆଇପିଏଲର ୧୦ମ ମ୍ୟାଚରେ ସୋମବାର ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏହି ହାଇଭୋଲଟେଜ୍ ମୁକାବିଲାରେ ଆଜି ରୋହିତ ଶର୍ମା ଓ  ବିରାଟ କୋହଲିଙ୍କ ମଧ୍ୟରେ ଟକ୍କର ହେବ । ଏହି ମ୍ୟାଚ୍ ଭାରତୀୟ ସମୟାନୁସାରେ ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ । ଉଭୟ ଦଳ ପୂର୍ବରୁ ୨ଟି ମ୍ୟାଚରୁ ଗୋଟିଏ ଲେଖାଏଁ ଜିତିଛନ୍ତି । କିନ୍ତୁ ନେଟ୍ ରନରେଟରେ ମୁମ୍ବାଇ ବାଙ୍ଗାଲୋରଠୁ ଆଗରେ ରହିଛି ।

ରେକର୍ଡ ଦେଖିଲେ ମୁମ୍ବାଇ ଭଲ ସ୍ଥିତିରେ ରହିଛି । ଉଭୟ ଦଳ ୨୫ ଥର ମୁହାଁମହିଁ ହୋଇଛନ୍ତି । ଏହାମଧ୍ୟରୁ ମୁମ୍ବାଇ ୧୬ଟି ଓ ବାଙ୍ଗାଲୋର ୯ଟି ମ୍ୟାଚ୍ ଜିତିଛି ।

ଆରସିବି ଟୁର୍ଣ୍ଣାମେଣ୍ଟକୁ ବିଜୟ ସହ ଆରମ୍ଭ କରିଥିଲା । କିନ୍ତୁ କିଙ୍ଗସ୍ ଏକାଦଶ ପଞ୍ଜାବ ବିପକ୍ଷରେ ଆରସିବିର ବ୍ୟାଟିଂ ଫେଲ୍ ମାରିଥିଲା । ଦଳକୁ ୯୭ ରନ୍‌ରେ ପରାସ୍ତ ହେବାକୁ ପଡିଥିଲା । ଅଧିନାୟକ କୋହଲି ମାତ୍ର ୧ ରନ୍ କରି ଆଉଟ ହୋଇଥିଲେ ।

ଚଳିତ ଟୁର୍ଣ୍ଣାମେଣ୍ଟର ପ୍ରଥମ ମୁକାବିଲାରେ ଆରସିବିର ଦେବଦତ୍ତ ପାଡିକଲ୍ ଆକର୍ଷଣୀୟ ଅର୍ଧଶତକ ହାସଲ କରିଥିଲେ । କିନ୍ତୁ ପଞ୍ଜାବ ବିପକ୍ଷରେ ତାଙ୍କର କରିସ୍ମା ଦେଖିବାକୁ ମିଳିନଥିଲା । ତେବେ ଆରୋନ ପିଞ୍ଚ୍, ଏବି ଡିଭିଲର୍ସ ଓ ବିରାଟ କୋହଲି ଭଲ ଖେଳିଲେ ଦଳ ବିଜୟ ଲାଭ କରିବା ସହଜ ହେବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି  ।

ତେବେ ମୁମ୍ବାଇ ଗତ ମ୍ୟାଚରେ ଆକର୍ଷଣୀୟ ପ୍ରତ୍ୟାବର୍ତ୍ତନ କରିଥିଲା । ପ୍ରଥମ ମ୍ୟାଚରେ ଚେନ୍ନାଇଠାରୁ ହାରିଥିଲେ ମଧ୍ୟ ମୁମ୍ବାଇ ଦ୍ୱିତୀୟ ମ୍ୟାଚରେ କୋଲକାତା ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲା । ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଆକର୍ଷଣୀୟ ପାଳି ଖେଳିଥିଲେ ।  

   Related Posts