IPLରେ ରୋହିତଙ୍କ ବଡ ଉପଲବ୍ଧି, ଏହି ରେକର୍ଡ କରି କୋହଲି-ରୈନାଙ୍କ କ୍ଲବରେ ହେଲେ ସାମିଲ

Published By : Prameya-News7 Bureau | October 01, 2020 IST

ଆବୁଧାବି ୦୧।୧୦: ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା ଆଇପିଏଲରେ ଏକ ବଡ ଉପଲବ୍ଧି ନିଜ ନାମରେ କରିଛନ୍ତି। ରୋହିତ ଶର୍ମା ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ୫୦୦୦ ରନ ପୂରଣ କରିବାରେ ତୃତୀୟ ବ୍ୟାଟସମ୍ୟାନ ହୋଇଛନ୍ତି।

କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷରେ ଚଳିତ ଆଇପିଏଲର ୧୩ ତମ ମ୍ୟାଚ୍‌ରେ ରୋହିତ ଶର୍ମା ଚୌକା ସହିତ ଆଇପିଏଲରେ ୫୦୦୦ ରନ ପୂରଣ କରିଛନ୍ତି। ଏହି ଉପଲବ୍ଧି ହାସଲ ପାଇଁ ରୋହିତଙ୍କୁ ୨ ରନ ଆବଶ୍ୟକ ଥିଲା।

{"id":337278,"sizeSlug":"large"}

ରୋହିତଙ୍କ ପୂର୍ବରୁ ସୁରେଶ ରୈନା ଓ ବିରାଟ କୋହଲି ଆଇପିଏଲରେ ୫୦୦୦ ରନ ପୂରଣ କରିଥିଲେ। ରୋହିତ ୧୮୭ଟି ଇନିଂସରୁ ଏହି ରେକର୍ଡ କରିଛନ୍ତି। ରୈନା ଆଇପିଏଲରେ ସର୍ବପ୍ରଥମେ ୫୦୦୦ ରନ କରିବାର ରେକର୍ଡ କରିଥିଲେ। ରୈନା ୧୭୩ଟି ଇନିଂସରୁ ଏହି ରନ ହାସଲ କରିଥିଲେ।

ବିରାଟ କୋହଲି ଆଇପିଏଲର ୧୫୭ଟି ଇନିଂସ ଖେଳି ୫୦୦୦ ରନ ନିଜ ନାଁରେ କରିଥିଲେ। ରୋହିତଙ୍କ ନାମରେ ଆଇପିଏଲରେ ୧ ଶତକ ଓ ୩୭ ଅର୍ଦ୍ଧଶତକ ରହିଛି। ତାଙ୍କର ସର୍ବାଧିକ ସ୍କୋର ଅପରାଜିତ ୧୦୯ ରନ ରହିଛି।

{"id":337279,"sizeSlug":"large"}

ଆଇପିଏଲ ଇତିହାସରେ ସର୍ବାଧିକ ରନ କରିଥିବା ବ୍ୟାଟସମ୍ୟାନ

୧ – ବିରାଟ କୋହଲି(ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ)- ୧୭୨ ଇନିଂସ, ୫୪୩୦ ରନ, ୫ ଶତକ, ୩୬ ଅର୍ଦ୍ଧଶତକ

୨ – ସୁରେଶ ରୈନା(ଚେନ୍ନାଇ ସୁପର କିଙ୍ଗ୍ସ)- ୧୮୯ ଇନିଂସ, ୫୩୬୮ ରନ, ୧ ଶତକ, ୩୮ ଅର୍ଦ୍ଧଶତକ

୩ – ରୋହିତ ଶର୍ମା(ମୁମ୍ବାଇ ଇଣ୍ଡିଆନ୍ସ)- ୧୮୭ ଇନିଂସ, ୫୦୦୬ ରନ, ୧ ଶତକ, ୩୭ ଅର୍ଦ୍ଧଶତକ

୪ – ଡେଭିଡ୍ ଓ୍ଵାର୍ଣ୍ଣର(ସନରାଇଜର୍ସ ହାଇଦ୍ରାବାଦ)- ୧୨୯ ଇନିଂସ, ୪୭୯୩ ରନ, ୪ ଶତକ, ୪୪ ଅର୍ଦ୍ଧଶତକ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.