Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଆଇପିଏଲ-୨୦୨୦ : ଟସ୍ ଜିତିଲା ହାଇଦ୍ରାବାଦ, ପ୍ରଥମେ କରିବ ଫିଲ୍ଡିଂ

21/09/2020 at 7:09 PM

ନୂଆଦିଲ୍ଲୀ, ୨୧ ।୦୯:  ସୋମବାର ଖେଳାଯିବାକୁ ଥିବା ଆଇପିଏଲ-୨୦୨୦ର ତୃତୀୟ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହେବେ । ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛି ହାଇଦ୍ରାବାଦ ।

ହାଇଦ୍ରାବାଦ ଅଧିନାୟକ ଡେଭିଡ୍ ଓ୍ୱାର୍ଣ୍ଣର ଟସ୍ ଜିତି ଆରସିବିକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛନ୍ତି ।

ବିରାଟ କୋହଲି ଆରସିବିର ନେତୃତ୍ୱ ନେଉଥିବା ବେଳେ ହାଇଦ୍ରାବାଦରେ ମଙ୍ଗ ଧରିବେ ଡେଭିଡ୍ ଓ୍ୱାର୍ଣ୍ଣର । ଆସନ୍ତୁ ନଜର ପକାଇବା ସମ୍ଭାବ୍ୟ ଖେଳାଳିଙ୍କ ଉପରେ ।

ଆରସିବି

ଆରସିବି ତରଫରୁ ପୁଣିଥରେ ପାର୍ଥିବ ପଟେଲ ଓ ଆରୋନ ଫିଞ୍ଚ୍ ଓପନିଂ କରିବେ । ମଧ୍ୟକ୍ରମରେ ବିରାଟ କୋହଲି ଓ ଏବି ଡିଭିଲର୍ସ ମଇଦାନକୁ ଓହ୍ଲାଇବେ । ଏହା ବ୍ୟତୀତ ଦେବଦତ୍ତ ପଡିକଲ୍ଲମ, ଶିବମ ଦୁବେ ଓ କ୍ରିସ୍ ମୋରିସ ମଧ୍ୟ ସ୍ଥାନ ପାଇପାରନ୍ତି । ଓ୍ୱାଶିଂଟନ ସୁନ୍ଦର, ନବଦୀପ ସୈନୀ, ୟୁଜବେନ୍ଦ୍ର ଚହଲ, ଉମେଶ ଯାଦବ ଓ ମହମ୍ମଦ ସିରାଜ ବୋଲିଂ ଦାୟିତ୍ୱ ନେଇପାରନ୍ତି ।

ସନରାଇଜର୍ସ ହାଇଦ୍ରାବାଦ

ଏସଆରଏସ ତରଫରୁ ଅଧିନାୟକ ଡେଭିଡ୍ ଓ୍ୱାର୍ଣ୍ଣର ଓ ଜନି ବେୟରୋଷ୍ଟୋ ଓପନିଂ କରିପାରନ୍ତି । ସେହିପରି ମଧ୍ୟକ୍ରମରେ ମନୀଷ ପାଣ୍ଡେ, ପ୍ରିୟମ ଗର୍ବ, ରିଦ୍ଧିମାନ ସାହ, ମୋହମ୍ମଦ ନବୀ ଓ ବିଜୟ ଶଙ୍କର ମଙ୍ଗ ସମ୍ଭାଳିପାରନ୍ତି । ଏହା ବ୍ୟତୀତ ରଶିଦ ଖାନ, ଭୁବନେଶ୍ୱର କୁମାର, ସନ୍ଦୀପ ଶର୍ମା ଓ ଖଲୀଲ ଅହମ୍ମଦ ବୋଲିଂ ଭାର ତୁଲାଇ ପାରନ୍ତି ।

   Related Posts