ଦୁବାଇ, ୧୫।୧୦: ଆଇପିଏଲ୍ ୨୦୨୦ରେ ଆଜି ଖେଳାଯିବ ୩୧ତମ ମୁକାବିଲା । ଏହି ମ୍ୟାଚରେ ମୁହାଁମୁହିଁ ହେବେ କିଙ୍ଗ୍ସ ଏକାଦଶ ପଞ୍ଜାବ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।ତେବେ ମ୍ୟାଚ୍ ପୂର୍ବରୁ ଟସ୍ ଜିତିଛି ବାଙ୍ଗାଲୋର । ଦଳର ଅଧିନାୟକ ବିରାଟ କୋହଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ ପ୍ରଥମେ ଫିଲ୍ଡିଂ କରିବ ପଞ୍ଜାବ ।
wp:html/wp:htmlMatch 31. Royal Challengers Bangalore win the toss and elect to bat https://t.co/mDPQ6BSJJS #RCBvKXIP #Dream11IPL #IPL2020
— IndianPremierLeague (@IPL) October 15, 2020
କିଙ୍ଗ୍ସ ଏକାଦଶ ପାଇଁ ଏହି ମ୍ୟାଚ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି । ଲଗାତର ୫ଟି ମ୍ୟାଚ୍ରେ ପରାଜିତ ହେବା ପରେ କିଙ୍ଗ୍ସ ଏକାଦଶ ପାଇଁ ସ୍ଥିତି ବେଶ୍ ସଙ୍କଟାପନ୍ନ ରହିଛି । ପ୍ଲେ ଅଫ୍ରେ ପ୍ରବେଶ କରିବା ନେଇ ଆଶଙ୍କା ମଧ୍ୟ ରହିଛି । ତେଣୁ ଆଜିର ମ୍ୟାଚ୍ ଜିତି କିଙ୍ଗ୍ସ ଏକାଦଶ ପୁଣି ଥରେ ନିଜର ବିଜୟଧାରାକୁ ଫେରିବା ଲକ୍ଷ୍ୟ ରଖିଛି।
ସେହିପରି ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି । ପୂର୍ବ ମ୍ୟାଚ୍ରେ କିଙ୍ଗ୍ସ ଏକାଦଶ ୯୭ ରନ୍ରେ ବିଜୟ ହାସଲ କରିଥିଲା । ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି କିଙ୍ଗ୍ସ ଏକାଦଶ ୩/୨୦୬ ରନ୍ କରିଥିଲା । ଜବାବରେ ରୟାଲ ଚ୍ୟାଲେଞ୍ଜର୍ସ ୧୭ ଓଭରରେ ୧୦୯ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା । ୨ଦିନ ତଳେ ଅନୁଷ୍ଠିତ କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚ୍ ଜିତିବା ପରେ ଦଳର ମନୋବଳ ଦ୍ୱିଗୁଣିତ ହୋଇଛି । ଦଳର ସମସ୍ତ ବ୍ୟାଟ୍ସମ୍ୟାନ୍ ଫର୍ମ ଫେରିପାଇଛନ୍ତି । ବୋଲିଂ ବିଭାଗ ସନ୍ତୁଳିତ ରହିଛି।
କିଙ୍ଗ୍ସ ଏକାଦଶକୁ ହରାଇବାକୁ ହେଲେ ରୟାଲ୍ ଚ୍ୟାଲେଞ୍ଜର୍ସ ବୋଲରଙ୍କୁ ବହୁ ପରିଶ୍ରମ କରିବାକୁ ପଡ଼ିବ। ଦଳରେ ଲୋକେଶ ରାହୁଲ, ମୟଙ୍କ ଅଗ୍ରୱାଲ୍, ଗ୍ଲେନ୍ ମ୍ୟାକ୍ସୱେଲ୍, ନିକୋଲାସ ପୂରନଙ୍କ ଭଳି ବ୍ୟାଟ୍ସମ୍ୟାନ୍ ରହିଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବିପକ୍ଷରେ ରାହୁଲ ଶତକ(୧୩୨) ଅର୍ଜନ କରିସାରିଛନ୍ତି । ଆଜିର ମ୍ୟାଚ୍ରେ କ୍ରିସ୍ ଗେଲ ଏକାଦଶରେ ସ୍ଥାନ ପାଇବା ଆଶା କରାଯାଉଛି ।